Advertisment

ରାଜ୍ୟପାଳଙ୍କ ଉପରେ ପ୍ରଭାବ ବିସ୍ତାର କରିବାକୁ ଚାହୁଁଥିଲେ ମୁଖ୍ୟ ସଚିବ: ବିଦା ହେଲେ !

କ୍ଷମତା ପାଇଁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ମୁଖ୍ୟ ସଚିବଙ୍କ ନିହିତ ସ୍ୱାର୍ଥ ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

author-image
Tapas Behera
ଅଦ୍ୟତନ ହୋଇଛି
Nandini Chakravorty

Nandini Chakravorty

ନିଜ ପଦ ମର୍ଯ୍ୟାଦାକୁ ଭୁଲି ରାଜ୍ୟପାଳଙ୍କ ଉପରେ ପ୍ରଭାବ ବିସ୍ତାର କରିବାକୁ ଚାହୁଁଥିଲେ। ରାଜଭବନରେ ନିଜ ମନମୁତାବ କ୍ଷମତା ଅକ୍ତିଆର କରିବାକୁ ଯୋଜନାରେ ଥିଲେ। ହେଲେ ଏସବୁ ତାଙ୍କୁ ମହଙ୍ଗା ପଡ଼ିଛି। କ୍ଷମତା ପାଇଁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ମୁଖ୍ୟ ସଚିବଙ୍କ ନିହିତ ସ୍ୱାର୍ଥ ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଦା ହୋଇଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ମୁଖ୍ୟ ସଚିବ ନନ୍ଦିନୀ ଚକ୍ରବର୍ତ୍ତୀ। ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ନନ୍ଦିନୀ ଚକ୍ରବର୍ତ୍ତୀଙ୍କୁ ଅପସାରଣ କରି ତାଙ୍କ ସ୍ଥାନରେ ନୂଆ ସଚିବଙ୍କୁ ଦାୟିତ୍ୱ ଦେଇଛନ୍ତି। ରାଜ୍ୟପାଳଙ୍କର ପ୍ରଶାସନ କ୍ଷେତ୍ରରେ ନୂଆ ଟିମ ଗଠନ କରାଯାଇଥିବାରୁ ଏହି ପରିବର୍ତ୍ତନ କରାଯାଇଥିବା ରାଜଭବନ ପକ୍ଷରୁ କୁହାଯାଇଛି। ରବିବାର ଦିନ ଏହି ନିଷ୍ପତ୍ତି ନିଆଯାଇଛି।

Advertisment

୨୦୨୨ ଗତ ଅଗଷ୍ଟ ୧୮ରେ ରାଜ୍ୟପାଳ ଲା.ଗଣେଶନଙ୍କ ସମୟରେ ନନ୍ଦିନୀ ଚକ୍ରବର୍ତ୍ତୀ ରାଜ୍ୟପାଳଙ୍କ ମୁଖ୍ୟ ସଚିବ ଭାବେ ନିଯୁକ୍ତ ହୋଇଥିଲେ। ବୋଷ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ହୋଇ ରାଜଭବନର ନିଜମନ ମୁତାବକ କାର୍ଯ୍ୟ କରିବାକୁ ଚାହୁଁଥିଲେ ବୋଲି ରାଜଭବନ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ କୁହାଯାଇଛି। ତେଣୁ ତାଙ୍କ ବିରୋଧରେ ଏଭଳି ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଚର୍ଚ୍ଚା ହେଉଛି। ତାଙ୍କୁ ଦାୟିତ୍ୱରୁ ଅପସାରଣ କରାଯିବା ସହ ରାଜ୍ୟପାଳଙ୍କ ଅଫିସରେ ଏକ ନୂଆ ଟିମ୍ ଗଠନ କରାଯାଇଛି।

ସୂଚନାଯୋଗ୍ୟ, ଏକାଧିକ ପ୍ରସଙ୍ଗରେ ମମତା ବାନାର୍ଜୀ ସରକାରଙ୍କ ସହ ଅନେକ ମତାନ୍ତର ହେବା ପରେ ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ମଧ୍ୟ ରାଜଭବନରେ ସରକାରୀ କାର୍ଯ୍ୟ ଚଳାଇବା ପାଇଁ ନିଜ ପସନ୍ଦର ଟିମ ଗଠନ କରିଥିଲେ। ରାଜ୍ୟପାଳଙ୍କ ମୁଖ୍ୟ ସଚିବ ଭାବରେ ନିଯୁକ୍ତ ହେବା ପୂର୍ବରୁ ନନ୍ଦିନୀ ଚକ୍ରବର୍ତ୍ତୀ ରାଜ୍ୟର ଅଣ ପାରମ୍ପାରିକ ତଥା ନବୀକରଣଯୋଗ୍ୟ ଶକ୍ତି ଉତ୍ସ ବିଭାଗର ସଚିବ ଥିଲେ । ୨୦୨୨୨ ନଭେମ୍ବର ୨୩ରେ ରାଜ୍ୟପାଳ ଭାବେ ଶପଥ ନେଇଥିଲେ ସିଭି ଆନନ୍ଦ ବୋଷ। ରାଜ୍ୟରେ ରାଜ୍ୟପାଳ ଭାବେ ନିଯୁକ୍ତି ହେବା ପରଠାରୁ ଗତ ଶନିବାର ସିଭି ଆନନ୍ଦ ଏକ ବିବୃତ୍ତି ଜାରି କରିଥିଲେ। ସେଥିରେ ସେ ସମ୍ବିଧାନର ସୁରକ୍ଷା ଏବଂ ବେଙ୍ଗଲ ଜନସାଧାରଣଙ୍କ ମଙ୍ଗଳ ପାଇଁ ସେ କାମ କରିବେ ବୋଲି କହିଛନ୍ତି।

Advertisment
India