Advertisment

ଟ୍ରକ୍‌କୁ ପିଟିଲା ଅଟୋ, ଚାଲିଗଲା ୬ ଜୀବନ

ମହାରାଷ୍ଟ୍ରର ନାସିକ ସହରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଏକ ଟ୍ରକ୍‌ ଓ ଅଟୋ ମଧ୍ୟରେ ଧକ୍କା ହେବାରୁ ୬ ଜଣଙ୍କ ମୃତ୍ୟୁ ହୋଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Accident Spot

Accident Spot

ମହାରାଷ୍ଟ୍ରର ନାସିକ ସହରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ପଛରେ ଅଟୋ ପିଟି ହେବାରୁ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୪ ଜଣ ଗୁରୁତର ହୋଇଛନ୍ତି।

Advertisment

ଏହି ଦୁର୍ଘଟଣା ନାସିକ ସହରର ଏକ ବ୍ରିଜ ଉପରେ ଗତ ରାତିରେ ଘଟିଛି। ବ୍ରିଜ ଉପରେ ଏକ ଲୁହା ରଡ଼ ବୋଝେଇ ଟ୍ରକ୍‌ ଯାଉଥିବା ବେଳେ ପ୍ରାୟ ୧୦ ଯାତ୍ରୀଙ୍କୁ ଧରି ଏକ ଅଟୋ ଯାଉଥିଲା। ଅଟୋରେ ଥିବା ଯାତ୍ରୀମାନେ ଏକ ଧାର୍ମିକ କାର୍ଯ୍ୟକ୍ରମରୁ ଫେରୁଥିଲେ।  ଉକ୍ତ ସମୟରେ ଅଟୋଟି ଭାରସାମ୍ୟ ହରାଇ ଆଗରେ ଯାଉଥିବା ଟ୍ରକ୍‌ରେ ପିଟି ହୋଇ ଯାଇଥିଲା। 

ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ୍‌ ପହଞ୍ଚି ଅନ୍ୟ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲା। ସେମାନଙ୍କ ମଧ୍ୟରୁ ମେଡିକାଲରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରାୟ ୪ ଜଣ ଏବେ ଚିକିତ୍ସିତ ଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Advertisment

ଏହି ଦୁର୍ଘଟଣା ପରେ ମୁମ୍ବାଇ- ନାସିକ ଜାତୀୟ ରାଜପଥ ପ୍ରାୟ ୫ କିମି ପର୍ଯ୍ୟନ୍ତ ଜାମ ହୋଇଗଲା। ଯାନବାହନ ଚଳାଚଳକୁ ସ୍ୱାଭାବିକ କରିବା ନିମନ୍ତେ ପୁଲିସ୍‌କୁ ନାକେଦମ ହେବାକୁ ପଡ଼ିଲା

Accident Maharashtra