Advertisment

National Herald : ନ୍ୟାଶନାଲ ହେରାଲ୍ଡ ମାମଲା: ସୋନିଆ ଓ ରାହୁଲଙ୍କୁ ବଡ଼ ଆଶ୍ୱସ୍ତି, ଇଡିକୁ ଶକ୍ତ ଝଟକା

ରୋଜ ଆଭିନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି(ପିସି ଆକ୍ଟ) ବିଶାଲ ଗୋଗନେ କହିଛନ୍ତି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଦାଖଲ କରାଯାଇଥିବା ପ୍ରଭେନସନ ଅଫ ମନି ଲଣ୍ଡରିଂ(ପିଏମଏଲଏ) ଅଭିଯୋଗ ଆଦୌ ଗ୍ରହଣୀୟ ନୁହେଁ।

author-image
Hemant Lenka
Rahul-Gandhi

ରାହୁଲ ଓ ସୋନିଆ

ବହୁ ଚର୍ଚ୍ଚିତ ନ୍ୟାଶନାଲ ହେରାଲ୍ଡ(National Herald) ମାମଲାରେ ସୋନିଆ ଓ ରାହୁଲ ଗାନ୍ଧିଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଦିଲ୍ଲୀର ଗୋଟିଏ କୋର୍ଟ ଦୁଇ କଂଗ୍ରେସ ନେତାଙ୍କ ବିରୋଧରେ ନ୍ୟାଶନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ରୋଜ ଆଭିନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି(ପିସି ଆକ୍ଟ) ବିଶାଲ ଗୋଗନେ କହିଛନ୍ତି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଦାଖଲ କରାଯାଇଥିବା ପ୍ରଭେନସନ ଅଫ ମନି ଲଣ୍ଡରିଂ(ପିଏମଏଲଏ) ଅଭିଯୋଗ ଆଦୌ ଗ୍ରହଣୀୟ ନୁହେଁ।

Advertisment

କାରଣ ଏହା ଗୋଟିଏ ବ୍ୟକ୍ତିଗତ ଅଭିଯୋଗ ଉପରେ ଆଧାରିତ। ଏଫଆଇଆର ଆଧାରରେ ଏପରି ମାମଲା କରାଯାଇ ନାହିଁ। ତେଣୁ ଇଡି ଦାଖଲ କରିଥିବା ଚାର୍ଜଶିଟକୁ ଗ୍ରହଣ କରାଯିବ ନାହିଁ ବୋଲି କୋର୍ଟ କହିଛନ୍ତି। 

ବିଚାରପତି ବିଶାଳ ଆହୁରି କହିଛନ୍ତି ଯେ ଦିଲ୍ଲୀ ପୁଲିସ୍‌ର ଅର୍ଥନୀତିକ ଅପରାଧ ଶାଖା ପୂର୍ବରୁ ହିଁ ଏହି ମାମଲାରେ ଏଫଆଇଆର ରୁଜୁ କରି ସାରିଛି। ତେଣୁ ଏହି ମାମଲାରେ ଇଡିର ଯୁକ୍ତିକୁ ଗ୍ରହଣ କରିବା ଠିକ ହେବ ନାହିଁ। କିନ୍ତୁ ଇଡି ଚାହିଁଲେ ଏହାର ଅଧିକ ତଦନ୍ତ କରିପାରିବ ବୋଲି ସେ କହିଛନ୍ତି। କୋର୍ଟଙ୍କ ଏପରି ରାୟକୁ ଇଡି ପକ୍ଷରୁ ଚ୍ୟାଲେଞ୍ଜ କରାଯିବ ବୋଲି ମଧ୍ୟ କୁହାଯାଇଛି। 

Advertisment

ଇଡି ପକ୍ଷରୁ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, କଂଗ୍ରେସ ନେତା ମୋତିଲାଲ ଭୋରା, ଓସ୍କାର ଫର୍ଣ୍ଣାଡିସ, ସୁମନ ଦୁବେ, ସାମ ପିଟ୍ରୋଡା ଓ ଘରୋଇ କମ୍ପାନୀ ୟଙ୍ଗ ଇଣ୍ଡିଆନ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ଓ ମନି ଲଣ୍ଡରିଂ ଅଭିଯୋଗ କରାଯାଇଛି। ଚାର୍ଜଶିଟରେ ସୋନିଆ ଓ ରାହୁଲ ଗାନ୍ଧିଙ୍କ ବ୍ୟତୀତ ପିଟ୍ରୋଡାଳ, ଦୁବେ, ସନୀଲ ଭଣ୍ଡାରୀ, ୟଙ୍ଗ ଇଣ୍ଡିଆନ ଓ ଡୋଟେକ୍ସ ମର୍ଚାଣ୍ଡାଇଜ ପ୍ରାଇଭେଟ ଲିଃର ନାଁ ଉଲ୍ଲେଖ କରାଯାଇଛି।

ନ୍ୟାଶନାଲ ହେରାଲ୍ଡ ଖବରକାଗଜ ଛାପୁଥିବା ଆସୋସିଏଟ ଜର୍ଣ୍ଣାଲ୍ସ ଲିଃ(ଏଜେଏଲ)ର ପ୍ରାୟ ୨୦୦୦ କୋଟିର ଟଙ୍କାର ସମ୍ପତ୍ତି ଅଭିଯୁକ୍ତମାନେ ଦଖଲ କରିଥିବା ତଦନ୍ତକାରୀ ଏଜେନ୍ସି କହିଛି। 

ଇଡି ଆହୁରି ଅଭିଯୋଗ କରିଛି ଯେ ୟଙ୍ଗ ଇଣ୍ଡିଆନରେ ସୋନିଆ ଓ ରାହୁଲ ଗାନ୍ଧିଙ୍କ ୭୬% ଶେୟାର ରହିଛି। ସେମାନେ ୯୦ କୋଟି ଟଙ୍କାର ଋଣ ବଦଳରେ ବେଆଇନ ଭାବେ ଏଜେଏଲର ସମ୍ପତ୍ତିକୁ ହଡ଼ପ କରିଛନ୍ତି। ତେବେ କୋର୍ଟ ସୋନିଆ, ରାହୁଲ ଓ ଅନ୍ୟମାନଙ୍କ ବିରୋଧରେ ଏଫଆଇଆର ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। 

National Herald