Advertisment

ଆଜିଠୁ ମୋଦିଙ୍କ ତୃତୀୟ ଇନିଂସ, ସନ୍ଧ୍ୟାରେ ନେବେ ଶପଥ

ଜବାହରଲାଲ ନେହରୁଙ୍କ ପରେ ହ୍ୟାଟ୍ରିକ୍ କରିବାରେ, ନରେନ୍ଦ୍ର ମୋଦି ବନିବେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ।

PM Modi

PM Modi

Advertisment

ଆଜିଠୁ ମୋଦିଙ୍କ ତୃତୀୟ ଇନିଂସ। ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି। କେବଳ ହ୍ୟାଟ୍ରିକ୍ ନୁହେଁ, ହିଷ୍ଟୋରିକାଲ୍ ହେବାକୁ ଯାଉଛି ମୋଦି 'ଥ୍ରୀ ପଏଣ୍ଟ ଓ' ର ଶପଥ ଉତ୍ସବ। ନୂଆ ଇତିହାସ ଲେଖିବ- ରାଷ୍ଟ୍ରପତି ଭବନର ରବିବାର ସନ୍ଧ୍ୟା। ପ୍ରାୟ ୬ ଦଶନ୍ଧି ପରେ, ଲଗାତର ତୃତୀୟ ଥର ପାଇଁ ପିଏମ୍ ବନିବେ ଆଉ ଜଣେ ନେତା। ଜବାହରଲାଲ ନେହରୁଙ୍କ ପରେ ହ୍ୟାଟ୍ରିକ୍ କରିବାରେ, ନରେନ୍ଦ୍ର ମୋଦି ବନିବେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ।

Advertisment

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ରାଇସିନା ହିଲରେ ଭବ୍ୟ ଆୟୋଜନ। ସନ୍ଧ୍ୟା ୭ଟା ୧୫ରେ ନରେନ୍ଦ୍ର ଶପଥ ନେବେ। ମୋଦିଙ୍କୁ ୨୦୧୪ରେ ପ୍ରଣବ ମୁଖାର୍ଜୀ ଓ ୨୦୧୯ରେ ରାମନାଥ କୋବିନ୍ଦ ଶପଥ ପାଠ କରାଇଥିବା ବେଳେ, ଏଥର ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେବାକୁ ଥିବା ବେଳେ, ତାଙ୍କ ସହ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ। ତେବେ କାହାକୁ କେଉଁ ମନ୍ତ୍ରୀ ପଦ ମିଳିବ ଏବଂ କ୍ୟାବିନେଟର ରୂପରେଖ କ'ଣ ରହିବ, ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଚର୍ଚ୍ଚା ଯେ, ମୋଦିଙ୍କ ସହ ପ୍ରାୟ ୫୨ରୁ ୫୫ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି। ଏଥିରେ ୧୯ରୁ ୨୨ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୩୩ରୁ ୩୫ ଜଣ ରାଷ୍ଟ୍ରମନ୍ତ୍ରୀ ରହିପାରନ୍ତି।

Advertisment

ମିଳିଥିବା ସୂଚନା ଅନୁଯାୟୀ ଟିଡିପି, ଜେଡିୟୁ, ଏଲଜେପି, ଆରଏଲଡି, ଜନସେନା, ଜେଡିଏସ ଓ ଅପନା ଦଳ ଏନଡିଏର ସହଯୋଗୀ ଭାବେ ସରକାରରେ ସାମିଲ ହୋଇପାରନ୍ତି । ଚର୍ଚ୍ଚା ଏହା ବି ଯେ, ଟିଡିପିକୁ ଗୋଟିଏ କ୍ୟାବିନେଟ, ଦୁଇଟି ରାଷ୍ଟ୍ରମନ୍ତ୍ରୀ, ଜେଡିୟୁକୁ ଗୋଟିଏ କ୍ୟାବିନେଟ, ଶିବସେନା, ଏଲଜେପି, ଆରଏଲଡି ଏବଂ ଏନସିପିକୁ ଗୋଟିଏ ମନ୍ତ୍ରୀ ପଦ ଦେଇ ସରକାରରେ ସାମିଲ କରାଯାଇପାରେ।

ଶପଥ ଉତ୍ସବରେ ସାମିଲ ହେବେ ୭ ପଡ଼ୋଶୀ ଏବଂ ଭାରତ ମହାସାଗର କ୍ଷେତ୍ର ଅନ୍ତର୍ଗତ ଦେଶର ଶୀର୍ଷ ନେତାଙ୍କ ସମେତ ପ୍ରାୟ ୮ ହଜାର ଅତିଥି। ପଡ଼ୋଶୀ ପ୍ରଥମ ନୀତିକୁ ଆଧାର କରି ସେମାନଙ୍କୁ ନିମନ୍ତ୍ରଣ ପଠାଇଛି ବୈଦେଶିକ ମନ୍ତ୍ରାଳୟ। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମେତ କିଛି ଅତିଥି ଦିଲ୍ଲୀରେ ପହଞ୍ଚିଛନ୍ତି। ଶ୍ରୀଲଙ୍କା ଓ ମାଳଦ୍ୱୀପର ରାଷ୍ଟ୍ରପତି, ସିସେଲ୍ସ ଉପରାଷ୍ଟ୍ରପତି ଏବଂ ବାଂଲାଦେଶ, ମରିସସ୍, ନେପାଳ ଓ ଭୁଟାନର ପ୍ରଧାନମନ୍ତ୍ରୀଙ୍କୁ ଏହି ଉତ୍ସବରେ ସାମିଲ ହେବାକୁ ଆମନ୍ତ୍ରିତ କରାଯାଇଛି।

ଅନ୍ୟ ଅତିଥିଙ୍କ ମଧ୍ୟରେ ଅଛନ୍ତି- ବିଶିଷ୍ଟ ନେତା, କଳାକାର, ଶିଳ୍ପପତି, ସିନେ ସେଲିବ୍ରିଟି, ମନ କୀ ବାତ୍ ଅଂଶଗ୍ରହଣକାରୀ, ପଦ୍ମ ଆୱାର୍ଡି ଓ ଧର୍ମଗୁରୁ ପ୍ରମୁଖ। ଏହି ଉତ୍ସବରେ ସେଣ୍ଟ୍ରାଲ୍ ଭିଷ୍ଟା ଶ୍ରମିକ, ସଫେଇ କର୍ମଚାରୀ, ବନ୍ଦେ ଭାରତ ଟ୍ରେନ କର୍ମଚାରୀମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଶପଥ ସମାରୋହ ପରେ ପରେ ରାଷ୍ଟ୍ରପତିଙ୍କ ଦ୍ୱାରା ଆହୂତ ନୈଶଭୋଜିରେ ମଧ୍ୟ ସାମିଲ ହେବେ ଅତିଥି।

ଆଜିର ସମାରୋହ ପାଇଁ ଅଭେଦ୍ୟ ଦୁର୍ଗ ପାଲଟିଛି ରାଜଧାନୀ ଦିଲ୍ଲୀ। ସିସିଟିଭି ନଜରରେ ରହିଛି କର୍ତ୍ତବ୍ୟପଥ। ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହିତ, ଦିଲ୍ଲୀ NCRକୁ ଦୁଇ ଦିନ ପାଇଁ ନୋ-ଫ୍ଲାଏ ଜୋନ୍ ଘୋଷଣା କରାଯାଇଛି। କର୍ତ୍ତବ୍ୟପଥକୁ ଲାଗିଥିବା କେତେକ ରୋଡରେ ୧୪୪ ଧାରା ଜାରି ହୋଇଛି। ରାଷ୍ଟ୍ରପତି ଭବନକୁ ଜଗିଛନ୍ତି ୫ କଂପାନୀ ପାରାମିଲିଟାରୀ ପର୍ସନେଲ୍, ଏନ୍ଏସ୍‌ଜି କମାଣ୍ଡୋ, ଡ୍ରୋନ୍ ଓ ସ୍ନାଇପର୍।

PM Modi Modi's Swearing-in Ceremony
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe