Advertisment

କର୍ଣ୍ଣାଟକାରେ ବନ୍ଦ ହେଲା ଘୃଣାର ବଜାର: ରାହୁଲ ଗାନ୍ଧି

ବିଜୟ ଉତ୍ସବରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଯୋଗ ଦେଇ ଦଳୀୟ ନେତା ଓ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ କର୍ଣ୍ଣାଟକାରେ ଘୃଣାର ବଜାର ବନ୍ଦ ହୋଇଛି ବୋଲି ସେ ତାଙ୍କ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି।

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

କର୍ଣ୍ଣାଟକାରେ କଂଗ୍ରେସର ଐତିହାସିକ ବିଜୟ ଏକ ପ୍ରକାରର ନିଶ୍ଚିତ ହୋଇ ସାରିଛି। ସରକାର ଗଠନ ପାଇଁ ଏଠାରେ ମ୍ୟାଜିକ ନମ୍ବର ୧୧୩ ଥିବା ବେଳେ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ୯୩ଟି ଆସନରେ ଜିତି ସାରିଲାଣି। ସେହିପରି ଦଳ ଆଉ ୪୫ଟି ଆସନରେ ଲିଡ୍‌ କରୁଛି। ବିଜେପି ୩୬ଟି ଆସନରେ ଜିତିଛି ୨୬ଟି ଆସନରେ ଆଗରେ ରହିଛି।

Advertisment

କଂଗ୍ରେସ ବିଜୟ ଆଡ଼କୁ ଯାଉଥିବା ବେଳେ ଦିଲ୍ଲୀ ମୁଖ୍ୟାଳୟରେ ସେଲିବ୍ରେସନ ଆରମ୍ଭ ହୋଇଯାଇଛି। ଏହି ବିଜୟ ଉତ୍ସବରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଯୋଗ ଦେଇ ଦଳୀୟ ନେତା ଓ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ କର୍ଣ୍ଣାଟକାରେ ଘୃଣାର ବଜାର ବନ୍ଦ ହୋଇଛି ବୋଲି ସେ ତାଙ୍କ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି।

ସେ କହିଛନ୍ତି, “କର୍ଣ୍ଣାଟକାରେ ଘୃଣାର ବଜାର ବନ୍ଦ ହୋଇଛି। ପ୍ରେମର ଦୋକାନ ଖୋଲିଛି। ଏହା ସମସ୍ତଙ୍କର ବିଜୟ। ପ୍ରଥମେ ଏହା କର୍ଣ୍ଣାଟକାର ଲୋକଙ୍କ ବିଜୟ। ନିର୍ବାଚନ ବେଳେ ମୁଁ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ୫ଟି ପ୍ରତିଶ୍ରୁତି ଦେଇଥିଲୁ। ସେହି ୫ ପ୍ରତିଶ୍ରୁତିକୁ ଆମେ ପ୍ରଥମ କ୍ୟାବିନେଟରେ ଅନୁମୋଦନ ଦେବୁ। କର୍ଣ୍ଣାଟକାବାସୀଙ୍କୁ ଧନ୍ୟବାଦ। ଜୟ ହିନ୍ଦ।”

Advertisment

କଂଗ୍ରେସ ଗୃହ ଜ୍ୟୋତି ଯୋଜନାରେ ସମସ୍ତଙ୍କୁ ୨୦୦ ୟୁନିଟ ଯାଏ ମାଗଣା ବିଜୁଳି, ଗୃହ ଲକ୍ଷ୍ମୀ ଯୋଜନାରେ ପ୍ରତି ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କାର ଭତ୍ତା, ଅନ୍ନ ଭାଗ୍ୟ ଯୋଜନାରେ ପ୍ରତି ବିପିଏଲ ପରିବାରର ସଦସ୍ୟଙ୍କୁ ୧୦ କେଜି ଲେଖାଏ ଚାଉଳ, ୧୮ରୁ ୨୫ ବର୍ଷ ବୟସ ମଧ୍ୟରେ ଥିବା ଗ୍ରାଜ୍ୟୁଏଟ ମାନଙ୍କୁ ମାସିକ ୩ ହଜାର ଓ ଡିପ୍ଲୋମାଧାରୀଙ୍କୁ ମାସିକ ୧୫ଶହ ଟଙ୍କାର ଭତ୍ତା ଏବଂ ମହିଳାମାନଙ୍କୁ ସକ୍ଷୀ ଯୋଜନାରେ ମାଗଣା ବସ୍‌ ଯାତ୍ରାର ସୁବିଧା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲା।

Karnataka Karnataka Polls 2023 Karnataka Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe