Advertisment

ନିର୍ବାଚନ ପୂର୍ବରୁ ନକ୍ସଲଙ୍କ ଲଙ୍କାକାଣ୍ଡ, ୪ ଟ୍ରକ୍‌ରେ ଲଗାଇଲେ ନିଆଁ

ଥାନା ଠାରୁ ମାତ୍ର କିଛି ମିଟର ଦୂରରେ ନକ୍ସଲମାନେ ଏଭଳି କାଣ୍ଡ ଘଟାଇଛନ୍ତି।

Fire

Fire

Advertisment

ଲୋକସଭା ନିର୍ବାଚନ ପୂର୍ବରୁ ଲାଲ ଆତଙ୍କ। ଛତିଶଗଡରେ ଲଙ୍କାକାଣ୍ଡ ଘଟାଇଲେ ନକ୍ସଲ ବାହିନୀ। ଜାଳିଦେଲେ ୪ଟି ଟ୍ରକ୍‌। ନାରାୟଣ ପୁର ଜିଲ୍ଲାରେ ଲୁହା ପଥର ବୋଝେଇ ୪ଟି ଟ୍ରକ୍‌ରେ ନକ୍ସଲମାନେ ନିଆଁ ଲଗାଇ ଦେଇଛନ୍ତି। ଛୋଟେଡଙ୍ଗର ଥାନା ଠାରୁ ମାତ୍ର କିଛି ମିଟର ଦୂରରେ ଏଭଳି କାଣ୍ଡ ଘଟିଛି।

Advertisment

ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଆମଦେଇ ଲୁହା ପଥର ଖଣିକୁ ବିରୋଧ କରି ଏଭଳି କାଣ୍ଡ ଘଟାଇଛନ୍ତି ଲାଲ ବାହିନୀ। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। କିନ୍ତୁ ଘଟଣା ସମ୍ପର୍କରେ ଜଣାପଡିବା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ଜଣେ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ନକ୍ସଲମାନେ ଲୁହା ପଥର ବୋଝେଇ ଟ୍ରକ୍‌କୁ ଓରଛା-ନାରାୟଣପୁର ରାସ୍ତାର ଛୋଟେଡଙ୍ଗର ପୁଲିସ ଥାନା ନିକଟରେ ଅଟକାଇ ଥିଲେ। ଏହାପରେ ଡ୍ରାଇଭରମାନଙ୍କୁ ଟ୍ରକ୍‌ରୁ ଓହ୍ଲାଇ ସେଥିରେ ନିଆଁ ଲଗାଇ ସେଠାରୁ ଫେରାର ହୋଇ ଯାଇଥିଲେ। ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୁଲିସର ଏକ ଟିକ୍‌ ସେଠାରେ ପହଞ୍ଚିଥିଲା। କିନ୍ତୁ ସେତେବେଳେକୁ ସବୁ ଟ୍ରକ୍‌ ଜଳି ପୋଡି ପାଉଁଶ ହୋଇଯାଇଥିଲା।

Advertisment

ନକ୍ସଲମାନେ ଦୀର୍ଘ ଦିନ ଧରି ଆମଦେଇ ଖଣି ପ୍ରକଳ୍ପକୁ ବିରୋଧ କରିଆସୁଛନ୍ତି। ପୂର୍ବରୁ ମଧ୍ୟ ଏଠାରେ ନିୟୋଜିତ ଥିବା ଗାଡିରେ ସେମାନେ ନିଆଁ ଲଗାଇଛନ୍ତି। ନାରାୟଣପୁର ଜିଲ୍ଲା ବସ୍ତର ଲୋକସଭା ନିର୍ବାଚନମଣ୍ଡଳିରେ ପଡେ, ଯେଉଁଠାରେ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୧୯ ଏପ୍ରିଲରେ ଭୋଟ୍ ଗ୍ରହଣ କରାଯିବ। ତେବେ ଏହା ପୂର୍ବରୁ ନକ୍ସଲମାନେ ଏଭଳି କାଣ୍ଡ ଘଟାଇଛନ୍ତି।

Chhattisgarh Naxal Attack Truck Set On Fire
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe