Advertisment

ଅଳ୍ପକେ ବର୍ତ୍ତିଗଲା ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌

ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ରାଜଧାନୀ ଏକ୍ସପ୍ରେସ୍‌ ବୋକାରୋର ଭୋଜୁଡିହ ଷ୍ଟେଶନ ଅତିକ୍ରମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍‌ ଆସୁଥିବା ବେଳେ ନିକଟରେ ଥିବା ସାନ୍ଥାଲଡିହ ରେଲୱେ କ୍ରସିଂକୁ ବନ୍ଦ କରାଯାଇଥିଲା।

author-image
Niharika Rout
Train

Train

ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ନୂଆଦିଲ୍ଲୀ - ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌। ଟ୍ରେନ୍‌ଟି ଦ୍ରୁତ ଗତିରେ ଟ୍ରାକ୍‌ରେ ଛୁଟିଥିବା ବେଳେ ଏକ ଟ୍ରାକ୍ଟର ରେଲୱେ ଗେଟ୍‌ ଭାଙ୍ଗି ଟ୍ରାକ୍‌ରେ ପିଟି ହୋଇଥିଲା। ହେଲେ ଏହି ଦୁର୍ଘଟଣାରେ କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣଯାଇଛି। ଏପରି ଏକ ଅଘଟଣ ଗତକାଲି ସନ୍ଧ୍ୟାରେ ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରେ ଘଟିଛି। ଓଡ଼ିଶାର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାର ଚିତ୍ର ମନରୁ ନ ଲିଭୁଣୁ ଏପରି ଖବର ସମସ୍ତଙ୍କୁ ଏକ ଶକ୍ତ ଝଟକା ଦେଇଛି।

Advertisment

ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ରାଜଧାନୀ ଏକ୍ସପ୍ରେସ୍‌ ବୋକାରୋର ଭୋଜୁଡିହ ଷ୍ଟେଶନ ଅତିକ୍ରମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍‌ ଆସୁଥିବା ବେଳେ ନିକଟରେ ଥିବା ସାନ୍ଥାଲଡିହ ରେଲୱେ କ୍ରସିଂକୁ ବନ୍ଦ କରାଯାଇଥିଲା। ମାତ୍ର ହଠାତ୍‌ ଦ୍ରୁତ ଗତିରେ ଏକ ଟ୍ରାକ୍ଟର ମାଡ଼ି ଆସି ରେଲୱେ କ୍ରସିଂକୁ ଭାଙ୍ଗି ଭିତରକୁ ମାଡ଼ି ଯାଇଥିଲା। ଏହାପରେ ଟ୍ରେନ୍‌ ଟ୍ରାକ୍‌ରେ ପିଟି ହୋଇ ଟ୍ରାକ୍ଟରଟି ଘଟଣାସ୍ଥଳରେ ଅଟକି ଯାଇଥିଲା।

ଦୂରରୁ ଏହା ଦେଖିପାରି ରାଜଧାନୀ ଏକ୍ସପ୍ରେସ୍‌ ଡ୍ରାଇଭର ବ୍ରେକ୍‌ ମାରି ଟ୍ରେନ୍‌ଟିକୁ ଅଟକାଇଥିଲେ। ଫଳରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ସମସ୍ତେ ରକ୍ଷା ପାଇଯାଇଥିଲେ। ଏଥିଯୋଗୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ରାଜଧାନୀ ଏକ୍ସପ୍ରେସ୍‌ ୪୫ ମିନିଟ୍‌ ବିଳମ୍ବ ହୋଇଥିଲା।

Advertisment

ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇ ଯାଇଥିବା ଜଣାଯାଇଛି। ପୁଲିସ୍‌ ଟ୍ରାକ୍ଟରଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ରେଲବାଇ ପକ୍ଷରୁ ସେଠାରେ ମୁତୟନ ହୋଇଥିବା ଗେଟ୍‌ମ୍ୟାନ୍‌ଙ୍କୁ ନିଲମ୍ବିତ କରାଯାଇଛି।

ଓଡ଼ିଶାରେ ଗତ ଶୁକ୍ରବାର ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮ ଛୁଇଁଲାଣି। ଏପରିକି ଏପର୍ଯ୍ୟନ୍ତ ବହୁ ବ୍ୟକ୍ତି ନିଜ ଲୋକଙ୍କ ମୃତଦେହ ପାଇଁ ଏ ମେଡିକାଲରୁ ସେ ମେଡିକାଲ ଧାଉଁଛନ୍ତି। ଗୋଟିଏ ଗୋଟିଏ ମୃତଦେହ ନେବାକୁ ୬ ଜଣ ଲେଖା ଦାବିଦାର ଆସୁଥିବା ବେଳେ ଅନ୍ୟ କିଛି ମୃତଦେହର ପରିଚୟ ମିଳିପାରୁନି। ଏଯାବତ ଶହେରୁ ଊର୍ଦ୍ଧ୍ୱ ମୃତଦେହର ପରିଚୟ ମିଳିପାରିନି।

Train Accident Jharkhand Train