Advertisment

ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ଠାରୁ ପ୍ଲଟ ଫେରାଇ ନେବାକୁ ରାଜି ହେଲା ମୁଦା

ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଇଡି ମାମଲା ରୁଜୁ କରିଛି। ରାଜ୍ୟରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲୋକାୟୁକ୍ତ ତଦନ୍ତ ଆରମ୍ଭ ହୋଇଛି।

author-image
Hemant Lenka
Siddaramaiah

Siddaramaiah

ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ(ମୁଦା) କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପତ୍ନୀ ବିଏନ ପାର୍ବତର ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରି ନେଇଛି। ତାଙ୍କୁ କ୍ଷତିପୂରଣ ବାବଦରେ ମିଳିଥିବା ୧୪ଟି ଦାମୀ ପ୍ଲଟକୁ ସେ ମୁଦାକୁ ଫେରାଇ ଦେବାକୁ ଚାହୁଁଥିବା କହିଥିଲେ। ଏହି ପ୍ରସ୍ତାବକୁ ଗ୍ରହଣ କରି ମୁଦା ମଧ୍ୟ ପ୍ଲଟ ଗୁଡ଼ିକ ଫେରାଇ ନେବାକୁ ସହମତି ପ୍ରକାଶ କରିଛି।

Advertisment

ଏହି ପ୍ଲଟ ଆବଣ୍ଟନକୁ ନେଇ ବିବାଦ ଦେଖାଯାଇଛି। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଇଡି ମାମଲା ରୁଜୁ କରିଛି। ରାଜ୍ୟରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲୋକାୟୁକ୍ତ ତଦନ୍ତ ଆରମ୍ଭ ହୋଇଛି।

ଦିନକୁ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଡ଼ୁଆ ବଢ଼ୁଥିବାରୁ ତାଙ୍କ ପତ୍ନୀ ପାର୍ବତୀ ଚିଠି ଲେଖି ପ୍ଲଟ ଗୁଡ଼ିକ ଫେରାଇ ଦେବାକୁ ଚାହୁଁଥିବା କହିଥିଲେ। ତାଙ୍କ ପାଇଁ ସ୍ୱାମୀ ସବୁ କିଛି। ତେଣୁ ସେ ବିବାଦର ସମାଧାନ ପାଇଁ ପ୍ଲଟ ଫେରାଇ ଦେବାକୁ କହିଥିଲେ।

Advertisment

ବିଏନ ପାର୍ବତୀଙ୍କୁ ବିଜୟନଗର ଫେଜ ୩ରୁ ୪ରେ ଏହି ୧୪ଟି ପ୍ଲଟ ମିଳିଥିଲା। ଏହା ମହୀଶୂର ଅଞ୍ଚଳର ସବୁଠାରୁ ଦାମୀ ଜାଗା। ସହର ନିକଟରେ ଥିବା କେସାରେ ଗାଁରେ ୩.୧୬ ଏକର ଜମି ପାର୍ବତୀଙ୍କ ନାଁରେ ରହିଥିଲା। ଏହାକୁ ମୁଦା ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ଅଧିଗ୍ରହଣ କରିଥିଲା। 

ଏହା ବଦଳରେ ତାଙ୍କୁ ବିଜୟ ନଗରରେ ୧୪ଟି ପ୍ଲଟ ଯୋଗାଇ ଦିଆଯାଥିଲା। କିନ୍ତୁ ତାଙ୍କୁ ମିଳିଥିବା ପ୍ଲଟର ଦାମ ସେ ଦେଇଥିବା ଜମି ତୁଳନାରେ ଯଥେଷ୍ଟ ଅଧିକ ବୋଲି ଅଭିଯୋଗ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଭାବେ ଜମି ଆବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଅନିୟମତତାକୁ ଯୋଗୁ ରାଜ୍ୟ ରାଜକୋଷକୁ ୪୫ କୋଟି ଟଙ୍କା କ୍ଷତି ହୋଇଥିବା କିଛି ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି।

ଏହାକୁ ନେଇ ବିବାଦ ଚାଲିଥିବା ବେଳେ ସିଦ୍ଦରମୈୟାଙ୍କ ବିରୋଧରେ ଇଡି ଓ ଲୋକାୟୁକ୍ତ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିଲା।

Karnataka Siddaramaiah MUDA Land Scam