Advertisment

ଦୁର୍ଗାପୂଜାରେ ବେଙ୍ଗଲ କଏଦୀ ଖାଇବେ ମଟନ୍ ବିରିୟାନୀ ଓ ଚିକେନ ତରକାରୀ

ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ, ଜ୍ୟୋତି ପ୍ରିୟ ମଲ୍ଲିକଙ୍କ ସମେତ ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦିପ ଘୋଷ ଏବେ ବେଙ୍ଗଲ ଜେଲରେ ଅଛନ୍ତି।

ଅଦ୍ୟତନ ହୋଇଛି
Mutton Biryani

Mutton Biryani

Advertisment

ପଶ୍ଚିମବଙ୍ଗର କଏଦୀଙ୍କ ପାଇଁ ଦୁର୍ଗାପୂଜା ପାଇଁ ସ୍ପେଶାଲ ମେନୁ ପ୍ରସ୍ତୁତ କରାଯାଇଛି। ଜେଲରେ ଥିଲେ ମଧ୍ୟ କଏଦୀ ଖାଇବେ ସୁସ୍ୱାଦୁ ବ୍ୟଞ୍ଜନ। ମଟନ୍ ବିରିୟାନୀ, ଚିକେନ ତରକାରୀ ସହ ଅନ୍ୟାନ୍ୟ ବେଙ୍ଗଲର ପାରମ୍ପରିକ ଖାଦ୍ୟ ପରଷାଯିବ।

Advertisment

ପଶ୍ଚିମବଙ୍ଗର ସଂଶୋଧନ ଗୃହ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ଦଶହରାରେ ଜେଲରେ ଥିବା କଏଦୀଙ୍କୁ ଏହି ସବୁ ସ୍ୱାଦିଷ୍ଟ ଖାଦ୍ୟ ଦିଆଯିବ। ଉଭୟ ମଧ୍ୟାହ୍ନ ଏବଂ ରାତ୍ର ଭୋଜନରେ ସେମାନଙ୍କ ପାଇଁ ମଟନ୍ ବିରିୟାନୀ, ଚିକେନ ତରକାରୀ, ପୁରୀ, ଚଣା ତରକାରୀ ସମେତ ବେଙ୍ଗଲର ପ୍ରସିଦ୍ଧ ଖାଦ୍ୟ ପ୍ରସ୍ତୁତ କରାଯିବ। ଅକ୍ଟୋବର 9 (ସପ୍ତମୀ ପୂଜା)ରୁ ଦଶମୀ (ଅକ୍ଟୋବର 12) ପର୍ଯ୍ୟନ୍ତ କଏଦୀମାନଙ୍କ ପାଇଁ ଏସବୁ ଖାଦ୍ୟ ଦିଆଯିବ।

ଜଣେ ଅଧିକାରୀ କହିଛନ୍ତି, "ପ୍ରତ୍ୟେକ ପର୍ବ ସମୟରେ କଏଦୀମାନେ ଭଲ ଖାଦ୍ୟ ପାଇଁ ଅନୁରୋଧ କରିଥାନ୍ତି। ଚଳିତ ବର୍ଷ ନୂଆ ମେନୁ ମିଳିଛି, ଆଶା କରୁଛୁ ଯେ ଏହା ସେମାନଙ୍କ ମୁହଁରେ ଖୁସି ଆଣିଦେବ। ସେମାନଙ୍କୁ ସଂଶୋଧନ କରିବା ପାଇଁ ଏହା ଏକ ସକରାତ୍ମକ ପଦକ୍ଷେପ ବୋଲି ମୁଁ ବ୍ୟକ୍ତିଗତ ଭାବେ ବିବେଚନା କରୁଛି।" 

Advertisment

ଧାର୍ମିକ ଭାବାବେଗକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଆମିଶ ଖାଦ୍ୟ ଦିଆଯିବ ନାହିଁ। ସେମାନେ ସେମାନଙ୍କ ପସନ୍ଦର ନିରାମିଶ ଖାଦ୍ୟ ମଧ୍ୟ ଖାଇପାରିବେ ବୋଲି ସେ କହିଛନ୍ତି। 

ତେବେ ଏପରି ଖାଦ୍ୟ ପରିବେଷଣ ସମୟରେ ବେଙ୍ଗଲ ଜେଲରେ ଏକାଧିକ ବିଶିଷ୍ଟ ବ୍ୟକ୍ତି ଅଛନ୍ତି। ସୋନଙ୍କ ମଧ୍ୟରୁ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ, ଜ୍ୟୋତି ପ୍ରିୟ ମଲ୍ଲିକ ଏବଂ ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦିପ ଘୋଷ ରହିଛନ୍ତି। 

ପାର୍ଥ ଚାଟାର୍ଜୀ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଜେଲରେ ଥିବାବେଳେ ଜ୍ୟୋତି ପ୍ରିୟ ମଲ୍ଲିକ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନିୟମିତତା ଅଭିଯୋଗରେ ଗିରଫ ହୋଇଛନ୍ତି। ସେହିପରି ସନ୍ଦୀପ ଘୋଷ ଆରଜି କରରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସହ ଅର୍ଥ ହେରଫେର ମାମଲାରେ ଗିରଫ କରାଯାଇଛି। 

Mutton Biryani Bengal Prisoners Durga Puja Menu Chicken Curry
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe