Advertisment

ମିଳିଲାନି ଟିକେଟ୍‌, ମଞ୍ଚ ଉପରେ କାନ୍ଦିଲେ ନେତା

ଟିକେଟ ନମିଳିବାରୁ ଭୋ ଭୋ ହୋଇ କାନ୍ଦିଛନ୍ତି ବିଜେପି ନେତା।

author-image
Madhupriya Mistry
ଅଦ୍ୟତନ ହୋଇଛି
Chandrabhan Sakya

Chandrabhan Sakya

କାନ୍ଦିଲେ ବିଜେପି ବିଧାୟକ। ମଞ୍ଚ ଉପରେ ହୋଇପଡିଲେ ଭାବୁକ। ଟିକେଟ ନମିଳିବାରୁ ତାଙ୍କ ଆଖିରୁ ଝରି ଆସିଲା ଲୁହ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନରେ। ଏଠାକାର ଜଣେ ବିଜେପି ନେତା ଟିକେଟ ନମିଳିବାରୁ ଭୋ ଭୋ ହୋଇ କାନ୍ଦିଛନ୍ତି।

Advertisment

ପାଖେଇ ଆସିଲାଣି ରାଜସ୍ଥନ ବିଧାନସଭା ନିର୍ବାଚନ। ଏଥିପାଇଁ ସମସ୍ତ ଦଳ କରତ ଆରମ୍ଭ କରିଦେଇଛନ୍ତି। ଏଥିପାଇଁ ପିଜେପି ତା'ର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ବିଜେପିର ଏହି ପ୍ରାର୍ଥୀ ତାଲିକାରେ ନିଜର ନାଁ ନଥିବା ଦେଖି ଭୋ ଭୋ ହୋଇ କାନ୍ଦିଛନ୍ତି ବଜେପି ନେତା ଚନ୍ଦ୍ରଭାନ୍‌ ସିଂହ ସାକ୍ୟ।

ତାଲିକାରେ ନାଁ ନ ଦେଖି ମୋ ମାଆ, ଭଉଣୀ ଓ କାର୍ଯ୍ୟକର୍ତ୍ତାମାନେ କାନ୍ଦି କାନ୍ଦି ଫୋନ୍‌ କଲେ ବୋଲି ବିଜେପି’ ବିଧାୟକ ସଭାମଞ୍ଚରେ ସମର୍ଥକମାନଙ୍କୁ ଲୁହ ଛଳ ଛଳ ଆଖିରେ କହିଛନ୍ତି ବିଜେପି ନେତା ଚନ୍ଦ୍ରଭାନ। ସେ ରାଜସ୍ଥାନ ଚିତ୍ତୋରଗଡର ବିଧାୟକ। ଏହି ଆସନରେ ଏବେ ଆକ୍ୟାଙ୍କ ବଦଳରେ ବିଜେପି ନରପତ ସିଂହ। ଆନରପତ ସିଂହ ହେଉଛନ୍ତି ଭାରତର ପୂର୍ବତନ ଉପରାଷ୍ଟ୍ରପତି ଭୈରୋଁ ସିଂହ ସେଖାୱତ୍‌ଙ୍କ ଜାମାତା।

Advertisment

୨୦୧୮ ବିଧାନସଭା ନିର୍ବାଚନରେ ଚନ୍ଦ୍ରଭାନ ସିଂହ ୧ ଲକ୍ଷରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଥିଲେ। ଏବେ କିନ୍ତୁ ତାଙ୍କୁ ଆଉ ବିଜେପି ଟିକେଟ୍‌ ଦେଇନି। ଟିକେଟ୍‌ ପାଇବାରୁ ବଞ୍ଚିତ ହେବା ପରେ କାନ୍ଦି ପକାଇଛନ୍ତି ଚନ୍ଦ୍ରଭାନ ସିଂହ। ଏକ ମଞ୍ଚ ଉପରେ ସମର୍ଥକମାନଙ୍କୁ ସମ୍ବୋଧନ କରିବା ବ‌େଳେ ଚନ୍ଦ୍ରଭାନ ସିଂହ ଆକ୍ୟଙ୍କ ଆଖିରେ ଲୁହ ଛଳ ଛଳ ହୋଇଯାଇଥିଲା।

କୋହଭରା କଣ୍ଠରେ ସେ କହିଛନ୍ତି, ଅନେକ ବର୍ଷ ଧରି ଆପଣମାନଙ୍କର ସେବା କଲି। ସବୁବେଳେ ଜନତା ପାଖରେ ଠିଆ ହୋଇଛି। ରାତି ୨ଟା ହେଉ କି, ୩ଟା କାର୍ଯ୍ୟକର୍ତ୍ତାଙ୍କ ପାଇଁ ଥାନାରେ ହାଜର ହୋଇଛି। ଆପଣମାନଙ୍କ ପାଖରୁ ଯେଭଳି ସମର୍ଥନ ପାଇଛି ତାହା ଅବିଶ୍ୱସନୀୟ। ତାଲିକା ବାହାରିବା ପରେ ମୋ ମାଆ, ଭଉଣୀମାନେ ଓ କାର୍ଯ୍ୟକର୍ତ୍ତାମାନେ ଯିଏ ଫୋନ୍‌ କଲେ, ସମସ୍ତେ କାନ୍ଦୁଥିଲେ ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ ସେ ଏଥର ନିର୍ଦ୍ଦଳୀୟ ଭାବେ ଚିତ୍ତୋରଗଡ ଆସନରୁ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। 

Bjp Rajasthan 2023 Assembly Poll