Advertisment

୧୨ରେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ, ତୃତୀୟ ଥର ପାଇଁ ସମ୍ଭାଳିବେ ପଦ

ଆସନ୍ତା ୧୨ ତାରିଖରେ ତୃତୀୟ ଥର ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ। ଆନ୍ଧ୍ରରେ ଚନ୍ଦ୍ର ବାବୁଙ୍କ ତେଲଗୁଦେଶମ ପାର୍ଟି (TDP) ପୁଣି ଥରେ କ୍ଷମତାକୁ ଫେରିବ ।

author-image
Niharika Rout
Chandrababu Naidu

Chandrababu Naidu

ଆସନ୍ତା ୧୨ ତାରିଖରେ ତୃତୀୟ ଥର ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ। ଆନ୍ଧ୍ରରେ ଚନ୍ଦ୍ର ବାବୁଙ୍କ ତେଲଗୁଦେଶମ ପାର୍ଟି (TDP) ପୁଣି ଥରେ କ୍ଷମତାକୁ ଫେରିବ । ଚଳିତ ନିର୍ବାଚନରେ TDP ସ୍ପଷ୍ଟ ବହୁମତ ହାସଲ କରିବା ପରେ ଚନ୍ଦ୍ର ବାବୁ ନାଇଡୁଙ୍କ ମୁଖ୍ୟମନ୍ତ୍ରୀ ହେବା ବାଟ ପରିଷ୍କାର ହୋଇ ଯାଇଛି। ଆସନ୍ତା ୧୨ ତାରିଖରେ କେସରପଲ୍ଲୀ ଆଇଟି ପାର୍କରେ ସେ ପଦ ଓ ଗୋନୀୟତାର ଶପଥ ନେବେ। ଏନେଇ TDP ପକ୍ଷରୁ ସୂଚନା ଦିଆଯାଇଛି। 

Advertisment

ଚନ୍ଦ୍ରବାବୁ ନାଇଡୁ ପ୍ରଥମ ଥର ପାଇଁ ପ୍ରାୟ ୩୦ ବର୍ଷ ପୂର୍ବେ ୧୯୯୫ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ସେ ୨୦୦୪ ମସିହା ପର୍ଯ୍ୟନ୍ତ ୯ ବର୍ଷ କାଳ ଏହି ପଦରେ ରହିଥିଲେ। ଏହାପରେ ଉକ୍ତ ବର୍ଷ ଅନୁଷ୍ଠିତ ନିର୍ବାଚନରେ ସେ ହାରି ଯାଇଥିଲେ ଓ ୱାଇ ଏସ୍‌ ରାଜଶେଖର ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ।

ଏହାର ପ୍ରାୟ ଦଶ ବର୍ଷ ପରେ ଆନ୍ଧ୍ରପ୍ରଦେଶ ଆନ୍ଧ୍ର ଓ ତେଲେଙ୍ଗାନା ରୂପେ ୨ଟି ରାଜ୍ୟରେ ବିଭାଜିତ ହୋଇ ଯାଇଥିଲା। ଏହାପରେ ୨୦୧୪ ମସିହାରେ ନବଗଠିତ ଆନ୍ଧ୍ରର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ ଚନ୍ଦ୍ରବାବୁ ନାଇଡୁ। ମାତ୍ର ୨୦୧୯ ମସିହାରେ ସେ ପୁଣି ନିର୍ବାଚନ ହାରି ଯାଇଥିଲେ। ଉକ୍ତ ବର୍ଷ YSRCP ପ୍ରମୁଖ ଜଗନ ମୋହନ ରେଡ୍ଡି ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏବେ ୫ ବର୍ଷ ପରେ ପୁଣି ଥରେ ଚନ୍ଦ୍ରବାବୁ ନାଇଡୁ ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

Advertisment

ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ TDP ୧୩୫ ଆସନ ହାସଲ କରିଥିବା ବେଳେ ଜନସେନା ୨୧, ବିଜେପି ୮ ସିଟ୍‌ ଜିତି ପାରିଛନ୍ତି। ଏହାବାଦ YSRCP ମାତ୍ର ୧୧ ସିଟ୍‌ ହାତେଇବାକୁ ସକ୍ଷମ ହୋଇଥିବା ବେଳେ କଂଗ୍ରେସ ଏହି ବିଧାନସଭା ନିର୍ବାଚନରେ ଖାତା ଖୋଲି ପାରିନି।

ଶପଥ ନେବା ପୂର୍ବରୁ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ ରାଜ୍ୟ ବହୁ କ୍ଷତି ସହିଛି। ରାଜ୍ୟରେ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହୋଇଥିବା ବେଳେ ଅର୍ଥ ବ୍ୟବସ୍ଥା ଧ୍ୱସଂ ହୋଇ ଯାଇଛି। ରାଜନୀତିରେ କେହି କେବେ ସ୍ଥାୟୀ ନୁହନ୍ତି । ଏବେ ଏବେ ଏହାକୁ ସଠିକ୍‌ ଟ୍ରାକ୍‌କୁ ଆଣିବା ତାଙ୍କ କାମ । ଆମେ ମିଳିତ ଭାବେ କାମ କରି ରାଜ୍ୟରୁ ଏକ ନମ୍ବରରେ ପରିଣତ କରିବୁ ।

Andhra Pradesh TDP Chandrabadu Naidu