Advertisment

ଜ୍ଞାନବ୍ୟାପୀ ସର୍ଭେ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ

ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଆଇନଜୀବୀ ନିଜାମ ପାଶା ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନିକଟରେ ପହଞ୍ଚିଛନ୍ତି।

ଅଦ୍ୟତନ ହୋଇଛି
SC

SC

Advertisment

ଉତ୍ତର ପ୍ରଦେଣର ବାରାଣସୀରେ ଥିବା ଜ୍ଞାନବ୍ୟାପୀ ମସିଜଦ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି। ଆଜି ଆହ୍ଲାବାଦ ହାଇକୋର୍ଟ ଏଏସ୍‌ଆଇକୁ ସର୍ଭେ ପାଇଁ ଅନୁମତି ଦେବାରୁ ମୁସିଲିମ ପକ୍ଷ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

Advertisment

ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଆଇନଜୀବୀ ନିଜାମ ପାଶା ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନିକଟରେ ପହଞ୍ଚିଛନ୍ତି। ବର୍ତ୍ତମାନ ଜଷ୍ଟିସ ଚନ୍ଦ୍ରଚୂଡ଼ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଶୁଣାଣି କରୁଛନ୍ତି। ସେ ଏହାର ଶୁଣାଣି କରୁଥିବା ସାମ୍ବିଧାନିକ ଖଣ୍ଡପୀଠର ଅଧ୍ୟକ୍ଷ। ତଥାପି ଆଇନଜୀବୀ ପାଶା ତାଙ୍କ ନିକଟରେ ଜ୍ଞାନବ୍ୟାପୀ ସର୍ଭେ ପ୍ରସଙ୍ଗର ଜରୁରୀ ଶୁଣାଣି ପାଇଁ ନିବେଦନ କରିଛନ୍ତି।

ପାଶା କହିଛନ୍ତି, “ଆହ୍ଲାବାଦ ହାଇକୋର୍ଟ ଆଜି ନିର୍ଦ୍ଦେଶ ପାରିତ କରିଛନ୍ତି। ଆମେ ଗୋଟିଏ ଆବେଦନ ଏହା ବିରୋଧରେ ଫାଇଲ କରିଛୁ। ମୁଁ ଜରୁରୀ ଶୁଣାଣି ପାଇଁ ଗୋଟିଏ ଇ-ମେଲ କରିଛି। ତେଣୁ ସେମାନେ ଏବେ ସର୍ଭେ କରନ୍ତୁ ନାହିଁ।”

Advertisment

ଜରୁରୀ ଆବେଦନକୁ ଦେଖି ସିଜେଆଇ କହିଛନ୍ତି, “ମୁଁ ଏହି ଇ-ମେଲକୁ ଏବେ ଦେଖିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନେବି।” ଜ୍ଞାନବ୍ୟାପୀ ମସଜିଦରେ ସର୍ଭେ ପାଇଁ ପ୍ରଥମେ ଜିଲ୍ଲା କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏହ ବିରୋଧରେ ମସଜିଦ କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହାଇକୋର୍ଟ ପ୍ରଥମେ ସର୍ଭେ ଉପରେ ଅସ୍ଥାୟୀ ରୋକ ଲଗାଇଥିଲେ। କିନ୍ତୁ ଆଜି ହାଇକୋର୍ଟ ନିଜର ଚୂଡ଼ାନ୍ତ ରାୟରେ ମୁସଲିମ ପକ୍ଷରୁ ସବୁ ଆବେଦନକୁ ଖାରଜ କରିଛନ୍ତି। ଏଥିସହ ଏଏସ୍‌ଆଇକୁ ସର୍ଭେ ପାଇଁ ଅନୁମତି ଦେଇଛନ୍ତି।

ମନ୍ଦିରର ଭଗ୍ନସ୍ତୁପ ଉପରେ ମସଜିଦ ନିର୍ମାଣ କରାଯାଇଥିବା ହିନ୍ଦୁ ପକ୍ଷ ଦାବି କରୁଥିବା ବେଳେ ଏଏସ୍‌ଆଇ ସର୍ଭେର ଆବଶ୍ୟକ ଥିବା କହିଛନ୍ତି। ଜ୍ଞାନବ୍ୟାପୀ ମସଜିଦ୍‌ ପରିସରରେ ଥିବା ଶୃଙ୍ଗାର ଗୌରୀ ମନ୍ଦିରରେ ୧୯୯୧ ମସିହା ପୂର୍ବରୁ ଯେପରି ପୂଜାର୍ଚ୍ଚନା ହେଉଥିଲା ଏବେ ବି ସେପରି ପୂଜାର୍ଚ୍ଚନା କରିବା ପାଇଁ ୫ ମହିଳା ୧୮ ଅଗଷ୍ଟ ୨୦୨୧ରେ ବାରଣାସୀ ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ।

ଏପରି କି ମସଜିଦ ବାହ୍ୟ କାନ୍ଥରେ ଶୋଭା ପାଉଥିବା ହିନ୍ଦୁ ଦେବାଦେବୀଙ୍କ ନିୟମିତ ପୂଜାର୍ଚ୍ଚନା ପାଇଁ ମଧ୍ୟ ଅନୁମତି ଦେବାକୁ ଆବେଦନ କରିଥିଲେ। 

Supreme Court Gyanvapi Masjid Gyanvapi Mosque Survey Gyanvapi Mosque Case In High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe