Advertisment

ଓଲଟି ପଡ଼ିଲା ତେଲ ବୋଝେଇ ଟ୍ୟାଙ୍କର, ଆଉ ତା' ପରେ...

ଭାରସାମ୍ୟ ହରାଇ ରାଜସ୍ଥାନର ରାଜରାସ୍ତାରେ ଓଲଟି ପଡ଼ିଲା ସୋରିଷ ତେଲ ବୋଝେଇ ଟ୍ୟାଙ୍କର୍।

author-image
Debibandita Barick
ଅଦ୍ୟତନ ହୋଇଛି
locals rush to loot oil

locals rush to loot oil

ରାଜସ୍ଥାନର ରାଜରାସ୍ତାରେ ଓଲଟି ପଡ଼ିଲା ସୋରିଷ ତେଲ ବୋଝେଇ ଟ୍ୟାଙ୍କର୍। ଆଉ ଏହା ପରେ ତେଲ ବୋହି ନେବାକୁ ଲାଗିଗଲା ଲୋକଙ୍କ ଅସମ୍ଭାଳ ଭିଡ଼। ଏପରି ଭିଡ଼ ଜମିଥିଲା ଯେ, କିଛି ସମୟ ପାଇଁ ଟ୍ରାଫିକ ସମସ୍ୟା ମଧ୍ୟ ଦେଖା ଦେଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ ସମସ୍ୟା ଦୂର କରିବା ସହ ରାସ୍ତାରୁ ଟ୍ୟାଙ୍କରକୁ ହଟାଇଛି।

Advertisment

ଗୁଜରାଟର ଗାନ୍ଧୀ ଧାମରୁ ମଧ୍ୟପ୍ରଦେଶକୁ ଯାଉଥିଲା ଶହ ଶହ ଲିଟର ସୋରିଷ ତେଲ। ଏକ ଟ୍ୟାଙ୍କର ଯୋଗେ ତେଲ ରପ୍ତାନୀ ହେଉଥିଲା। ଏହି ସମୟରେ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ପିଣ୍ଡୱାଡ଼ା ନିକଟରେ ଥିବା ଚାରି ଲେନ ବିଶିଷ୍ଟ ରାଜପଥରେ ଓଲଟି ପଡ଼ିଥିଲା। ଜଣେ ବାଇକ୍ ଆରୋହୀଙ୍କୁ ରକ୍ଷା କରିବାକୁ ଯାଇ ଟ୍ୟାଙ୍କର ଡ୍ରାଇଭର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳରେ ତେଲ ଟ୍ୟାଙ୍କର ରାସ୍ତା ଉପରେ ଓଲଟି ପଡ଼ିଥିଲା।

ସ୍ଥାନୀୟ ଲୋକ ଟ୍ୟାଙ୍କର ଓଲଟିବା ଜାଣିବା ପରେ ବୋତଲ୍ ଧରି ତେଲ ବୋହି ନେବାକୁ ପହଞ୍ଚି ଥିଲେ। ଏତେ ସଂଖ୍ୟକ ଲୋକ ଆସିଥିଲେ ଯେ, ରାସ୍ତାର ଦୁଇ ପାର୍ଶ୍ୱ ସମ୍ପୂର୍ଣ୍ଣ ଜାମ୍ ହୋଇ ଯାଇଥିଲା। ଏହି କାରଣରୁ ଗମନାଗମନ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗହଳିକୁ ନିୟନ୍ତ୍ରଣ କରିଥିଲା। ସେପଟେ ଦୁର୍ଘଟଣାରେ ଟ୍ୟାଙ୍କର ଡ୍ରାଇଭର ସାମାନ୍ୟ ଆହତ ହୋଇ ଚିକିତ୍ସିତ ହେଉଥିବା ପୁଲିସ କହିଛି।

Advertisment
Rajasthan News Mustard Oil Tanker Overturns