Advertisment

ବୋଲ ବମ ଯାତ୍ରା: ଦୋକାନ ଆଗରେ ମାଲିକଙ୍କ ନାଁ ଲେଖିବାକୁ ନିର୍ଦ୍ଦେଶ

ମୁଜାଫରନଗରରେ କାଉଡ଼ିଆମାନେ ଯାତ୍ରା କରିବାକୁ ଥିବା ରାସ୍ତାରେ ବ୍ୟବସାୟ କରୁଥିବା ଦୋକାନଗୁଡ଼ିକ ପାଇଁ ନୂଆ ନିୟମ ଜାରି କରାଯାଇଛି।

author-image
Hemant Lenka
Kanwar Yatra

Kanwar Yatra

ଆଉ ୩ ଦିନ ପରେ ଆରମ୍ଭ ହେବ ଶ୍ରାବଣ ମାସ। ଏହି ମାସରେ କାଉଡ଼ିଆମାନେ ବିଭିନ୍ନ ଶୈବ ପୀଠରେ ପବିତ୍ର ଜଳ ଢାଳି ଥାଆନ୍ତି। ଏହାକୁ ବୋଲ ବମ ଯାତ୍ରା କୁହାଯାଏ। ଏବେ ଏହି ବୋଲ ବମ ଯାତ୍ରାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର ମୁଜାଫରନଗର ପୁଲିସ୍‌ ନୂଆ ମାର୍ଗଦର୍ଶିକା ଜାରି କରିଛି।

Advertisment

ମୁଜାଫରନଗରରେ କାଉଡ଼ିଆମାନେ ଯାତ୍ରା କରିବାକୁ ଥିବା ରାସ୍ତାରେ ବ୍ୟବସାୟ କରୁଥିବା ଦୋକାନଗୁଡ଼ିକ ପାଇଁ ନୂଆ ନିୟମ ଜାରି କରାଯାଇଛି। ବିଶେଷ କରି ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀମାନଙ୍କୁ ଦୋକାନ ଆଗରେ ବଡ଼ବଡ଼ ଅକ୍ଷରରେ ମାଲିକଙ୍କ ନାଁ ଉଲ୍ଲେଖ କରିବାକୁ କୁହାଯାଇଛି।

ଗୋଟିଏ ଏକ୍ସ ପୋଷ୍ଟରେ ମୁଜାଫରନଗର ପୁଲିସ୍‌ କହିଛି ଯେ କୌଣସି ପ୍ରକାରର ଧାର୍ମିକ ବିଭେଦ ସୃଷ୍ଟି କରିବା ଉଦ୍ଦେଶ୍ୟ ନୁହେଁ। କିନ୍ତୁ କେବଳ ମୁଜାଫରନଗର ଦେଇ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ଭାବାବେଗକୁ ସମ୍ମାନ ଜଣାଇ ଓ ଅପ୍ରୀତିକର ପରିସ୍ଥିକୁ ଏଡ଼ାଇବା ପାଇଁ ଏପରି ପଦକ୍ଷେପ ନିଆଯାଇଛି।

Advertisment

ଦିଲ୍ଲୀ ଓ ହରିଦ୍ୱାର ମଧ୍ୟରେ ମୁଜାଫରନଗର ରହିଛି। ଏହି ଜିଲ୍ଲା ଦେଇ ଲକ୍ଷାଧିକ ଶ୍ରଦ୍ଧାଳୁ ଶ୍ରାବଣମାସରେ ଯାତ୍ରା ଆରମ୍ଭ କରନ୍ତି। ପୁଲିସ୍‌ କହିଛି, “ପବିତ୍ର ଶ୍ରାବଣମାସରେ ଅଧିକାଂଶ ଲୋକ ବିଶେଷ କରି କାଉଡ଼ିଆମାନେ କିଛି ନିର୍ଦ୍ଦିଷ୍ଟ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତି।

ପୂର୍ବରୁ ଦେଖିବାକୁ ମିଳିଛି ଯେ କାଉଡ଼ିଆମାନଙ୍କ ମାର୍ଗରେ ଏମିତି କିଛି ଦୋକାନ ରହିଛି, ଯେଉଁଠାରେ ସବୁ ପ୍ରକାରର ଖାଦ୍ୟ ବିକ୍ରି କରନ୍ତି। ସେମାନେ ଏମିତି ଭାବେ ନିଜ ନାଁକୁ ଚିତ୍ରଣ କରନ୍ତି ଯେ କାଉଡ଼ିଆମାନେ ଦ୍ୱନ୍ଦ୍ୱରେ ପଡ଼ି ଯାଆନ୍ତି।

ଏଥିଯୋଗୁ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଏହାକୁ ରୋକିବା ପାଇଁ ରାସ୍ତା କଡ଼ରେ ଥିବା ରେଷ୍ଟୁରାଣ୍ଟ, ଢାବା, ହୋଟେଲ ଓ ଦୋକାନଗୁଡ଼ିକ ସେମାନଙ୍କ ମାଲିକ ଏବଂ କର୍ମଚାରୀଙ୍କ ନାଁ ବଡ଼ବଡ଼ ଅକ୍ଷରରେ ଉଲ୍ଲେଖ କରିବାକୁ କୁହାଯାଇଛି।”

ଏପରି ନିର୍ଦ୍ଦେଶକୁ ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଉତ୍ତର ପ୍ରଦେଶ ପୁଲିସ୍‌ ଏବେ ପ୍ରତିଟି ଖାଦ୍ୟ ଦୋକାନ ଓ ଠେଲା ବ୍ୟବସାୟୀଙ୍କୁ ସେମାନଙ୍କ ଷ୍ଟଲ ଆଗରେ ନାଁ ଉଲ୍ଲେଖ କରିବାକୁ ବାଧ୍ୟ କରୁଛି। ଏହାଦ୍ୱାରା କାଉଡ଼ିଆମାନେ ଭୁଲ ବଶତଃ ଯେମିତି ମୁସଲିମମାନଙ୍କ ଠାରୁ କିଛି ବି କିଣିବେ ନାହିଁ।”

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ କୋର୍ଟଙ୍କୁ ନିଜ ଆଡ଼କୁ ମାମଲାର ବିଚାର କରିବାକୁ କହିଛନ୍ତି। ଏପରି ନିର୍ଦ୍ଦେଶ ପଛରେ କାରଣ ଜାଣିବା ପାଇଁ କୋର୍ଟ ତଦନ୍ତ ଆରମ୍ଭ କରି ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି।

Uttar Pradesh Kanwar Yatra