Advertisment

ଆଇଆଇଟି ବମ୍ବେକୁ ୩୧୫ କୋଟି ଟଙ୍କା ଦେଲେ ଇନଫୋସିସର ସହ ପ୍ରତିଷ୍ଠାତା

୧୯୭୩ରେ ନନ୍ଦନ ଇଲେକ୍ଟ୍ରିକାଲ ଇଞ୍ଜନିୟରିଂରେ ଡିଗ୍ରୀ ହାସଲ କରିବା ପାଇଁ ଆଇଆଇଟି ବମ୍ବେରେ ଯୋଗ ଦେଇଥିଲେ।

author-image
Hemant Lenka
nandan nilekani

nandan nilekani

ଇନଫୋସିସ୍‌ର ସହ ପ୍ରତିଷ୍ଠାତା ନନ୍ଦନ ନିଲେକାନି ଆଇଆଇଟି ବମ୍ବେକୁ ୩୧୫ କୋଟି ଟଙ୍କା ଦାନ ଆକାରରେ ଦେଇଛନ୍ତି। ଆଇଆଇଟି ବମ୍ବେ ସହ ତାଙ୍କର ସମ୍ପର୍କ ୫୦ ବର୍ଷ ପୂରିଛି। ତେଣୁ ଏହି ସ୍ମୃତିକୁ ଅଧିକ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ସେ ଏତେ ପରିମାଣର ଟଙ୍କା ଦାନ କରିଛନ୍ତି। ୧୯୭୩ରେ ନନ୍ଦନ ଇଲେକ୍ଟ୍ରିକାଲ ଇଞ୍ଜନିୟରିଂରେ ଡିଗ୍ରୀ ହାସଲ କରିବା ପାଇଁ ଆଇଆଇଟି ବମ୍ବେରେ ଯୋଗ ଦେଇଥିଲେ।

Advertisment

ନନ୍ଦନଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଆଇଆଇଟି ବିମ୍ବେରେ ବିଶ୍ୱସ୍ତରୀୟ ଭିତ୍ତିଭୂମି, ଇଞ୍ଜନିୟରିଂ ଓ ବୈଷୟିକ କ୍ଷେତ୍ରରେ ଆବିଷ୍କୃତ ହେଉଥିବା ଜିନିଷର ରିସର୍ଚ୍ଚ ଓ ଟେକ୍ନିକାଲ ଷ୍ଟାର୍ଟଅଫ ଇକୋସିଷ୍ଟମ ପାଇଁ ଏହି ଦାନ ଅର୍ଥ ଖର୍ଚ୍ଚ ହେବ। କୌଣସି ପୂର୍ବତନ ଶିକ୍ଷାର୍ଥୀ ଏତେ ପରିମାଣର ଆର୍ଥିକ ସହାୟତା କରିବା ଭାରତରେ ପ୍ରଥମ ଘଟଣା।

ବିବୃତିରେ ନନ୍ଦନଙ୍କ ବୟାନ ରହିଛି। ଏଥିରେ ସେ କହିଛନ୍ତି, “ଆଇଆଇଟି ବମ୍ବେ ମୋ ଜୀବନକୁ ପରିବର୍ତ୍ତନ କରିଛି। ମୋତେ ଦୀର୍ଘ ବର୍ଷ ହେଲା ଗଢ଼ି ତୋଳିଛି। ମୋ ଯାତ୍ରାର ମୂଳଦୁଆ ଏଠାରେ ପଡ଼ିଥିଲା। ଏହି ସମ୍ମାନଜନକ ସଂସ୍ଥା ସହ ମୋର ସମ୍ପର୍କକୁ ୫୦ ବର୍ଷ ପୂରିଛି। ଏହି ସଂସ୍ଥା ମୋତେ ବହୁତ କିଛି ଦେଇଛି। ମୁଁ ଏହାର ଭବିଷ୍ୟତ ପାଇଁ ଯୋଗଦାନ କରିଥିବାରୁ କୃତଜ୍ଞ। ଏହି ଡୋନେସନ ଆର୍ଥିକ ସହାୟତା ଠାରୁ ଅଧିକ କିଛି।”

Advertisment

ଆଇଆଇଟି ବମ୍ବେର ବିକାଶ ପାଇଁ ନନ୍ଦନ ଓ ଆଇଆଇଟି ବମ୍ବେର ନିର୍ଦ୍ଦେଶକ ପ୍ରଫେସର ସୁଭାଷିସ ଚୌଧୁରୀଙ୍କ ମଧ୍ୟରେ ଗୋଟିଏ ଚୁକ୍ତି ଆଜି ବେଙ୍ଗାଲୁରୁରେ ହୋଇଛି। ନନ୍ଦନ କରିଥିବା ଐତିହାସିକ ଡୋନେସନ ଆଇଆଇଟି ବମ୍ବେକୁ ବିଶ୍ୱସ୍ତରୀୟ କରିବ ବୋଲି ଚୌଧୁରୀ କହିଛନ୍ତି।

ଏହାପୂର୍ବରୁ ନନ୍ଦନ ସଂସ୍ଥାକୁ ୮୫ କୋଟି ଟଙ୍କା ଦେଇଥିଲେ। ଏବେର ଡୋନେସନ ମିଶିଲେ ମୋଟ ଦାନର ପରିମାଣର ୪୦୦ କୋଟିରେ ପହଞ୍ଚିଛି।

Infosys