Advertisment

ପ୍ରବେଶ ନିଷେଧ: ମୁସଲିମ ବ୍ୟବସାୟୀମାନଙ୍କୁ ମେଳାରୁ ତଡ଼ି ଦେଲେ

ସ୍ୱଦେଶୀ ମେଳାକୁ ମୁସଲିମଙ୍କ ପ୍ରବେଶ ନିଷେଦ୍ଧ ବୋଲି ମଧ୍ୟ ଆୟୋଜନକମାନେ କହିଥିବା ଅଭିଯୋଗ ହୋଇଛି। ମୁସଲିମ ବ୍ୟବସାୟୀମାନେ ଷ୍ଟଲ ବୁକ କରିବା ସହ ଆବଶ୍ୟକ ଫି’ ଦେଇଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Mela

Mela

ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରିବା ଓ ଆତ୍ମନିଯୁକ୍ତିକୁ ଉତ୍ସାହିତ କରିବା ପାଇଁ ମଧ୍ୟପ୍ରଦେଶରେ ଆୟୋଜିତ ଗୋଟିଏ ମେଳା ବିବାଦ ମଧ୍ୟରେ ଛନ୍ଦି ହୋଇଯାଇଛି। ଦାମୋହ ଜିଲ୍ଲାର ତହସିଲ ପଡ଼ିଆରେ ଆୟୋଜିତ ସ୍ୱଦେଶୀ ମେଳାରୁ ମୁସଲିମ ବ୍ୟବସାୟୀମାନଙ୍କୁ ଆୟୋଜକମାନେ ବଳ ପୂର୍ବରୁ ବାହାର କରି ଦେଇଛନ୍ତି।

Advertisment

ଏପରି କି ସ୍ୱଦେଶୀ ମେଳାକୁ ମୁସଲିମଙ୍କ ପ୍ରବେଶ ନିଷେଧ ବୋଲି ମଧ୍ୟ ଆୟୋଜନକମାନେ କହିଥିବା ଅଭିଯୋଗ ହୋଇଛି। ମୁସଲିମ ବ୍ୟବସାୟୀମାନେ ଷ୍ଟଲ ବୁକ କରିବା ସହ ଆବଶ୍ୟକ ଫି’ ଦେଇଥିଲେ। କିନ୍ତୁ ରବିବାର ଠାରୁ ସେମାନଙ୍କୁ ମେଳାରୁ ବାହାର କରିଦିଆଯାଇଛି। ଅକ୍ଟୋବର ୧୪ରୁ ମେଳା ଆରମ୍ଭ ହୋଇଥିବା ବେଳେ ନଭେମ୍ବର ୨୪ ଯାଏ ଏହା ଚାଲିବ।

ସ୍ୱଦେଶୀ ଜାଗରଣ ମଞ୍ଚ ଏପରି ମେଳାର ଆୟୋଜନ କରିଛି। ମଞ୍ଚ ପକ୍ଷରୁ ଲାଗିଥିବା ପୋଷ୍ଟରେ କୁହଯାଇଛି ଯେ ସମାନତା, ସୌହାର୍ଦ୍ଦ୍ୟ ଓ ଜାତୀୟ ଏକତା ପାଇଁ କୌଣସି ପାତରଅନ୍ତର ନ କରି ସମସ୍ତଙ୍କୁ ନେଇ ମେଳା କରାଯାଇଛି। ହେଲେ ବାସ୍ତବ ସ୍ଥିତି କିଛି ଭିନ୍ନ କଥା ଦର୍ଶାଉଛି।

Advertisment

ଆଗ୍ରାର ଜଣେ ବ୍ୟବସାୟୀ ମହମ୍ମଦ ରଶିଦ କହିଛନ୍ତି, “ସେମାନେ ମୋ ନାଁ ପଚାରିଥିଲେ ଓ ଏହାରେ ଦୋକାନ ବନ୍ଦ କରିଦେଇଥିଲେ। ଆମର ଏଠାରେ ୧୦ଟି ଦୋକାନ ରହିଥିଲା। ମୁସଲିମଙ୍କୁ ପ୍ରବେଶ ନାହିଁ ବୋଲି ଆୟୋଜକମାନେ କହିଛନ୍ତି। ଆମର ଭଡ଼ା ଓ ଯାତ୍ରା ଖର୍ଚ୍ଚ ନଷ୍ଟ ହୋଇଛି।”

ଆୟୋଜକମାନା ଦୋକାନ ପକାଇବାକୁ ଦେଇ ନାହାନ୍ତି ଓ ସ୍ଥାନ ଖାଲି କରିବାକୁ କହିଥିବା ଲକ୍ଷ୍ନୌରୁ ଆସିଥିବା ଶବିର ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଦାମୋହ ଜିଲ୍ଲାପାଳ ସୁଧୀର କୋଚର ଘଟଣାର ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଆୟୋଜକ ସ୍ୱଦେଶୀ ଜାଗରଣ ମଞ୍ଚ ମେଳା ଆୟୋଜନ କରୁଥିବାରୁ ସେମାନେ ହିଁ ବ୍ୟବସାୟୀ ଚୟନ କରିବାର ଅଧିକାର ରଖିଥିବା ସୁଧୀର କହିଛନ୍ତି।

Madhya Pradesh