Advertisment

ଟ୍ରକ୍‌ ଧକ୍କାରେ ବସ୍‌ ଚୁରମାର; ଆଖି ବୁଜିଲେ ୭, ୧୩ ଗୁରୁତର

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଗୁରୁତର ହୋଇଛନ୍ତି।

Accident

Accident

Advertisment

ମହାରାଷ୍ଟ୍ରର ନାଗପୁର-ପୁଣେ ଜାତୀୟ ରାଜପଥରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ ଏକ ଯାତ୍ରୀବାହୀ ବସ୍‌ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍‌ରେ ଥିବା ଯାତ୍ରୀଙ୍କ ମଦ୍ୟରୁ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଗୁରୁତର ହୋଇଛନ୍ତି।

Advertisment

ଆଜି ସକାଳୁ ମହାରାଷ୍ଟ୍ର ନାଗପୁରରୁ ଏକ ଯାତ୍ରୀବାହୀ ବସ୍‌ ପୁଣେରୁ ମେହକର ଅଞ୍ଚଳ ଅଭିମୁଖେ ଯାଉଥିଲା। ମାତ୍ର ବସ୍‌ଟି ବୁଲଢ଼ନା ନିକଟରେ ଯାଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ବସ୍‌କୁ ଧକ୍କା ଦେଇଥିଲା। 

ଧକ୍କା ଏତେ ଜୋର ଥିଲା ଯେ, ବସ୍‌ର କାଚ ଭାଙ୍ଗି ଯାଇଥିବା ବେଳେ ବସ୍‌ଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଗୁରୁତରଙ୍କ ଆର୍ତ୍ତ ଚିତ୍କାରରେ ଦୁର୍ଘଟଣାସ୍ଥଳ ଫାଟି ପଡ଼ୁଥିବା ବେଳେ ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଖବର ପାଇ ପୁଲିସ୍ ଓ ପ୍ରଶାସନିକ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

Advertisment
Road Accident Accident Deadbody Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe