Advertisment

ଗୋ-ମାଂସ ନେଉଥିବା ସନ୍ଦେହରେ ମୁସଲିମ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା

ମୁସଲିମ ବ୍ୟକ୍ତି ଜଣଙ୍କ ଗୋ-ମାଂସ ଚୋରା ଚାଲାଣ କରୁଥିବା ସନ୍ଦେହ କରି ଗୋ-ସୁରକ୍ଷା ବାହିନୀର ଗୁଣ୍ତାମାନେ ଏପରି କାଣ୍ଡ ଘଟାଇଛନ୍ତି। ମହାରାଷ୍ଟ୍ରର ନାଶିକ ଜିଲ୍ଲାରେ ରବିବାର ରାତିରେ ଏପରି ଘଟଣା ଘଟିଛି।

Car

Car

Advertisment

ପୁଣିଥରେ ମାତିଛନ୍ତି ତଥାକଥିତ ଗୋ-ସୁରକ୍ଷା ବାହିନୀର ଗୁଣ୍ଡା। ଜଣେ ମୁସଲିମଙ୍କୁ ଏହି ବାହିନୀର ସଦସ୍ୟମାନେ ବିଚ୍‌ ରାସ୍ତାରେ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ପିଟିପିଟି ହତ୍ୟା କରିଛନ୍ତି।

Advertisment

ମୁସଲିମ ବ୍ୟକ୍ତି ଜଣଙ୍କ ଗୋ-ମାଂସ ଚୋରା ଚାଲାଣ କରୁଥିବା ସନ୍ଦେହ କରି ଗୋ-ସୁରକ୍ଷା ବାହିନୀର ଗୁଣ୍ତାମାନେ ଏପରି କାଣ୍ଡ ଘଟାଇଛନ୍ତି। ମହାରାଷ୍ଟ୍ରର ନାଶିକ ଜିଲ୍ଲାରେ ରବିବାର ରାତିରେ ଏପରି ଘଟଣା ଘଟିଛି।

ମୁମ୍ବାଇର କୁର୍ଲାରେ ରହୁଥିବା ୩୨ ବର୍ଷୀୟ ଅଫନ ଅନସାରୀ ତାଙ୍କ ବନ୍ଧୁ ନାସିର ଶେଖଙ୍କ ସହ ରବିବାର ରାତିରେ ଗୋଟିଏ କାର୍‌ରେ ଯାଉଥିଲେ। ସେମାନେ କାର୍‌ରେ କିଛି ମାଂସ ରଖିଥିଲେ। କାର୍‌ ନାଶିକ ଅତିକ୍ରମ କରୁଥିବା ବେଳେ ତଥାକଥିତ ଗୋ-ସୁରକ୍ଷା ବାହିନୀର ସଦସ୍ୟମାନେ ଏହାକୁ ଅଟକାଇ ଥିଲେ। ଏଥିସହ କାରକୁ ଯାଞ୍ଚ କରିଥିଲେ।

Advertisment

କାରରେ ଗୋ -ମାଂସ ଚାଲାଣ ହେଉଥିବା ଅଭିଯୋଗ କରି ଗୋ-ସୁରକ୍ଷାର ବାହିନୀର ଗୁଣ୍ଡାମାନେ ଉଭୟଙ୍କୁ ପ୍ରବଳ ମାଡ଼ ମାରିଥିଲେ। କାର୍‌ ମଧ୍ୟ ଭାଙ୍ଗି ଦେଇଥିଲେ। ବେଶ କିଛି ସମୟ ପିଟିବା ପରେ ସେମାନେ ସେଠାରୁ ଚାଲି ଯାଇଥିଲେ। ଏହାପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଅନସାରୀ ଓ ଶେଖଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ତେବେ ସେଠାରେ ଅନସାରୀଙ୍କ ମୃତ୍ୟୁ ଘଟିଛି। ଏବେ ବି ଶେଖଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ସବ ଇନ୍ସପେକ୍ଟର ସୁନୀଲ ଭାମରେ କହିଛନ୍ତି, ପୁଲିସ୍‌ ଟିମ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ସେଠାରେ କେହି ନଥିଲେ। ଗୋଟିଏ କାର୍‌ କ୍ଷତିଗ୍ରସ୍ତ ହୋଇ ରାସ୍ତା କଡ଼ରେ ରହିଥିବା ବେଳେ ଦୁଇ ଆହତ ବ୍ୟକ୍ତି ତା’ ଭିତରେ ରହିଥିଲେ। ପୁଲିସ୍‌ ତୁରନ୍ତ ଦୁଇ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲା। ହେଲେ ସେଠାରେ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ ଜଣଙ୍କୁ ଅଟକ ରଖାଯାଇଛି।

ଆହତ ବ୍ୟକ୍ତିଙ୍କ ଅଭିଯୋଗକ୍ରମେ ହତ୍ୟା ଓ ଦଙ୍ଗା ସୃଷ୍ଟି ଭଳି ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଉଛି। କାର୍‌ରୁ ଜବତ ମାଂସକୁ ପରୀକ୍ଷା ପାଇଁ ପଠା ଯାଇଛି। ପ୍ରକୃତରେ ଗୋ-ମାଂସ ଚୋରା ଚାଲାଣ ହେଉଥିଲା କି ନାହିଁ, ସେକଥା ଲ୍ୟାବ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ସୁନୀଲ କହିଛନ୍ତି।

Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe