ନ୍ୟାଶନାଲ ହେରାଲ୍ଡ ମାମଲା, ୯୦ କୋଟି ଋଣ ଓ ଗାନ୍ଧି ମା’ ପୁଅ

ଏହି ମାମଲା ନୂଆ ନୁହେଁ। ଏହାର ତଦନ୍ତ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ହେଲା ଚାଲିଛି। ସେହିପରି ନ୍ୟାଶନାଲ ହେରାଲ୍ଡ ଖବରକାଗଜର କାହାଣୀ ୧୯୩୮ ମସିହାର।

National Herald

ସୋନିଆ ଓ ରାହୁଲ ଗାନ୍ଧି

Hemant Lenka
  • Published: Thursday, 17 April 2025
  • Updated: 17 April 2025, 03:54 PM IST

Sports

Latest News

ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ତାଙ୍କ ମା’ ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧିଙ୍କ ନାମ ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ଦାଖଲ କରିଥିବା ଚାର୍ଜଶିଟରେ ରହିଛି। ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ମନି ଲଣ୍ଡରିଂର ତଦନ୍ତ କରି ଏପରି ଚାର୍ଜଶିଟ ଦାଖଲ କରିଛି। ଚାର୍ଜ ଉପରେ ପ୍ରଥମ ଶୁଣାଣି ଏପ୍ରିଲ ୨୫ରେ ହେବ। ଯଦି କୋର୍ଟ ଚାର୍ଜଫ୍ରେମ ପାଇଁ ଅନୁମତି ଦେବେ, ତା’ହେଲେ ରାହୁଲ, ସୋନିଆ ଓ ଅନ୍ୟମାନଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ।

ଏହି ମାମଲା ନୂଆ ନୁହେଁ। ଏହାର ତଦନ୍ତ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ହେଲା ଚାଲିଛି। ସେହିପରି ନ୍ୟାଶନାଲ ହେରାଲ୍ଡ ଖବରକାଗଜର କାହାଣୀ ୧୯୩୮ ମସିହାର। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀମାନେ ଏହି ଖବରକାଗଜର ପ୍ରତିଷ୍ଠା କରିଥିଲେ। ତଦନ୍ତ ନାଁରେ ଏହି ମାମଲା ଏବେ ପୁଣି ତୀବ୍ର ହୋଇଛି। ଚାର୍ଜଶିଟରେ ରାହୁଲ ଓ ସୋନିଆଙ୍କ ନାଁ ଥିବାରୁ କଂଗ୍ରେସ ବୁଧବାର ଦେଶବ୍ୟାପୀ ଇଡି ଅଫିସଗୁଡ଼ିକର ଘେରାଉ କରିଥିଲା। କିନ୍ତୁ ‌ଏବେ ଆସନ୍ତୁ ପ୍ରଥମେ ଜାଣିବା ନ୍ୟାଶନାଲ ହେରାଲ୍ଡ ମାମଲା କ’ଣ?

ନ୍ୟାଶନାଲ ହେରାଲ୍ଡ ମାମଲା କ’ଣ?

ନ୍ୟାଶନାଲ ହେରାଲ୍ଡ ମାମଲାର ପୂରା ଘଟଣା ନ୍ୟାଶନାଲ ହେରାଲ୍ଡ ଖବରକାଗଜର ଅଧିଗ୍ରହଣ ସହ ଜଡ଼ିତ। ଅଧିଗ୍ରହଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଏହି ମାମଲାରେ ଦାଖଲ କରିଥିବା ଚାର୍ଜଶିଟରେ ରାହୁଲ ଓ ସୋନିଆଙ୍କ ସମେତ କଂଗ୍ରେସ ନେତା ସୁମନ ଦୁବେ ଓ ସାମ ପିଟ୍ରୋଡାଙ୍କ ନାଁ ବି ରହିଛି।

Also Read

୨୦୧୨ରେ ବିଜେପି ନେତା ସୁବ୍ରମଣିୟମ ସ୍ୱାମୀ ଦାଖଲ କରିଥିବା ଗୋଟିଏ ପିଟିସନ ପରେ ପୂରା ମାମଲା ସାମ୍ନାକୁ ଆସିଥିଲା। ସ୍ୱାମୀଙ୍କ ଆବେଦନ ପରେ ଗୋଟିଏ ଟ୍ରାଏଲ କୋର୍ଟ ଆୟକର ବିଭାଗକୁ ନ୍ୟାଶନାଲ ହେରାଲ୍ଡ ଖବରକାଗଜର ଆର୍ଥିକ ବ୍ୟାପାର ଓ ଗାନ୍ଧି ପରିବାରର ଭୂମିକାର ତଦନ୍ତ କରିବାକୁ କହିଥିଲେ। ପରବର୍ତ୍ତୀ ସମୟରେ ଇଡି ମାମଲାର ତଦନ୍ତ ଆରମ୍ଭ କରିଥିଲା।

ଅଭିଯୋଗ ହୋଇଛି ଯେ ଗାନ୍ଧି ପରିବାରର ରାହୁଲ ଓ ସୋନିଆ ୟଙ୍ଗ ଇଣ୍ଡିଆନ ଲିଃ(ୱାଇଆଇଏଲ) କମ୍ପାନୀ ଜରିଆରେ ଆସୋସିଏଟ ଜର୍ଣ୍ଣାଲ୍ସ ଲିଃ(ଏଜେଏଲ)ର ସମ୍ପତ୍ତିକୁ ଅକ୍ତିଆର କରିଥିଲେ। ନ୍ୟାଶନାଲ ହେରାଲ୍ଡ ଖବରକାଗଜର ପବ୍ଲିଶର ଥିଲା ଏଜେଏଲ। ବେଆଇନ ଭାବେ ୱାଇଆଇଏଲ ସମ୍ପତ୍ତି ଅକ୍ତିଆର କରିଥିବା କୁହାଯାଉଛି। ଆୟବହିର୍ଭୂତ ଓ ଠକେଇ କରି ସମ୍ପତ୍ତି ହଡ଼ପ କରାଯାଇଥିବା ଇଡି ଦଫା ଲଗାଇଛି।

ଦିଲ୍ଲୀ, ମୁମ୍ବାଇ ଓ ଲକ୍ଷ୍ନୌରେ ଥିବା ପ୍ରମୁଖ ସମ୍ପତ୍ତି ସମେତ ରାଜଧାନୀର ବାହାଦୂର ଶାହ ଜାଫର ମାର୍ଗରେ ଥିବା ହେରାଲ୍ଡ ହାଉସକୁ ଅଧିଗ୍ରହଣ କରାଯାଇଥିଲା। ସମୟ ଗଡ଼ିବା ସହ ଇଡି ତା’ର ତଦନ୍ତକୁ ବ୍ୟାପକ କରିଥିଲା। ୨୦୨୩ରେ ଇଡି ଏଜେଏଲ ଓ ୟଙ୍ଗ ଇଣ୍ଡିଆନ ସହ ଜଡ଼ିତ ୭୫୨ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରାଥମିକ ଭାବେ ଆଟାଚ କରିଥିଲା। ୨୦୨୫ ଏପ୍ରିଲ ୧୧ରେ ଇଡି ବିଧିବଦ୍ଧ ଭାବେ ୬୬୧ କୋଟି ଟଙ୍କାର ସ୍ଥାବନ ସମ୍ପତ୍ତିକୁ ଜବତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲା। ଏହାର କିଛି ଦିନ ପରେ ଇଡି ମନି ଲଣ୍ଡରିଂ ମାମଲାରେ ଦାଖଲ କରିଥିବା ଚାର୍ଜଶିଟରେ ସୋନିଆ ଓ ରାହୁଲଙ୍କ ନାଁ ଉଲ୍ଲେଖ କରିଛି। ବେଆଇନ ଭାବେ ଏଜେଏଲର ସମ୍ପତ୍ତିକୁ ୟଙ୍ଗ ଇଣ୍ଡିଆନକୁ ସ୍ଥାନାନ୍ତର କରାଯାଇଥିବା ଇଡି କହିଛି।

ଅଭିଯୋଗ ଆହୁରି ହୋଇଛି ଯେ କେନ୍ଦ୍ର ସରକାର ଏଜେଏଲକୁ ଖବରକାଗଜକୁ ଆଗକୁ ନେବାକୁ ସମ୍ପତ୍ତି ଗୁଡ଼ିକ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କମ୍ପାନୀ ଏହାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରିଥିଲା। ଅନ୍ୟ ଶବ୍ଦରେ କହିବାକୁ ଗଲେ କେନ୍ଦ୍ର ସରକାର ଦେଇଥିବା ସମ୍ପତ୍ତିକୁ ବ୍ୟବହାର କରି ଏଜେଏଲ ଲକ୍ଷାଧିକ ଟଙ୍କା ଭଡ଼ା ଆକାରରେ ପାଉଥିଲା। ଏପରି ଭାବେ ୯୯୮ କୋଟି ଟଙ୍କାର ଠକେଇ ହୋଇଥିବା ଇଡି କହିଛି।

୨୦୧୮ରେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ଏଜେଏଲର ଲିଜକୁ ବାତିଲ କରିଥିଲେ ଓ ହେରାଲ୍ଡ ହାଉସକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଠାରେ କୌଣସି ପ୍ରକାରର ଖବରକାଗଜ ଛପା ଯାଉ ନଥିବାରୁ କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଥିଲେ। ତେବେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଏହି ନିର୍ଦ୍ଦେଶ ଉପରେ ରୋକ ଲଗାଇ ଦେଇଥିଲେ।

ଆସୋସିଏଟେଡ ଜର୍ଣ୍ଣାଲ୍‌ ଲିଃ(ଏଜେଏଲ)ର ଭୂମିକା

ଆସୋସିଏଟେଡ ଜର୍ଣ୍ଣାଲ୍‌ ଲିଃ(ଏଜେଏଲ) ନାମକ ଗୋଟିଏ କମ୍ପାନୀ ପକ୍ଷରୁ ନ୍ୟାଶନାଲ ହେରାଲ୍ଡ ଖବରକାଗଜ ପବ୍ଲିଶ ହେଉଥିଲା। ସମୟକ୍ରମେ ଏଜେଏଲ ଦେଶର ବିଭିନ୍ନ ସ୍ଥାନରେ ମୂଲ୍ୟବାନ ସମ୍ପତ୍ତି ଅକ୍ତିଆର କରିଥିଲା। ଯଦିଓ ୨୦୦୮ରେ ଖବରକାଗଜର ପବ୍ଲିକେଶନ ବନ୍ଦ ହୋଇଯାଇଥିଲା, କିନ୍ତୁ ଏଜେଏଲ ଗୋଟିଏ କାର୍ଯ୍ୟକ୍ଷମ କମ୍ପାନୀ ଭାବେ ରହିଥିଲା ଓ ସଂସ୍ଥା ନିଜ ପାଖରେ ୨ ହଜାର କୋଟିରୁ ଅଧିକ ସମ୍ପତ୍ତି ରଖିଥିଲା। ଉକ୍ତ ଖବରକାଗଜ କଂଗ୍ରେସର ମୁଖପତ୍ର ଭାବେ କାର୍ଯ୍ୟ କରୁଥିଲା। ସେତେବେଳେ ଏଜେଏଲ ପାଖରେ ଥିବା ସମ୍ପତ୍ତିର ମୂଲ୍ୟ ଏବେ ୫ ହଜାର କୋଟି ଟଙ୍କା ହୋଇ ସାରିଥିବା ଇଡି ଦାବି କରିଛି।

୨୦୧୦ରେ ଭାରତୀୟ ଜାତୀୟ କଂଗଗ୍ରେସ ବାକି ପରିଶୋଧ କରିବାକୁ ଏଜେଏଲକୁ ୯୦.୨୫ କୋଟି ଟଙ୍କା ବିନା ସୁଧରେ ଋଣ ଆକାରରେ ଦେଇଥିଲା। ଏଥିସହ ବାକି ଟଙ୍କା ଶୁଝି କମ୍ପାନୀ ପୁଣି ଖବରକାଗଜ ଛାପିବ ବୋଲି ଆଶା କରାଯାଇଥିଲା। ଠିକ ଏହି ସମୟରେ ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ ଲିଃ(ୱାଇଆଇଏଲ) ନାଁରେ ଗୋଟିଏ ଘରୋଇ କମ୍ପାନୀ ମାର୍କେଟକୁ ଆସିଥିଲା। ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ପାଖରେ ଏହି କମ୍ପାନୀର ୭୬% ଅଂଶଧନ (୩୮% ଲେଖାଏ) ରହିଥିଲା। ବାକି ଅଂଶଧନ କଂଗ୍ରେସ ନେତା ମୋତିଲାଲ ଭୋରା ଓ ଓସ୍କାର ଫର୍ଣ୍ଣାଡିଜଙ୍କ ପାଖରେ ଥିଲା।

ଏଜେଏଲ କାର୍ଯ୍ୟକ୍ଷମ ହେଉ ନଥିବାରୁ ଏହାର ପରିଚାଳନା ଦାୟିତ୍ୱ ଧୀରେ ଧୀରେ ନୂଆ କରି ଖୋଲିଥିବା ୟଙ୍ଗ ଇଣ୍ଡିଆନ ଲିଃ ପାଖକୁ ଚାଲି ଯାଇଥିଲା। ଏହା ପାଖରେ ଥିବା ସମ୍ପତ୍ତି ମଧ୍ୟ ୱାଇଆଇଏଲ ହୋଇ ଯାଇଥିଲା। ଏହି ଟ୍ରାନ୍ସଫର ହିଁ ଇଡି ତଦନ୍ତର ମୁଖ୍ୟ ଆଧାର ହୋଇ ରହିଛି।

ୟଙ୍ଗ ଇଣ୍ଡିଆନ ଲିଃର ଭୂମିକା

ୟଙ୍ଗ ଇଣ୍ଡିଆନ ଲିଃ ୨୦୧୦ ମସିହା ନଭେମ୍ବର ମାସରେ ଗୋଟିଏ ଅଣ ଲାଭକାରୀ କମ୍ପାନୀ ଭାବେ କାର୍ଯ୍ୟ କରୁଥିଲା। ସାମାଜିକ ସଚେତନା ସୃଷ୍ଟି କରିବା ଓ ସମାଜର ମଙ୍ଗଳ ପାଇଁ ପଦକ୍ଷେପ ନେବା ଏହି କମ୍ପାନୀର ଉଦ୍ଦେଶ୍ୟ ରହିଥିଲା। କିନ୍ତୁ କମ୍ପାନୀର ମାଲିକାନା ସତ୍ତ୍ୱ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ୨୦୧୦ ମସିହା ଡିସେମ୍ବର ମାସରେ ୱାଇଆଇଏଲ ପକ୍ଷରୁ ଏଜେଏଲର ୯୯% ଅଂଶଧନକୁ ଅଧିଗ୍ରହଣ କରାଯାଇଥିଲା। ଫଳ ସ୍ୱରୂପ ପୂରା କମ୍ପାନୀ ଓ ଏହାର ରିୟଲ ଇଷ୍ଟେଟ ସମ୍ପତ୍ତିଗୁଡ଼ିକ ୱାଇଆଇଏଲର ହୋଇଯାଇଥିଲା। ସାମ୍ବାଦିକତା ଉଦ୍ଦେଶ୍ୟରେ ଥିବା ମୂଲ୍ୟବାନ ସମ୍ପତ୍ତିଗୁଡ଼ିକୁ ଗାନ୍ଧି ପରିବାର ନାଁରେ କରିବା ପାଇଁ ଏପରି ବ୍ୟବସ୍ଥା ହୋଇଥିବା ଅଭିଯୋଗ ହୋଇଛି। ଏହାର ନେଣଦେଶରେ ବ୍ୟାପକ ଚଞ୍ଚକତା କରାଯାଇଥିବା କୁହାଯାଉଛି।

୨୦୧୨ରେ ନ୍ୟାଶନାଲ ହେରାଲ୍ଡକୁ ନେଇ ଅଭିଯୋଗ କରିଥିବା ସ୍ୱାମୀ କହିଛନ୍ତି ଯେ ୱାଇଏଲ ପାଖରେ ୫୦ ଲକ୍ଷ ଟଙ୍କା ଦେବାକୁ କୌଣସି ପ୍ରକାରର ଆୟର ଉତ୍ସ ନଥିଲେ ହେଁ ସଂସ୍ଥା ଏଜେଏଲକୁ କିଣିଥିଲା। କମ୍ପାନୀ ଆସୋସିଏଟେଡ ଜର୍ଣ୍ଣାଲଲ୍ସର ଇକ୍ୟୁଟି ଦାବି କରିଥିଲା ଓ ଏହାପରେ ଏଜେଏଲ ଗୋଟିଏ ସଂକଳ୍ପ ପାରିତ କରି ଶେୟାର ମୂଲ୍ୟ ବୃଦ୍ଧି କରିଥିଲା। ଶେଷରେ ୟଙ୍ଗ ଇଣ୍ଡିଆନକୁ ନୂଆ ଶେୟାର ଦେଇଥିଲା। ନୂଆ ଶେୟାର ବିତରଣ ଯୋଗୁ ୧ ହଜାର ଅଂଶଧାରୀଙ୍କ ଭାଗ ୧%କୁ ଖସି ଯାଇଥିଲା। ୱାଇଆଇଏଲର ଗୋଟିଏ ସହାୟକ କମ୍ପାନୀ ହୋଇଯାଇଥିଲା ଏଜେଏଲ। ୟଙ୍ଗ ଇଣ୍ଡିଆନ ମଧ୍ୟ ଏଜେଏଲର ସବୁ ସମ୍ପତ୍ତିକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିଲା।

ଗାନ୍ଧି ପରିବାର ଓ କଂଗ୍ରେସ ନାଁରେ କ’ଣ ଅଭିଯୋଗ ରହିଛି?

ଇଡି ତଦନ୍ତ ବେଳେ ଅଭିଯୋଗ କରିଛି ଯେ ୨୦୦୮ରେ ଏଜେଏଲ ଖବରକାଗଜ ଛାପିବା ବନ୍ଦ କରି ଦେଇଥିଲା ଓ ନିଜର ସମ୍ପତ୍ତିଗୁଡ଼ିକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରିଥିଲା। ଏଜେଏଲ ନିଜ ବ୍ୟବସାୟକୁ ଆଗକୁ ନେବା ପାଇଁ ଏଆଇସିସି ଠାରୁ ୯୦.୨୧ କୋଟି ଟଙ୍କା ଋଣ କରିଥିଲା। କମ୍ପାନୀ ଏହା ଫେରସ୍ତ କରିବାର ଥିଲା। ହେଲେ ଏଆଇସିସି ୯୦.୨୧ କୋଟି ଟଙ୍କାର ଋଣ ଆଉ ଫେରି ପାଇ ନଥିଲା। ଏଥିପାଇଁ ଏଆଇସିସି ମାତ୍ର ୫୦ ଲକ୍ଷ ଟଙ୍କାର ନୂଆ କମ୍ପାନୀ ୟଙ୍ଗ ଇଣ୍ଡିଆନକୁ ଏଜେଏଲକୁ ବିକ୍ରି କରି ଦେଇଥିଲା। ୟଙ୍ଗ ଇଣ୍ଡିଆନର ମାଲିକାନା ଗାନ୍ଧି ମା’ ଓ ପୁଅଙ୍କ ପାଖରେ ରହିଥିଲା।

ଇଡିର କହିବା କଥା ଏଜେଏଲର ସମ୍ପତ୍ତିକୁ ଦଖଲ କରାଯିବା ପରେ ଏହାକୁ ପରବର୍ତ୍ତୀ ସମୟରେ ବିଭିନ୍ନ ବେଆଇନ କାମରେ ବ୍ୟବହାର କରାଯାଇଥିଲା। ନକଲି ଦାନ ବାବଦରେ ୧୮ କୋଟି, ଅଗ୍ରୀମ ଭଡ଼ା ବାବଦରେ ୩୮ କୋଟି ଓ ମନଗଡ଼ା ବିଜ୍ଞାପନ ରାଜସ୍ୱ ବାବଦରେ ୨୯ କୋଟି ଆଦାୟ କରାଯାଇଥିଲା।

କ’ଣ କହୁଛି କଂଗ୍ରେସ ?

ସାମ୍ନାକୁ ଆସିଥିବା ସମସ୍ତ ଅଭିଯୋଗକୁ କଂଗ୍ରେସ ଭିତ୍ତିହୀନ କହିବା ସହ ଏହା ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି। କେନ୍ଦ୍ରରେ କ୍ଷମତାସୀନ ବିଜେପି ବିରୋଧୀଙ୍କ ସ୍ୱର ଚାପିବାକୁ ଏପରି କରୁଥିବା କଂଗ୍ରେସ କହିଛି। ଦଳର କହିବା କଥା ଯେ ୱାଇଆଇଏଲ ଗୋଟିଏ ଅଣ ଲାଭକାରୀ ସଂସ୍ଥା ଭାବେ କାମ କରୁଥିଲା। ଏହାର ଅର୍ଥ ଏଜେଏଲର ସମ୍ପତ୍ତି ଟ୍ରାନ୍ସଫରରୁ କୌଣସି ବ୍ୟକ୍ତିବିଶେଷ ଲାଭ ଉଠାଇ ପାରିବେ ନାହିଁ।

୯୦ କୋଟିର ଋଣ ସମ୍ପର୍କରେ କଂଗ୍ରେସ କହିଛି ଯେ ଏହା କେବଳ ଏଜେଏଲର ଋଣ ପରିଶୋଧ ପାଇଁ ଦିଆଯାଇଥିଲା। ନ୍ୟାଶନାଲ ହେରାଲ୍ଡକୁ କାର୍ଯ୍ୟକ୍ଷମ କରିବା ଉଦ୍ଦେଶ୍ୟ ରହିଥିଲା। ଏହାର ରିୟଲ ଇଷ୍ଟେଟରୁ ଲାଭ ପାଇବା ଅପେକ୍ଷା ପୂର୍ବପୁରୁଷମାନଙ୍କ ସ୍ମୃତିକୁ ବଜାୟୀ ରଖିବା ପାଇଁ ଏପରି ଋଣ ଦିଆଯାଇଥିଲା ବୋଲି କଂଗ୍ରେସ ଯୁକ୍ତି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story