Advertisment

ହାତୁଡିରେ ପିଟି ଲିଭ୍‌-ଇନ୍‌ ପାର୍ଟନରଙ୍କୁ ହତ୍ୟା, ୩ ବର୍ଷର ପୁଅକୁ ବି ଛାଡିଲେନି

ପ୍ରଥମେ ନାଜନୀନଙ୍କୁ ହାତୁଡିରେ ପିଟି ହତ୍ୟା କରିବା ପରେ କୁନି ପୁଅକୁ ବିଷ ଦେଇ କିମ୍ବା ତଣ୍ଟି ଚିପି ସଚିନ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

author-image
Madhupriya Mistry
Suicide

Suicide

ଦିନକୁ ଦିନ ବଢ଼ି ଚାଲିଛି ଲିଭ୍‌-ଇନ୍‌ ପାର୍ଟନରଙ୍କୁ ହତ୍ୟା ମାମଲା। ନିକଟରେ ପୁଣି ଏକ ମାମଲା ସାମ୍ନାକୁ ଆସିଛି। ଏକ ହୋଟେଲ ଭିତରେ ହାତୁଡିରେ ପିଟି ନିଜ ଲିଭ-ଇନ୍‌ ପାର୍ଟନରଙ୍କୁ ହତ୍ୟା କରିବା ପରେ ତିନି ବର୍ଷର ପୁଅ ତଣ୍ଟି ଚିପି ନିଜେ ଆତ୍ମହତ୍ୟା କରିଛନ୍ତି ବ୍ୟକ୍ତି। ମହାରାଷ୍ଟ୍ରର ନାଗପୁରରେ ଘଟିଛି ଏଭଳି କିଛି ହୃଦୟ ବିଦାରକ ଘଟଣା।

Advertisment

ମହାରାଷ୍ଟ୍ର ନାଗପୁର ସହରର ୩୦ ବର୍ଷୀୟ ସଚିନ ବିନୋଦ କୁମାର ରାଉତ। ୨୯ ବର୍ଷୀୟ ନାଜନୀନଙ୍କ ସହ ସେ ଲିଭ-ଇନ୍‌ରେ ରହୁଥିଲେ। ଉଭୟଙ୍କ ତିନି ବର୍ଷର ଏକ କୁନି ପୁଅ ମଧ୍ୟ ଥିଲା। ଶନିବାର ଗଜାନନନ କଲୋନୀ ସ୍ଥିତ ଗୋଲ୍ଡେନ୍‌ କି ହୋଟେଲ ରୁମ୍‌ ଭିତରୁ ଏହି ତିନି ଜଣଙ୍କ ମୃତଦେହ ମିଳିଛି। ହୋଟେଲ କର୍ମଚାରୀମାନେ ପୁଲିସ ସୂଚନା ଦେବା ପରେ ଏହି ଘଟଣା ସାମ୍ନାକୁ ଆସିଛି।

ଜଣେ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ସଚିନ ବିନୋଦ କୁମାରଙ୍କ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ଲିଭ-ଇନ୍‌ ପାର୍ଟନର ନାଜିନୀନ୍‌ଙ୍କ ମୁଣ୍ଡରେ ଆଘାତ ଲାଗିବା ସହ ରୁମ୍‌ ଭିତରେ ରକ୍ତ ଛିଟା ପଡିଛି। ଏଥିସହ ରକ୍ତ ଲଗା ଏକ ହାତୁଡି ମଧ୍ୟ ଜବତ ହୋଇଛି। ସେହିପରି ରୁମ୍‌ ଭିତରୁ ତିନି ବର୍ଷର ପୁଅର ମୃତଦେହ ମଧ୍ୟ ମିଳଛି।

Advertisment

ପ୍ରଥମେ ନାଜନୀନଙ୍କୁ ହାତୁଡିରେ ପିଟି ହତ୍ୟା କରିବା ପରେ କୁନି ପୁଅକୁ ବିଷ ଦେଇ କିମ୍ବା ତଣ୍ଟି ଚିପି ସଚିନ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହାପରେ ସେ ନିଜେ ଫ୍ୟାନ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ପେସାରେ ଜଣେ ଟ୍ରକ୍‌ ଡ୍ରାଇଭର ଥିବା ସଚିନ ପୂର୍ବରୁ ବିବାହିତ ଥିଲେ। ତାଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି। ମଧ୍ୟ ପ୍ରଦେଶରେ ରହୁଥିବା ନାଜନୀନଙ୍କ ସହ ତାଙ୍କର ପରକୀୟ ପ୍ରିତି ସମ୍ପର୍କ ଥିଲା। ତେବେ ସଚିନ ନିଜ ପତ୍ନୀଙ୍କୁ ଛାଡପତ୍ର ଦେଇନଥିବାରୁ ଦୁହେଁ ଲିଭ୍‌-ଇନ୍‌ରେ ରହୁଥିଲେ।

ତେବେ ପରେ ସେ ନାଜନୀନଙ୍କ ଠାରୁ ଦୂରେଇବା ଆରମ୍ଭ କରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିଥିଲା। ଶେଷରେ ସେମାନେ ଅଲଗା ରହିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ଶୁକ୍ରବାର ଦିନ ଉଭୟ ୫୦୦ ଟଙ୍କା ଷ୍ଟାମ୍ପ ପେପରରେ ପାରସ୍ପରିକ ଭାବେ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ତଦନ୍ତ ବେଳେ ପୁଲିସ ଉକ୍ତ ଷ୍ଟାମ୍ପ ପେପର୍‌ ଜବତ କରିଛି। ସେ କହିଛନ୍ତି ଯେ ଶୁକ୍ରବାର ଅପରାହ୍ନରେ ରାଉତ, ନାଜନୀନ ଓ ପଅକୁ ନେଇ ହୋଟେଲରେ ଚେକ୍‌-ଇନ୍‌ କରିଥିଲେ। ମୃତ ରାଉତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି।

Suicide Man Kills Live-In Partner Nagpur