Advertisment

ସଂସ୍କୃତ ବୋର୍ଡ ପରୀକ୍ଷାରେ ୧୩ ହଜାର ପିଲାଙ୍କୁ ପଛରେ ପକାଇ ଟପ୍ପର ହେଲେ ମହମ୍ମଦ ଇରଫାନ

ଇରାଫାନ ଉତ୍ତର ପ୍ରଦେଶ ସଂସ୍କୃତ ଶିକ୍ଷା ପରିଷଦ ବୋର୍ଡର ଉତ୍ତର ମଧ୍ୟମା-୨(ଦ୍ୱାଦଶ ଶ୍ରେଣୀ) ପରୀକ୍ଷାରେ ୮୨.୭୧% ମାର୍କ ରଖି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସେ ପ୍ରାୟ ୧୩ ହଜାର ପିଲାଙ୍କୁ ପଛରେ ପକାଇ ଏପରି ସଫଳତା ପାଇଛନ୍ତି।

ଅଦ୍ୟତନ ହୋଇଛି
Irfan

Irfan

Advertisment

ଇତିହାସ ରଚିଛନ୍ତି ଜଣେ ମୁସଲିମ ଛାତ୍ର। ନାଁ ତାଙ୍କର ମହମ୍ମଦ ଇରଫାନ। କିନ୍ତୁ ସେ ଉତ୍ତର ପ୍ରଦେଶର ଦ୍ୱାଦଶ ଶ୍ରେଣୀ ସଂସ୍କୃତ ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ସେ ମୁସଲିମ ହୋଇଥିଲେ ମଧ୍ୟ ସଂସ୍କୃତ ଭାଷା ପ୍ରତି ତାଙ୍କର ବେଶ ଦୁର୍ବଳତା ରହିଛି। ଉତ୍ତର ପ୍ରଦେଶର ଚନ୍ଦୌଲି ଜିଲ୍ଲାରେ ରହୁଥିବା ସଲାଉଦ୍ଦିନଙ୍କ ପୁଅ ହେଉଛନ୍ତି ଇରଫାନ। ସଲାଉଦ୍ଦିନ ଶ୍ରମିକ ଭାବେ କାମ କରି ପରିବାର ଚଳାନ୍ତି।

Advertisment

ଏପରି ଏକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଇରାଫାନ ଉତ୍ତର ପ୍ରଦେଶ ସଂସ୍କୃତ ଶିକ୍ଷା ପରିଷଦ ବୋର୍ଡର ଉତ୍ତର ମଧ୍ୟମା-୨(ଦ୍ୱାଦଶ ଶ୍ରେଣୀ) ପରୀକ୍ଷାରେ ୮୨.୭୧% ମାର୍କ ରଖି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସେ ପ୍ରାୟ ୧୩ ହଜାର ପିଲାଙ୍କୁ ପଛରେ ପକାଇ ଏପରି ସଫଳତା ପାଇଛନ୍ତି।

ଅନ୍ୟ ବିଷୟ ସହ ସଂସ୍କୃତ ଭାଷା ଓ ସାହିତ୍ୟ ବୋର୍ଡ ପକ୍ଷରୁ ପିଲାମାନଙ୍କ ପାଇଁ ବାଧ୍ୟତାମୂଳକ ରହିଛି। ସଂସ୍କୃତ ଶିକ୍ଷକ ହେବାକୁ ସବୁବେଳେ ସ୍ୱପ୍ନ ଦେଖୁଥିବା ଇରଫାନ ୧୦ମ ଓ ଦ୍ୱାଦଶ ପରୀକ୍ଷାର ଟପ୍‌ ୨୦ରେ ରହିଥିବା ପିଲାମାନଙ୍କ ମଧ୍ୟରେ ଏକମାତ୍ର ମୁସଲିମ। ଏପରି ସଫଳତା ପରେ ଇରଫାନ ଓ ତାଙ୍କ ପରିବାର ଲୋକ ବେଶ ଖୁସି ରହିଛନ୍ତି।

Advertisment

ସ୍କୁଲ ଫି’ କମ ରହିଥିବାରୁ ଇରଫାନଙ୍କୁ ତାଙ୍କ ବାପା ସଂପୂର୍ଣ୍ଣାନନ୍ଦ ସଂସ୍କୃତ ସରକାରୀ ସ୍କୁଲରେ ନାମ ଲେଖାଇଥିଲେ ବୋଲି କହିଛନ୍ତି। ସେ କହିଛନ୍ତି, “ମୁଁ ଜଣେ ଶ୍ରମିକ। ମୁଁ ଦିନ ସାରା କାମ କରି ୩୦୦ ଟଙ୍କା ରୋଜଗାର କରେ। ମୁଁ ମାସକ ମଧ୍ୟରେ ବହୁତ କମ ଦିନ କାମ ପାଏ। ଘରୋଇ କିମ୍ବା ଅନ୍ୟ କୌଣସି ସ୍କୁଲରେ ପଢ଼ିଥିଲେ, ସମ୍ଭବତଃ ମୁଁ ଇରଫାରନର ଫି’ ଦେବାକୁ ସକ୍ଷମ ହୋଇ ନଥାଆନ୍ତି।

ସେ ମୋର ଏକମାତ୍ର ପିଲା। ସେ ପାଠ ପଢ଼ୁ ବୋଲି ଚାହୁଁଥିଲି। ସଂପୂର୍ଣ୍ଣାନନ୍ଦ ସଂସ୍କୃତି ସ୍କୁଲରେ ବାର୍ଷି ଫି’ ହେଲା ୪୦୦ରୁ ୫୦୦ ଟଙ୍କା। ତେଣୁ ସେଠାରେ ମୁଁ ଇରଫାନର ନାଁ ଲେଖାଇଥିଲି।” ସ୍କୁଲ ଯିବାର ପ୍ରଥମ ଦିନରୁ ହିଁ ଇରଫାନ ସଂସ୍କୃତ ପ୍ରତି ନିଜର ଭଲ ପାଇବା ଦେଖାଇଥିଲେ ବୋଲି ବାପା ସଲାଉଦ୍ଦିନ କହିଛନ୍ତି।

ସେ କହିଛନ୍ତି, “ଛୋଟ ଘର ଠାରୁ ଆରମ୍ଭ କରି ଆବଶ୍ୟକ ସୁବିଧା ଯୋଗାଇ ଦେବାରେ ମୁଁ ବିଫଳ ହେଉଥିଲେ ମଧ୍ୟ ସେ କେବେ ହେଲେ ଅଭିଯୋଗ କରିନି। ଅମା ପାଖରେ ସିମେଣ୍ଟ ଘର ନାହିଁ। ମାସକ ତଳେ ସରକାରୀ ଯୋଜନା ଅଧୀନରେ ପକ୍କା ଘର ତିଆରି କରିବାକୁ ଆମକୁ ଟଙ୍କା ମିଳିଛି।

ଲୋକମାନେ ଗୋଟିଏ ଭାଷାକୁ କାହିଁକି ଧର୍ମ ସହ ଯୋଡ଼ନ୍ତି, ମୁଁ ବୁଝିପାରେନା। ଜଣେ ହିନ୍ଦୁ ଭଲ ଭାବେ ଉର୍ଦ୍ଦ୍ୱୁ ଶିଖି ପାରିବେ। ମୁସଲିମାନେ ସଂସ୍କୃତରେ ପାରଙ୍ଗମ ହୋଇପାରିବେ।

ମୁଁ କୃତଜ୍ଞ ଓ ମୁଁ ବୁଝି ପାରିଛି ଯେ ଶିକ୍ଷା କେତେ ଗୁରୁତ୍ୱପୂର୍ଣ୍ଣ। ମୁଁ ଇରଫାନକୁ କେବେ ହେଲେ କୌଣସି କାମ କରିବାକୁ ବାରଣ କରେ ନାହିଁ। ସେ ଅତ୍ୟନ୍ତ ସୁନ୍ଦର ଭାବେ ସଂସ୍କୃତି କହବା ସହ ଲେଖିପାରେ। ଏହା ତା’ର ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ଯୋଗୁ ହୋଇପାରିଛି। ସେ ପରୀକ୍ଷାରେ ୧୩,୭୩୮ ଜଣ ପିଲାଙ୍କୁ ପଛରେ ପକାଇବାକୁ ସକ୍ଷମ ହୋଇଛି।”

ଏବେ ଇରଫାପ ଅଧିକ ପାଠ ପଢ଼ିବା ସହ ସଂସ୍କୃତ ଶିକ୍ଷକ ହେବାକୁ ଲକ୍ଷ୍ୟରେ ରହିଛନ୍ତି।

Uttar Pradesh Students
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe