Advertisment

ହିଂସା ଦମନ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ମଣିପୁର ମୁଖ୍ୟମନ୍ତ୍ରୀ

ରବିବାର ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ୍ ସିଂହ ଦିଲ୍ଲୀ ଯାଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
Manipur Chief Minister N Biren Singh and Union Home Minister Amit Shah met on Sunday,

Manipur Chief Minister N Biren Singh and Union Home Minister Amit Shah met on Sunday

ମଣିପୁରରେ ଲାଗି ରହିଥିବା ହିଂସା ଓ ଅଶାନ୍ତିକୁ ଦୂର କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରୟାଶ ଜୋରଦାର ହୋଇଛି। ରବିବାର ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ୍ ସିଂହ ଦିଲ୍ଲୀ ଯାଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ପଦରୁ ଶ୍ରୀ ସିଂହଙ୍କୁ ହଟାଇବାକୁ ବିରୋଧୀ ଦଳମାନେ ସର୍ବଦଳୀୟ ବୈଠକରେ ଦାବି କରିବା ପରେ ଏହି ଭେଟଘାଟ ହୋଇଛି।

Advertisment

ଇମ୍ଫାଲ୍‌ରୁ ଆଜି ସକାଳେ ଆସିଥିବା ଶ୍ରୀ ସିଂହ ଦିଲ୍ଲୀ ସ୍ଥିତି ଅମିତ ଶାହଙ୍କ ଘରେ ପହଞ୍ଚିବା ପରେ ପ୍ରାୟ ୪୫ ମିନିଟ୍‌ ଧରି ଦୁହିଁଙ୍କ ଭିତରେ ମଣିପୁର ହିଂସା ଦମନ ବାବଦରେ ଅଲୋଚନା କରିଥିଲେ। ଏହି ସମୟରେ ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ନିଆଯାଇଥିବା ପ୍ରଶାସନିକ ପଦକ୍ଷେପ ସମ୍ପର୍କରେ ଶ୍ରୀ ସିଂହ କହିଥିଲେ। ଏହାପରେ ସେ ମଣିପୁର ଫେରି ଯାଇଥିଲେ। ଏହି ସମୟରେ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ଏନେଇ ଶ୍ରୀ ସିଂହ ଟ୍ୱିଟ କରିବା ସହ ଚଳିତ ମାସ ୧୩ ତାରିଖ ପରଠାରୁ ମଣିପୁରରେ ହିଂସାଜନିତ କୌଣସି ଜୀବନ ଯାଇନି ବୋଲି ପ୍ରକାଶ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ମିଶି ଏହି ହିଂସା ଉପରେ ରୋକ୍‌ ଲଗାଇ ପାରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି।

ସୂଚନା ଥାଉକି, ମଣିପୁର ହିଂସା ଥଣ୍ଡା କରିବା ନେଇ ଶନିବାର ଅମିତ ଶାହ ୧୮ଟି ଦଳଙ୍କୁ ନେଇ ସର୍ବଦଳୀୟ ବୈଠକ କରିଥିଲେ। ଏହି ବୈଠକରେ ବିଭିନ୍ନ ବିରୋଧୀର ଦଳର ପ୍ରତିନିଧିମାନେ ମଣିପୁର ଗସ୍ତ କରିବାକୁ ପରାମର୍ଶ ଦେଇଥିଲେ। ୪ ଘଣ୍ଟା ଧରି ବସିଥିବା ଏହି ବୈଠକରେ କିଛି ବିରୋଧୀ ଦଳ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇ ରାଷ୍ଟ୍ରପତି ଶାସନ ଜାରି କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ।

Advertisment

ଏହା ପୂର୍ବରୁ ୯ ବିଜେପି ବିଧାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଚିଠି ଲେଖି ଏନ୍‌ ବୀରେନ୍ ସିଂହଙ୍କ ସରକାର ଉପରେ ଲୋକେ ଅସ୍ଥା ହରାଇଥିବା ଉଲ୍ଲେଖ କରିଥିଲେ। ଏହି ସରକାର ଉପରେ କାହିଁକି ଲୋକେ ବିଶ୍ୱାସ ହରାଇଛନ୍ତି ସେନେଇ ପ୍ରମୁଖ ୫ କାରଣ ମଧ୍ୟ ଚିଠିରେ ଉଲ୍ଲେଖ କରିଥିଲେ।

ଅନୁସୂଚିତ ଜନଜାତି ସ୍ୱତନ୍ତ୍ର ଷ୍ଟାଟସ୍ ଦାବି କରି ଦୁଇ ଆଦିବାସୀ ଗୋଷ୍ଠୀ ଭିତରେ ଦେଖାଦେଇଥିବା ବିବାଦ ଏବେ ମଣିପୁରରେ ହିଂସାର ରୂପ ନେଇଛି। ଏହାକୁ ଦମନ କରିବାରେ ସରକାର ନାକେଦମ ହେଲେଣି।

Amit Shah Manipur Manipur Violence