Advertisment

ମୋ ପୁଅ ନିର୍ଦ୍ଦୋଷ, ଆମେ କୋର୍ଟ ଯିବୁ: ଲଳିତ ଝା'ଙ୍କ ବାପା

ଘଟଣା ପରେ ମାଷ୍ଟରମାଇଣ୍ଡ ଲଲିତ ଝା' ରାଜସ୍ଥାନର ନାଗୌରକୁ ଫେରାର ହୋଇଯାଇଥିଲା।

Lalit Jha

Lalit Jha

Advertisment

ସଂସଦର ସୁରକ୍ଷାରେ ତ୍ରୁଟି ମାମଲାର ମାଷ୍ଟରମାଇଣ୍ଡ ଲଳିତ ଝା'କୁ ପୁଲିସ ପଚରାଉଚରା ଜାରି ରଖିଛି। ଲଳିତ ଝା'ଙ୍କ ବ୍ୟତୀତ ଏହି ମାମଲାରେ ସାମିଲ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଜେରା କରୁଛି। ଏହାରି ଭିତର ଅଭିଯୁକ୍ତ ଲଳିତ ଝା'ର ପରିବାର ତରଫରୁ ଏକ ବଡ଼ ବୟାନ ସାମ୍ନାକୁ ଆସିଛି।

Advertisment

ଲଲିତ ଝାଙ୍କ ବାପା ଦେବାନନ୍ଦ ଝା କହିଛନ୍ତି ଯେ ତାଙ୍କ ପୁଅ ଅଭିଯୁକ୍ତ ନୁହଁନ୍ତି, ସିଏ ନିର୍ଦ୍ଦୋଷ। ତାଙ୍କ ପୁଅକୁ ଯିଏ ଅଭିଯୁକ୍ତ ସଜାଇଛି ସେ ତା' ବିରୋଧରେ କୋର୍ଟକୁ ଯିବେ। ମୋ ପୁଅ ଜଣେ ଭଲ ମଣିଷ। ସେ ସମସ୍ତଙ୍କୁ ସାହାଯ୍ୟ କରୁଥିଲା। ସେ ବିଏ ପାସ୍ କରିଥିଲା ଏବଂ ପୁରସ୍କାର ମଧ୍ୟ ପାଇଥିଲା। ଲଲିତ କୋଚିଂ ସେଣ୍ଟରରେ ଶିକ୍ଷାଦାନ କରୁଥିଲା। ଗତକାଲି ଏହି ଘଟଣା ବିଷୟରେ ସୂଚନା ମିଳିଲା। ତାକୁ ଗିରଫ କରାଯାଇଥିବା କଥା ଜଣାପଡିଲା। ଆମେ ସମସ୍ତେ କୋଲକାତାରେ ରହୁଛୁ। ମୁଁ ଜଣେ ପଣ୍ଡିତ। ମୋ ପୁଅ ଜଣେ ଅଭିଯୁକ୍ତ ବୋଲି ମୋର ବିଶ୍ୱାସ ହେଉନାହିଁ। ଆମେ କୋର୍ଟ ଯିବୁ ବୋଲି ଲଳିତ ଝାଙ୍କ ବାପା କହିଛନ୍ତି।

ଅନ୍ୟପଟେ ଲଳିତା ଝା'ଙ୍କ ମା' ମଧ୍ୟ ସମାନ କଥା ଦୋହରାଇଛନ୍ତି। ସେ କହିଛନ୍ତି, 'ମୋ ପୁଅ ଦୋଷୀ ନୁହେଁ କି ଅଭିଯୁକ୍ତ ନୁହେଁ। ଆମେ କୋର୍ଟକୁ ଯିବୁ। ମୋ ପୁଅ ଏଭଳି କିଛି କରିପାରିବ ନାହିଁ।'

Advertisment

ପୋଲିସ ସୂତ୍ର ଅନୁଯାୟୀ, ଲଲିତ ଝାକୁ ପଚରାଉଚରା ବେଳେ ଜଣାପଡିଛି ଯେ ସଂସଦର ସୁରକ୍ଷା ଭଙ୍ଗ କରିବା ପଛରେ ଅରାଜକତା ସୃଷ୍ଟି କରିବା ଉଦ୍ଦେଶ୍ୟ ଥିଲା। ଅଭିଯୁକ୍ତ ଲଲିତ ଝା ସଂସଦର ସୁରକ୍ଷା ଭଙ୍ଗ କରିବା ପୂର୍ବରୁ ଅନ୍ୟ ଅଭିଯୁକ୍ତଙ୍କ ସହ ଅନେକ ଥର ସାକ୍ଷାତ କରିଥିବା ଦିଲ୍ଲୀ ପଟିଆଲା କୋର୍ଟରେ ସ୍ୱୀକାର କରିଥିବା ପୁଲିସ ଦାବି କରିଛି।

ଅନ୍ୟ ଅଭିଯୁକ୍ତଙ୍କ ସହ ବୈଠକ କରି ସେ ଏହି ପୂରା ଯୋଜନା ପ୍ରସ୍ତୁତ କରିଥିଲା। ସୂଚନାନୁସାରେ, ଏହି ଘଟଣା ପରେ ଲଲିତ ଝା ରାଜସ୍ଥାନର ନାଗୌରକୁ ଫେରାର ହୋଇଯାଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ କୈଳାଶ ଏବଂ ମହେଶ କୁମାୱାଟ ଏହି ଦୁଇ ସମ୍ପର୍କୀୟ ଭାଇ, ଲଳିତର ରହିବା ପାଇଁ ବ୍ୟବସ୍ଥା କରିଥିଲେ। ବର୍ତ୍ତମାନ ଉଭୟଙ୍କୁ ଗିରଫ କରିବା ପାଇଁ ମଧ୍ୟ ଉଦ୍ୟମ ଚାଲିଛି।

ଉଲ୍ଲେଖଯୋଗ୍ୟ, ଘଟଣା ପରେ ଦିଲ୍ଲୀ ପୁଲିସ ମାଷ୍ଟରମାଇଣ୍ଡ ଲଳିତ ଝା'କୁ ଗିରଫ କରି ଶୁକ୍ରବାର ହେପାଜତକୁ ପଠାଇ ଦେଇଛି। ଏହି ପୂରା ଘଟଣାର ସିନ୍‌ ରି-କ୍ରିଏସନ୍‌ କରିପାରେ ଦିଲ୍ଲୀ ପୁଲିସ। ଏଥିପାଇଁ ସଂସଦ ଗୃହରୁ ଅନୁମତି ମାଗିଛି ପୁଲିସ। 

Delhi Police Parliament Security Lapse Lalit Jha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe