Advertisment

ମନ୍ଦିରରେ ବାହା ହେଲେ ମୁସଲିମ ଦମ୍ପତି, ଦେଲେ ଧାର୍ମିକ ସଦ୍‌ଭାବର ବାର୍ତ୍ତା

ସମାଜକୁ ଧାର୍ମିକ ସଦଭାବର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ମନ୍ଦିରରେ ବାହା ହୋଇଛନ୍ତି ମୁସଲିମ ଦମ୍ପତି।

Nikah

Nikah

Advertisment

ସମାଜକୁ ଧାର୍ମିକ ସଦଭାବର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ମନ୍ଦିରରେ ବାହା ହୋଇଛନ୍ତି ମୁସଲିମ ଦମ୍ପତି। ମନ୍ଦିର ପରିସରରେ ବାହାଘର ଆୟୋଜନ ହୋଇଥିଲେ ହେଁ ଇସଲାମିକ ନୀତିକାନ୍ତିରେ ବିବାହ କାର୍ଯ୍ୟ ସମ୍ପାଦନ କରାଯାଇଛି। ହିମାଚଳ ପ୍ରଦେଶର ଶିମଲା ଅନ୍ତର୍ଗତ ରାମପୁର ଠାରେ ଥିବା ଗୋଟିଏ ମନ୍ଦିରରେ ରବିବାର ଏହି ବାହାଘର ଅନୁଷ୍ଠିତ ହୋଇଛି।

Advertisment

ବାହାଘର ହୋଇଥିବା ଠାକୁର ସତ୍ୟନାରାୟଣ ମନ୍ଦିରଟି ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ପରିଚାଳିତ। ପରିଷଦର ଅନୁମତିକ୍ରମେ ମନ୍ଦିର ପରିସରରେ ଇସଲାମ ନିୟମ ଅନୁସାରେ ନିକାହ କରାଯାଇଛି। ବାହାଘର କାର୍ଯ୍ୟକ୍ରମରେ ଉଭୟ ହିନ୍ଦୁ ଓ ମୁସଲିମ ସଂପ୍ରଦାୟର ଲୋକମାନେ ଉପସ୍ଥିତ ରହିଥିଲେ।

ନିକାହ କାର୍ଯ୍ୟକ୍ରମ ମନ୍ଦିର ପରିସରରେ ମୌଲବୀ, ସାକ୍ଷୀ ଓ ଓକିଲ ଉପସ୍ଥିତ ଥିଲେ। ଧାର୍ମିକ ସଦଭାବ ଓ ଭାଇଚାରାର ବାର୍ତ୍ତା ଲୋକଙ୍କୁ ଦେବା ପାଇଁ ଏପରି ନିଆରା ଢଙ୍ଗରେ ବାହାଘର କରାଯାଇଥିବା ଜଣାପଡ଼ିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସତ୍ୟନାରାୟଣ ମନ୍ଦିର ପରିସରଟି ବିଶ୍ୱ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ସ୍ୱଂୟ ସେବ ସଂଘର ଜିଲ୍ଲା ଅଫିସ ଭାବେ ମଧ୍ୟ ବ୍ୟବହୃତ ହୋଇଥାଏ।

Advertisment

ଠାକୁର ସତ୍ୟନାରାୟଣ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ବିଜୟ ଶର୍ମା କହିଛନ୍ତି, “ ବିଶ୍ୱ ହିନ୍ଦୁ ପରିଷଦ ମନ୍ଦିର କଥା ବୁଝୁଥିବା ବେଳେ ଏହା ଆରଏସଏସର ଜିଲ୍ଲା ଅଫିସ। ଭିଏଚ୍‌ପି ଓ ଆରଏସ୍‌ଏସ୍‌କୁ ଅଧିକାଂଶ ସମୟରେ ମୁସଲିମ ବିରୋଧୀ ଭାବେ ଚିତ୍ରଣ କରାଯାଏ। କିନ୍ତୁ ଏଠାରେ ଜଣେ ମୁସଲିମ ଦମ୍ପତି ହିନ୍ଦୁ ମନ୍ଦିର ପରିସରରେ ବିବାହ କରିଛନ୍ତି। ସନାତନ ଧର୍ମ ସବୁବେଳେ ସମସ୍ତଙ୍କୁ ପ୍ରେରଣା ଦିଏ ଓ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲେ ବୋଲି ଏହା ଠାରୁ ବଡ଼ ଉଦାହରଣ ଆଉ କିଛି ହୋଇ ନପାରେ।”

ବାହା ହୋଇଥିବା କନ୍ୟାଙ୍କ ବାପା ମହେନ୍ଦ୍ର ସିଂହ ମଲିକ କହିଛନ୍ତି, “ରାମପୁରରେ ଥିବା ସତ୍ୟନାରାୟଣ ମନ୍ଦିର କମ୍ପ୍ଲେକ୍ସରେ ବାହାଘର ହୋଇଛି। ବାହାଘରକୁ ଠିକ ଭାବେ ଶେଷ କରିବା ପାଇଁ ସହରର ସବୁ ଲୋକ, ବିଶ୍ୱ ହିନ୍ଦୁ ପରିଷଦ ଓ ମନ୍ଦିରର ଟ୍ରଷ୍ଟ ବେଶ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ସମସ୍ତଙ୍କ ସହଯୋଗରେ ବାହାଘର ଶେଷ ହୋଇଛି। ରାମପୁର ଲୋକମାନେ ଭାଇଚାରାର ବାର୍ତ୍ତା ଦେଇଛନ୍ତି। ଜଣେ ଆଉ ଜଣଙ୍କୁ ମିଥ୍ୟା କଥା କହି ବିଭ୍ରାନ୍ତ କଲେ ଭାଇଚାରା ଉପରେ ଏହାର ପ୍ରଭାବ ପଡ଼ିବ। ତେଣୁ ସମସ୍ତେ ଏଥିରୁ ନିବୃତ୍ତ ରହିବା ଉଚିତ।”

ମଲିଙ୍କ ଝିଅ ଏମଟେକ ସିଭିଲ ଇଞ୍ଜିନର ଓ ଗୋଲ୍ଡ ମେଡାଲିଷ୍ଟ। ସେହିପରି ତାଙ୍କ ଜ୍ୱାଇଁ ମଧ୍ୟ ଜଣେ ସିଭିଲ ଇଞ୍ଜିନିୟର।

Himachal Pradesh Temple Muslim Cleric
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe