Advertisment

ଶପଥ ପୂର୍ବରୁ ମହାତ୍ମା ଗାନ୍ଧୀ ଓ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ଆଜି ସନ୍ଧ୍ୟା ୭ଟା ୧୫ ମିନିଟ୍‌ରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ।

author-image
Madhupriya Mistry
ଅଦ୍ୟତନ ହୋଇଛି
Modi at rajghat

Modi at rajghat

ଆଜିଠୁ ଆରମ୍ଭ ହେବ ମୋଦିଙ୍କ ତୃତୀୟ ଇଂନିସ୍‌। ମେଁ ନରେନ୍ଦ୍ର ଦାମୋନର ଦାସ ମୋଦି...କିଛି ଏହି ଅନ୍ଦାଜରେ ମନୋନୀତ ପିଏମ୍‌ ନରେନ୍ଦ୍ର ମୋଦି ଆଜି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ। ତେବେ ଏହା ପୂର୍ବରୁ ଆଜି ମୋଦି ରାଜଘାଟ ଯାଇଛନ୍ତି। ସେ ସେଠାକୁ ଯାଇ ଜାତିର ପିତା ମହାତ୍ମାଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

Advertisment

କେବଳ ସେତିକି ନୁହେଁ ଏଠାରୁ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମାଧି ସ୍ଥଳ 'ସଦୈବ ଅଟଳ' ଏବଂ ଓ୍ୱାର୍‌ ମେମୋରିଆଲରେ ପହଞ୍ଚିଥିଲେ। ଏଠାରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ସହିଦ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ସମୟରେ ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ। ଏଠାରୁ ସେ ଯାଇ ତାଙ୍କ କ୍ୟବିନେଟ୍‌ରେ ଯେଉଁମାନଙ୍କୁ ସ୍ଥାନ ମିଳିବ ତାଙ୍କ ସହ ଚାଏ ପେ ଚର୍ଚ୍ଚା କରିବେ ବୋଲି ସୂଚନା ମିଳିଛି।

ଆଜି ସନ୍ଧ୍ୟା ୭ଟା ୧୫ ମିନିଟ୍‌ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଏହି ଶପଥ ଗ୍ରହଣ ଉତ୍ସସ ୮ ହଜାର ଅତିଥିଙ୍କ ସମେତ ୭ଟି ପଡୋଶୀ ଦେଶର ନେତାଙ୍କୁ ଆମନ୍ତ୍ରିତ କରାଯାଇଛି। ସେହିପରି ବିରୋଧୀ ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡେଗଙ୍କୁ ମଧ୍ୟ ଏହି ଉତ୍ସବ ସମାରୋହକୁ ଆମନ୍ତ୍ରିତ କରାଯାଇଥିବା ସୂଚନା ମିଳିଛି।

Advertisment

PM Modi Modis Swearing-in Ceremony