Advertisment

ବର-କନ୍ୟା ପୋଷାକ ପିନ୍ଧି ରାତି ସାରା ୨୬ତମ ବିବାହ ବାର୍ଷିକୀ ପାଳିଲେ, ସକାଳୁ ଜୀବନ ହାରିଦେଲେ

ରାତି ସାରା ଯେଉଁ ଦମ୍ପତି ନିଜର ବିବାହ ବାର୍ଷିକ ପାଳକ କରିଥିଲେ ସକାଳୁ ସେମାନେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି। ଉଭୟଙ୍କ ମୃତଦେହ ବିବାହ ପୋଷାକରେ ସେମାନଙ୍କ ଘର ଭିତରୁ ନାଗପୁର ପୁଲିସ୍‌ ଉଦ୍ଧାର କରିଛି।

Jeril

Jeril

Advertisment

ବିବାହର ୨୬ ବର୍ଷ ପୂର୍ତ୍ତିକୁ ବେଶ ଧୂମଧାମରେ ପାଳିଲେ। ବର-କନ୍ୟା ପୋଷାକ ପିନ୍ଧି ମଧ୍ୟରାତ୍ର ପର ଯାଏ ବନ୍ଧୁ ଓ ପରିବାର ଲୋକଙ୍କ ସହ ଉତ୍ସବ ମନାଇଲେ। ୨୬ତମ ବିବାହ ଉତ୍ସବ ପାଳନ ବେଳେ ବେଶ ଖୁସି ରହିଥିଲେ।

Advertisment

ଏପରି କି ୨୬ ବର୍ଷ ତଳର ବିବାହ ପୋଷାକ ପିନ୍ଧି ପୁରୁଣା ସ୍ମୃତିକୁ ତାଜା କରିଥିଲେ। ହେଲେ ରାତି ସାରା ଯେଉଁ ଦମ୍ପତି ନିଜର ବିବାହ ବାର୍ଷିକ ପାଳକ କରିଥିଲେ ସକାଳୁ ସେମାନେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି। ଉଭୟଙ୍କ ମୃତଦେହ ବିବାହ ପୋଷାକରେ ସେମାନଙ୍କ ଘର ଭିତରୁ ନାଗପୁର ପୁଲିସ୍‌ ଉଦ୍ଧାର କରିଛି।

୫୭ ବର୍ଷୀୟ ଜେରୀ ଦାମସନ ଅସ୍କାର ମୋନିକ୍ରିଫଙ୍କ ମୃତଦେହ ରୋଷେଇ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ତାଙ୍କର ୪୬ ବର୍ଷୀୟ ପତ୍ନୀ ଆନ୍ନି ଡ୍ରଇଂ ରୁମରେ ଥିବା ଗୋଟିଏ ବେଡରେ ନିସ୍ତେଜ ଅବସ୍ଥାରେ ରହିଥିଲେ। ଆନ୍ନି ବେଡ ଉପରେ ୨୬ ବର୍ଷ ତଳେ ବାହାଘର ବେଳେ ପିନ୍ଧିଥିବା ପୋଷାକ ପରିଧାନ କରି ଶୋଇ ରହିଥିଲେ। ତାଙ୍କ ଦେହରେ ଧଳା କପଡ଼ା ଘୋଡ଼ା ଯାଇଥିବା ବେଳେ ଉପରେ ଫୁଲ ବିଞ୍ଚି ହୋଇ ପଡ଼ିଥିଲା।

Advertisment

ପୁଲିସ୍‌ କହିଛି ଯେ ଜେରି ସମ୍ଭବତଃ ତାଙ୍କ ପତ୍ନୀଙ୍କୁ ଜୀବନ ହାରିବାକୁ ଅନୁମତି ଦେଇଥିଲେ। ସେ ବେକରେ କପଡ଼ା ଲଗାଇ ଝୁଲି ପଡ଼ିଥିଲେ। ଆନ୍ନି ଜୀବନ ହାରିବା ପରେ ଜେରି ତାଙ୍କୁ ସେଠାରୁ ବାହାର କରିଥିଲେ। ତାଙ୍କ ମୃତଦେହ ଉପରେ କପଡ଼ା ଘୋଡ଼ାଇବା ପରେ ଫୁଲ ପକାଇଥିଲେ। ଏହାପରେ ନିଜେ ଗୋଟିଏ ଗାମୁଛା ଦ୍ୱାରା ସିଲିଂରେ ଝୁଲି ପଡ଼ିଥିଲେ।

ଜେରି ଓ ଆନ୍ନିଙ୍କ ଆତ୍ମହତ୍ୟା ଘଟଣା ପୂରା ଅଞ୍ଚଳରେ ଶୋକର ଚ୍ଛାୟା ଖେଳାଇ ଦେଇଛି। ବିଶେଷ କରି ମାର୍ଟିନ ନଗର ଅଞ୍ଚଳର ଲୋକମାନେ ଘଟଣା ସମ୍ପର୍କରେ ଜାଣି ପୂରା ସ୍ତବ୍ଧ ହୋଇଯାଇଛନ୍ତି। ଜେରି ଓ ଆନ୍ନି ୨୬ ବର୍ଷ ହେଲା ବାହା ହୋଇଥିଲେ ହେଁ ସେମାନଙ୍କର କୌଣସି ପିଲା ଛୁଆ ନଥିଲେ। ଜୀବନ ହାରିବା ପୂର୍ବରୁ ସେମାନେ ନିଜ ସୋଶାଲ ମିଡିଆ ଆକାଉଣ୍ଟକୁ ଅପଡେଟ କରିବା ସହ ଦୁଇଟି ସୁଇସାଇଡ ନୋଟ ଅପଲୋଡ କରିଥିଲେ। ଏହା ମଧ୍ୟରେ ଗୋଟିଏ ଷ୍ଟାମ୍ପ ପେପର ମଧ୍ୟ ରହିଥିଲା।

ତେବେ ସେମାନେ ଜୀବନ ହାରିବା ପଛର କାରଣ କିଛି ବି କହି ନାହାନ୍ତି। ଆନ୍ନି ନିଜର ଶେଷ ଭିଡିଓରେ ନିଜର ପରିବାର ଲୋକଙ୍କୁ ସମ୍ପର୍କୀୟ ପିଲାଙ୍କ ଯତ୍ନ କରିବାକୁ କହିଛନ୍ତି। ସମସ୍ତଙ୍କୁ ସେ ଶୁଭେଚ୍ଛା ଜଣାଇ ଭାବବିହ୍ୱଳ ବିଦାୟ ନେଇଛନ୍ତି। ଦୁଇ ସୁଇସାଇଡ ନୋଟରେ ଜୀବନ ହାରିବା ପାଇଁ କାହାକୁ ବି ଦାୟୀ କରାଯାଇନି। ସେମାନଙ୍କ ସମ୍ପତ୍ତିକୁ ସମସ୍ତଙ୍କ ମଧ୍ୟରେ ବାଣ୍ଟି ଦେବାକୁ ଉଭୟ ଅନୁରୋଧ କରିଛନ୍ତି। ଏହାର ଅର୍ଥ ସେମାନେ ଜୀବନ ହାରିବା ପାଇଁ ପୂର୍ବରୁ ହିଁ ନିଷ୍ପତ୍ତି ନେଇ ସାରିଥିଲେ।

ତେବେ ରାତି ସାରା ୨୬ତମ ବିବାହ ବାର୍ଷିକୀ ପାଳନ ବେଳେ ସେମାନଙ୍କ ଚେହେରାରୁ ଏସବୁ ଜଣାପଡ଼ି ନଥିଲା। ସେମାନେ ବିବାହ ବାର୍ଷିକୀଙ୍କୁ ଠିକ ରାତି ୧୨ଟାରେ କେକ କାଟି ସେଲିବ୍ରେଟ କରିଥିଲେ।

ଜେରି ଓ ଆନ୍ନିଙ୍କ ଶେଷ ଇଚ୍ଛାକୁ ସମ୍ମାନ ଜଣାଇ ଉଭୟଙ୍କୁ ଗୋଟିଏ କଫିନରେ ଅନ୍ତିମ ବିଦାୟ ଦିଆଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ଜରିପଟକା କ୍ୟାଥୋଲିକରେ ସେମାନଙ୍କ ଶେଷକୃତ୍ୟ ଶେଷ ହୋଇଛି। ଉଭୟ ହାତ ଧରା ଧରି ହୋଇ ଚିରନିଦ୍ରାରେ ଶୋଇ ପଡ଼ିଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ଭାବେ ଗୋଟିଏ କଫିନ ତିଆରି କାରାଯାଇଥିଲା। ଉଭୟ ୨୬ ବର୍ଷ ତଳେ ବାହା ଘର ବେଳେ ପିନ୍ଧିଥିବା ପୋଷାକରେ କବର ନେଇଛନ୍ତି।

ମହାମାରୀ କରୋନା ପୂର୍ବରୁ ଜେରି ଏକାଧିକ ବଡ଼ବଡ଼ ହୋଟେଲରେ ମୁଖ୍ୟ ରୋଷେୟା ଭାବେ କାମ କରୁଥିଲେ। ଏହାପରେ କିନ୍ତୁ ସେ ତାଙ୍କ ହୋଟେଲ ଚାକିରିକୁ ଫେରି ନଥିଲେ। ଜେରି ଚାକିରି ଛାଡ଼ି ସୁଧରେ ଟଙ୍କା ଲଗାଉଥିଲେ। ଆନ୍ନି ଘରେ ରହୁଥିଲେ। ଭୋର ୫.୪୭ରେ ଆନ୍ନି ତାଙ୍କ ସୋଶାଲ ମିଡିଆରେ ବିଦାୟ ଷ୍ଟାଟସ ପୋଷ୍ଟ କରିଥିଲେ।

ଏହାକୁ ଉକ୍ତ ଅଞ୍ଚଳରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟ ଦେଖି ତୁରନ୍ତ ଆନ୍ନିଙ୍କ ମା’ଙ୍କୁ ଖବର ଦେଇଥିଲେ। ମହିଳା ଜଣଙ୍କ ଦମ୍ପତିଙ୍କ ଅନ୍ୟ ସମ୍ପର୍କୀୟମାନଙ୍କୁ ମଧ୍ୟ ଖବର ଦେଇଥିଲେ। ସମସ୍ତେ ମୋନିକ୍ରିଫଙ୍କ ଘରେ ପହଞ୍ଚିଲା ବେଳକୁ ସେତେବେଳକୁ ଉଭୟ ଜୀବନ ହାରି ସାରିଥିଲେ। ଏହାପରେ ପୁଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା।

Maharashtra Nagpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe