Advertisment

ବୋର୍ଡରେ ଲେଖାଯାଇଥିଲା ‘ଡାକ୍ତର କ୍ଲିନିକ’; ଭିତରେ ଚାଲିଥିଲା ମଦ ଫ୍ୟାକ୍ଟ୍ରି

ପୁଲିସ ଏହି ଘଟଣାରେ ଧୀରଜ କୁମାର ନାମକ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି।

ଅଦ୍ୟତନ ହୋଇଛି
Liquor

Liquor

Advertisment

ଘର ବାହାରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଥିଲା ‘ଡାକ୍ତର କ୍ଲିନିକ’। ହେଲେ ଭିତରେ ଚାଲିଥିଲା ମଦ ଫ୍ୟାକ୍ଟ୍ରି। ପୁଲିସ ଏହି ମଦ ଫ୍ୟାକ୍ଟ୍ରି ଉପରେ ଚଢ଼ଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ବିଭିନ୍ନ ବିଦେଶୀ ବ୍ରାଣ୍ଡର ମଦର ଷ୍ଟିକର, ବୋତଲ,ଠିପି, ମଦ ତିଆରି ପାଇଁ ବ୍ୟବହାର କରାଯାଉଥିବା ସରଞ୍ଜାମ ଓ ମେସିନ ଜବତ କରିଛି। ଏପରି ଘଟଣା ଦେଖିବାକୁ ମିଳିଛି ବିହାରରେ ।

Advertisment

ପୁଲିସ ସୂଚନା ଅନୁସାରେ, ମୁଜାଫରପୁର ଜିଲ୍ଲାର ଡୁମରି-ଲଦୌରା ରୋଡରେ ଥିବା ଏକ ଘର ବାହାରେ ବଡ଼ ବୋର୍ଡ ମରାଯାଇଥିଲା। ଏହି ବୋର୍ଡରେ ଡାକ୍ତରଙ୍କ କ୍ଲିନିକ ବୋଲି ଲେଖାଯାଇଥିଲା। ହେଲେ ଚଢ଼ାଉ ବେଳେ ଭିତରେ ମଦ ଫ୍ୟାକ୍ଟ୍ରି ଚାଲିଥିବା ଜଣାପଡ଼ିଥିଲା।  ବିଭିନ୍ନ ରାଜ୍ୟରୁ ମଦ ସରଞ୍ଜାମ ଓ ସ୍ପିରିଟ୍ ମଗାଯାଇ ଏଠାରେ  ବିଦେଶୀ ମଦ ପ୍ରସ୍ତୁତ କରାଯାଉଥିଲା। ଏହାକୁ ସହରରେ ବିକ୍ରି କରାଯିବା ସହ ଗ୍ରାମାଞ୍ଚଳରେ ଥିବା ମଦ ବ୍ୟବସାୟୀଙ୍କୁ ଯୋଗାଇ ଦିଆଯାଉଥିଲା।

ପୁଲିସ ଏହି ଘଟଣାରେ ଧୀରଜ କୁମାର ନାମକ ମଦ ବ୍ୟବସାୟୀଙ୍କୁ ଗିରଫ କରିଛି। ଏହି ଚେର କେଉଁ ରାଜ୍ୟକୁ ଲମ୍ବିଛି ଏନେଇ ତାଙ୍କୁ ପଚରାଉଚରା କରାଯାଇଛି। ଏଥିସହ ଅନ୍ୟ ମଦ ବ୍ୟବସାୟୀଙ୍କୁ ଧରିବାକୁ ପୁଲିସ ଖୋଳତାଡ ଆରମ୍ଭ କରିଛି।

Advertisment

ସୂଚନାଯୋଗ୍ୟ, ଼୨୦୧୬ ମସିହାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ମଦ ପିଇବା ଓ ବିକ୍ରି ଉପରେ ବ୍ୟାନ ଲଗାଇଥିଲେ। ଏହାପରେ ବି  ବିହାରରେ ମଦ ମୃତ୍ୟୁ ଓ ବିକ୍ରି ଥମିନାରେ ନାଁ ନେଉନାହିଁ।

Bihar Liquor Factory
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe