Advertisment

ଥାନା ଭିତରେ ବଲିଉଡ ଗୀତରେ ନାଚିଲେ, ୪ ପୁଲିସକର୍ମୀ ସସ୍‌ପେଣ୍ଡ

ସ୍ୱାଧୀନତା ଦିବସ ଅବସରରେ ଦେଶ ଭକ୍ତି ବଦଳରେ ଥାନା ଭିତରେ ବଲିଉଡ ଗୀତରେ ନାଚିବା ପୁଲିସ କର୍ମୀମାନଙ୍କୁ ମହଙ୍ଗା ପଡିଛି।

author-image
Madhupriya Mistry
Police Dance

Police Dance

ପାର୍ଟି ମୁଡ୍‌ରେ ପୁଲିସ ବାବୁ। ଥାନା ଭିତରେ ବଲିଉଡ ଗୀତରେ ଧୁମ୍‌ ନାଚିଲେ। ଜମିଲା ନାଚ ଗୀତର ଆସର। ଦେଶଭକ୍ତି ବଦଳରେ ଦେଖିବାକୁ ମିଳିଲା ବଲିଉଡ ଗୀତର ଧୁମ୍‌। ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରରେ ଖାକି ଡ୍ରେସ୍‌ରେ 'ଖାଇକେ ପାନ ବନରାସ ବାଲା' ଗୀତରେ ନାଚିଲେ ପୁଲିସକର୍ମୀ। ଏଭଳି କରିବା ଏବେ ଥାନାବାବୁଙ୍କୁ ମହଙ୍ଗା ପଡିଛି। ଭିଡିଓ ଭାଇରାଲ ହେବା ପରେ ୪ ପୁଲିସ କର୍ମୀଙ୍କୁ ସସ୍‌ପେଣ୍ଡ କରାଯାଇଛି।

Advertisment

ପୁଲିସ ବାବୁଙ୍କ ଯେଉଁ ଭିଡିଓ ଭାଇରାଲ ହୋଇଛି ତାହା ହେଉଛି ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରର। ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ତହସିଲ ପୁଲିସ ଷ୍ଟେସନରେ ସକାଳ ୬ଟା ୪୫ରେ ପତକା ଉତ୍ତୋଳନ ସରିବା ପରେ ସେଠାକାର ପୁଲିସ କର୍ମଚାରୀମାନେ ବେଶ୍‌ ଖୁସି ଥିଲେ। ଏହାପରେ ଥାନା ଭିତରେ ବଡ ସ୍ପିକର ଲଗାଇ ମାଇକ୍‌ରେ ବଲିଉଡର ଫିଲ୍ମର ଗୀତ ଗାଇଥିଲେ। କେବଳ ସେତିକି ନୁହେଁ ହିନ୍ଦୀ ଫିଲ୍ମ ଗୀତ 'ଖାଇକେ ପାନ ବନାରସ ବାଲା' ଗୀତରେ ଖାକି ଡ୍ରେସ୍‌ ଠୁମ୍‌କା ମଧ୍ୟ ଲଗାଇଥିଲେ।

ଏହି ଭିଡିଓ ଭାଇରାଲ ହେବା ପରେ ଏବେ ତାଙ୍କ ବିରୋଧରେ ବରିଷ୍ଠ ଅଧିକାରୀମାନେ ଆକ୍ସନ ନେଇଛନ୍ତି। ସର୍କଲ-୩ ଦାୟିତ୍ୱରେ ଥିବା ଡିସିପି ରାହୁଲ ମାଡାନେ ମଙ୍ଗଳବାର ଦିନ ଚାରିଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଲମ୍ବିତ କର୍ମଚାରୀଙ୍କ ମଧ୍ୟରେ ତହସିଲ ପୁଲିସ ଷ୍ଟେସନର ଏଏସଆଇ ସଞ୍ଜୟ ପାଟଣକର, ହେଡ କନଷ୍ଟେବଳ ଅବଦୁଲ କୟୁମ ଗାଣି, ଭାଗ୍ୟଶ୍ରୀ ଗିରି ଏବଂ କନଷ୍ଟେବଳ ନିର୍ମଳା ଗାୱଲି ଅଛନ୍ତି।

Advertisment

ପୋଲିସ ଏକ ଶୃଙ୍ଖଳିତ ଟିମ୍‌ ଅଟେ। ଅଫିସିଆଲ୍ ୟୁନିଫର୍ମ ପିନ୍ଧିବା ପରେ ପୁଲିସର ଭାବମୂର୍ତ୍ତି ସାଧାରଣ ଲୋକଙ୍କ ମଧ୍ୟରେ ସମ୍ମାନନୀୟ ହେବା ଉଚିତ୍। ବରିଷ୍ଠ ଅଧିକାରୀମାନେ ଏ ବିଷୟରେ ସୂଚନା ଦେଇସାରିଛନ୍ତି। ଏହା ସତ୍ତ୍ୱେ ବି ଥାନା ଭିତରେ ଫିଲ୍ମ ଗୀତରେ ନାଚିବା ଦ୍ୱାରା ପୁଲିସର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି, ସେଥିପାଇଁ ଏହି ଚାରିଜଣଙ୍କୁ ନିଜର ଶକ୍ତି ବ୍ୟବହାର କରି ୩ ମାସ ପାଇଁ ନିଲମ୍ବିତ କରାଯାଇଥିବା ଡିସିପି ରାହୁଲ ମାଡାନେ କହିଛନ୍ତି।

Nagpur Police Dance Video Viral Video