ସଙ୍ଗୀତ ସମ୍ରାଟ ଉସ୍ତାଦ ରଶିଦ ଖାନଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ସେ କ୍ୟାନସରରେ ପୀଡ଼ିତ ଥିଲେ। କୋଲକାତାର ପିଅରଲେସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
Also Read
ସୂଚନା ଅନୁଯାୟୀ ତାଙ୍କ ମୃତଦେହକୁ କୋଲକାତାର ପିସହିବେନକୁ ପଠାଯିବ। ଆଜି ରାତିରେ ସେଠାରେ ତାଙ୍କର ମୃତଦେହ ରହିବ। ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ତାଙ୍କ ମୃତଦେହକୁ ଶେଷ ଦର୍ଶନ ପାଇଁ ରବୀନ୍ଦ୍ର ସଦନରେ ରଖାଯିବ।
ରଶିଦ ଖାନଙ୍କ ପରଲୋକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିଛନ୍ତି। ୨୦୨୨ ମସିହାରେ ଉସ୍ତାଦ ରଶିଦ ଖାନଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୨୦୨୦ରୁ ଜେଲରେ ଥିବା ଉମର ଖାଲିଦଙ୍କୁ ୭ ଦିନ ପାଇଁ ମିଳିଲା ବେଲ୍
ଖାଲିଦ ପାରିବାରିକ ବିବାହ ପାଇଁ ୭ ଦିନର ଜାମିନ ପାଇଛନ୍ତି। ଡିସେମ୍ବର ୨୮ରୁ ଜାନୁଆରୀ ୩ ଯାଏ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।
Politics
ଅମିତ ଶାହଙ୍କ ବିରୋଧରେ ସ୍ୱାଧିକାର ନୋଟିସ ଦେଲେ ଟିଏମସି ସାଂସଦ
ଅମିତ ଶାହଙ୍କ ବୟାନ ଡ ବିଆର ଆମ୍ବେଦକର ଛାଡ଼ି ଯାଇଥିବା ଛାପକୁ ଅପମାନିତ କରିଛି। ଏପରି ବୟାନ ଗୃହର ମର୍ଯ୍ୟାଦାକୁ ମଧ୍ୟ କ୍ଷତି ପହଞ୍ଚାଇଛି। ଅମିତ ଶାହଙ୍କ ବୟାନ ସଂସଦର ଗାରିମାକୁ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
Guest Column
ଏକ ରାଷ୍ଟ୍ର, ଏକ ନିର୍ବାଚନ- କେତେକ ଆଶଙ୍କା
ଏହି ବିଲ୍ ଯଦି ଆଇନରେ ପରିଣତ ହୁଏ ତେବେ ଏକ ନିର୍ଦ୍ଦିଷ୍ଟ ବର୍ଷ ଯେତେବେଳେ ଲୋକସଭା ନିର୍ବାଚନ ହେବ ସେହି ସମୟରେ ବିଧାନସଭାଗୁଡ଼ିକର ନିର୍ବାଚନ ପାଇଁ ବ୍ୟବସ୍ଥା ହେବ। ଯେଉଁ ବିଧାନସଭାର କାର୍ଯ୍ୟକାଳ ଶେଷ ହୋଇ ନଥିବ ସେମାନେ ଏହାର ପ୍ରତିବାଦ କରିବା ସ୍ୱାଭାବିକ।
Politics
ଆମ୍ବେଦକରଙ୍କ ବିରୋଧରେ କଂଗ୍ରେସ ପାପର ତାଲିକା ଦେଲେ ମୋଦି
ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଆମ୍ବେଦକରଙ୍କ ସମ୍ପର୍କରେ ଦେଇଥିବା ବୟାନକୁ ଆଧାର କରି କଂଗ୍ରେସ ତାଙ୍କ ଇସ୍ତଫା ଦାବିରେ ବିକ୍ଷୋଭ କରିଚାଲିଛି। ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ଆମ୍ବେଦକର ପ୍ରସଙ୍ଗରେ ଧୋଇଛନ୍ତି।
National
ପୁଷ୍ପା-୨ ପ୍ରିମିୟର ଦଳାଚକଟା ମାମଲା, ବିଗିଡ଼ିଲା ନାବାଳକର ସ୍ୱାସ୍ଥ୍ୟାବସ୍ଥା
ପୁଷ୍ପା ୨’ ପ୍ରିମିୟର ଶୋ' ପୂର୍ବରୁ ହାଇଦ୍ରାବାଦର ସାନ୍ଧ୍ୟା ଥିଏଟରରେ ଡିସେମ୍ବର ୪ରେ ଉପୁଜିଥିବା ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ୮ ବର୍ଷର ପୁଅ ଗୁରୁତର ହୋଇଥିଲା। ଏବେ ତାକୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି।