Advertisment

ମନା କରିବା ପରେ ବି ଜଳିଲା ନଡ଼ା, ବର୍ଷିଲେ NGT

ନଡ଼ା ଜାଳିବାକୁ ମନା କରାଯିବା ସତ୍ତ୍ୱେ ଏଭଳି କାହିଁକି କରାଗଲା ବୋଲି ଏନ୍‌ଜିଟି ପ୍ରଶ୍ନ କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Stubble Burning

Stubble Burning

ଦିନକୁ ଦିନ ବଢ଼ି ଚାଲିଛି ପ୍ରଦୂଷଣ। ଦିଲ୍ଲୀ ଏନ୍‌ସିଆର୍‌ ସମେତ ଉତ୍ତର ଭାରତର ଅନେକ ସହରକୁ ବିଷାକ୍ତ ବାୟୁ ଢ଼ାଙ୍କି ରହିଛି। ନଡା ଜାଳିବା ଯୋଗୁ ଏହି ପ୍ରଦୂଷଣ ବଢ଼ୁଥିବା କୁହାଯାଉଛି। ତେଣୁ ସରକାର ଏହି ନଡ଼ା ଜାଳିବା ଉପରେ ବ୍ୟାନ୍‌ ଲଗାଇଛନ୍ତି। ତେବେ ନିର୍ଦ୍ଦେଶକୁ ବେଖାତିର କରି ଜଳା ଯାଉଛି ନଡ଼ା। ଏହାକୁ ନେଇ ପଞ୍ଜାବ ସରକାରଙ୍କ ଉପରେ ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ ବର୍ଷିଛନ୍ତି। ନଡ଼ା ଜାଳିବାକୁ ମନା କରାଯିବା ସତ୍ତ୍ୱେ ଏଭଳି କାହିଁକି କରାଗଲା ବୋଲି ଏନ୍‌ଜିଟି ପ୍ରଶ୍ନ କରିଛନ୍ତି।

Advertisment

ପଞ୍ଜାବ ସରକାରଙ୍କ ଏହା ଏକ ବଡ଼ ବିଫଳତା ବୋଲି ସୋମବାର ଏନ୍‌ଜିଟି କହିଛନ୍ତି। ନଡା ଜାଳିବାକୁ ନେଇ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କାହିଁକି ସରକାର ନେଇ ନାହାନ୍ତି ତାକୁ ନେଇ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଯେତେବେଳେ ଏହି ମାମଲା ଉଠିଥିଲା ସେତେବେଳେ ୬୦୦ଟି ନଡା ଜାଳିବା କେସ୍‌ ସାମ୍ନାକୁ ଆସିଥିଲା। ଏବେ ଏହି ସଂଖ୍ୟା ୩୩ ହଜାରକୁ ବୃଦ୍ଧି ପାଇଛି। ଏହା ସମ୍ପୂର୍ଣ୍ଣ ପ୍ରଶାସନିକ ବିଫଳତାକୁ ଦର୍ଶାଉଛି। ପୂରା ପ୍ରଶାସନ କାମରେ ନିୟୋଜିତ ହୋଇଥିଲେ ମଧ୍ୟ ଫେଲ୍‌ ମାରିଛି ବୋଲି ଏନ୍‌ଜିଟି କହିଛନ୍ତି।

କେବଳ ସେତିକି ନୁହେଁ କେବଳ ବଛା ବଛା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ନେଇ ପଞ୍ଜାବ ସରକାରଙ୍କ ବିରୋଧରେ ଏନ୍‌ଜିଟି ଅଭିଯୋଗ ଆଣିଛନ୍ତି। ନିୟମ ଉଲ୍ଲଙ୍ଘନ କରୁଥିବା ସମସ୍ତ ଲୋକଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଆପଣ କେବଳ ନାରାବାଜୀ କରୁଛନ୍ତି କିନ୍ତୁ କାମରେ ପୂରାପୁରି ଫେଲ୍‌ ମାରିଥିବା ନେଇ ଏନ୍‌ଜିଟି କଡା ଶବ୍ଦରେ କହିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ନଡା ଜାଳିବା ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଯଦି ବାରଣ ସତ୍ତ୍ୱେ ଏଭଳି କରାଯାଏ ତେବେ ଏଥିପାଇଁ ସ୍ଥାନୀୟ ଥାନା ଅଧିକାରୀ ଦାୟୀ ରହିବେ। କେବଳ ସେତିକି ନୁହେଁ ପଞ୍ଜାବ ସମେତ ଉତ୍ତରପ୍ରଦେଶ, ରାଜସ୍ଥାନ, ହରିୟାଣା ଭଳି ରାଜ୍ୟର ମୁଖ୍ୟ ସଚିବଙ୍କୁ ମଧ୍ୟ ଏହି ନିର୍ଦ୍ଦେଶକୁ ଯେପରି ପାଳନ କରାଯିବ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଥିଲା।

Punjab Govt NGT Stubble Burning