Advertisment

ଇସ୍ତଫା ଦେଲେ ମହାରାଷ୍ଟ୍ରର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ!

ମହାରାଷ୍ଟ୍ର ନିର୍ବାଚନରେ କଂଗ୍ରେସର ବଡ଼ ପରାଜୟ ପରେ ସେ ନିଜ ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି।

Nana Patole

Nana Patole

Advertisment

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାବିକାଶ ଅଘାଡି ମେଣ୍ଟକୁ ପରାଜୟ ମିଳିଛି। କଂଗ୍ରେସ ମଧ୍ୟ କିଛି କମାଲ କରିପାରି ନାହିଁ। ଶୋଚନୀୟ ପରାଜୟ ପରେ ଏବେ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି। ସେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ତାଙ୍କୁ ଦଳର ଦାୟିତ୍ୱରୁ ମୁକ୍ତ କରିବାକୁ ସେ ଅନୁରୋଧ କରିଥିବା କୁହାଯାଉଛି।

Advertisment

ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ନାନା ପଟୋଲେ ନିଜକୁ ଦାୟୀ କରିଛନ୍ତି ଏବଂ ନିଜ ପଦରୁ ଇସ୍ତଫା ଦେଇଥିବା ଅଶଙ୍କା କରାଯାଉଛି। ନାନା ପଟୋଲେ ଦିଲ୍ଲୀ ଗସ୍ତରେ ଅଛନ୍ତି। ତେବେ ସେ ବର୍ତ୍ତମାନ ସୁଦ୍ଧା ମଲ୍ଲିକାର୍ଜୁନ ଖଡଗେ କିମ୍ବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସହ ବ୍ୟକ୍ତିଗତ ସାକ୍ଷାତ କରିନାହାଁନ୍ତି।

ସୂତ୍ରରୁ ପ୍ରକାଶ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ପଟୋଲେ ଦିଲ୍ଲୀରେ କେବଳ ଦଳର ସାଧାରଣ ସମ୍ପାଦକ କେ.ସି ଭେଶୁଗୋପାଲଙ୍କୁ ଭେଟିବାରେ ସକ୍ଷମ ହୋଇଛନ୍ତି। ଦଳର ହାଇକମାଣ୍ଡ ତାଙ୍କ ଇସ୍ତଫା ଗ୍ରହଣ କରିନାହାନ୍ତି। ସେପଟେ କଂଗ୍ରେସ ମୁଖପାତ୍ର ଅତୁଲ ଲୋଣ୍ଡେ ନାନା ପଟୋଲେଙ୍କ ଇସ୍ତଫା ଖବରକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ନାନା ପଟୋଲେ ଦିଲ୍ଲୀରେ ଅଛନ୍ତି କିନ୍ତୁ ସେ ଇସ୍ତଫା ଦେଇନାହାଁନ୍ତି।

Advertisment

କହିରଖୁ ଯେ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତି ବମ୍ପର ବିଜୟ ହାସଲ କରିଛି। ୨୮୮ ଆସନରୁ ୨୩୨ ସିଟ୍‌ରେ ବିଜୟୀ ହୋଇଛି। ଅନ୍ୟପଟେ ମହାବିକାଶ ଅଘାଡି ମେଣ୍ଟକୁ ବଡ଼ ପରାଜୟର ସାମ୍ନା କରିବାକୁ ପଡିଛି। ଏମ୍‌ଭିଏ କେବଳ ୪୬ଟି ଆଜନରେ ବିଜୟୀ ହୋଇଛି। ମହାରାଷ୍ଟ୍ର ବିଧାନସଭାରେ ୧୦୧ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା କଂଗ୍ରେସ ମାତ୍ର ୧୬ ଟି ଆସନ ଜିତି ୧୨.୪୨ ପ୍ରତିଶତ ଭୋଟ୍ ପାଇଛି।

Congress MVA Nana Patole Maharashtra Polls
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe