ଟ୍ୱିଟର ବ୍ୟବହାରକାରୀଙ୍କ ଉପରେ ନୂଆ କଟକଣା ଲଗାଇଛନ୍ତି ଏହାର ମାଲିକ ଏଲନ ମସ୍କ। ଆକାଉଣ୍ଟଧାରୀ ଦୈନିକ କେତୋଟି ପୋଷ୍ଟ ପଢ଼ି ପାରିବେ କିମ୍ବା ଦେଖିପାରିବେ, ସେନେଇ ମସ୍କ ନୂଆ ନିୟମ ଜାରି କରିଛନ୍ତି।
ସାଂଘାତିକ ସ୍ତରରେ ଥିବା ଡାଟା ଚୋରି ଓ ସିଷ୍ଟମ ଜାଲିଆତିକୁ ରୋକିବା ପାଇଁ ସେ ଟ୍ୱିଟର ଆକାଉଣ୍ଟଧାରୀଙ୍କ ଉପରେ କଟକଣା ଲଗାଇଥିବା କହିଛନ୍ତି।
ଟ୍ୱିଟର ଅସ୍ଥାୟୀ ଭାବେ କିଛି କଟକଣା ଲାଗୁ କରୁଥିବା ମସ୍କ ଶନିବାର ବିଳମ୍ବିତ ରାତିରେ ଟ୍ୱିଟ କରି ସୂଚନା ଦେଇଛନ୍ତି। ତାଙ୍କ ଘୋଷଣା ଅନୁଯାୟୀ, ଭେରିଫାଏଡ ଆକାଉଣ୍ଟସ ଗୁଡ଼ିକ ଦୈନିକ ୬ ହଜାର ପୋଷ୍ଟ ପଢ଼ି ପାରିବେ। ସେହିପରି ଭେରିଫାଏଡ ହୋଇ ନଥିବା ଆକାଉଣ୍ଟଧାରୀମାନେ ଦୈନିକ ୬୦୦ ଓ ନୂଆ କରି ଖୋଲିଥିବା ବା ନୂଆ ଅନଭେରିଫାଏଡ ଆକାଉଣ୍ଟସ ଗୁଡ଼ିକ ସର୍ବାଧିକ ୩୦୦ଟି ପୋଷ୍ଟ ପଢ଼ି ପାରିବେ।
ଆଉ ଏକ ଟ୍ୱିଟରେ ସେ କହିଛନ୍ତି ଯେ ଖୁବଶୀଘ୍ର ରେଟ ସୀମା ଭେରିଫାଏଡ ପାଇଁ ୮ ହଜାର, ଅନଭେରିଫାଏଡ ପାଇଁ ୮୦୦ ଓ ନୂଆ ଅନଭେରିଫାଏଡ ପାଇଁ ୪୦୦ ହେବ।
ଶୁକ୍ରବାର ମସ୍କ କହିଥିଲେ ଯେ ବିଭିନ୍ନ ପୋଷ୍ଟକୁ ପଢ଼ିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଯେମିତି ହେଲେ ଟ୍ୱିଟର ଆକାଉଣ୍ଟ ଖୋଲିବାକୁ ପଡ଼ିବ। ନଚେତ ସେ କୌଣସି ପୋଷ୍ଟକୁ ଦେଖିପାରିବେ ନାହିଁ। ଅସ୍ଥାୟୀ ଭାବେ ସେ ଏପରି ପଦକ୍ଷେପ ନେଇଥିବା କହିଥିଲେ। ଏବେ ଟ୍ୱିଟର ପୋଷ୍ଟକୁ ପଢ଼ିବା ନେଇ ସେ ଦୈନିକ କଟକଣା ଲଗାଇଛନ୍ତି।
ମସ୍କ କହିଛନ୍ତି, ଶତାଧିକ ସଂଗଠନ ଟ୍ୱିଟର ତଥ୍ୟକୁ ବେଶ ସକ୍ରିୟ ଭାବେ ଚୋରି କରିବାରେ ଲାଗିଛନ୍ତି। ଏହାଦ୍ୱାରା ଟ୍ୱିଟର ଆକାଉଣ୍ଟଧାରୀଙ୍କ ଉପରେ ପ୍ରଭାବ ପଡ଼ୁଛି। ସେ ଓପନଏଆଇ, ଚ୍ୟାଟଜିପିଟି ଭଳି କୃତ୍ରିମ ବୃଦ୍ଧିର କମ୍ପାନୀଗୁଡ଼ିକ ଉପରେ ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଟ୍ୱିଟର ତଥ୍ୟକୁ ଏହି କମ୍ପାନୀଗୁଡ଼ିକ ନେଇ ସେମାନଙ୍କ ଭାଷର ମଡେଲରେ ବ୍ୟବହାର କରୁଥିବା ସେ କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Twitter__1688263885.jpg)