Advertisment

ମର୍ସିଡିଜ୍‌ରେ ଡ୍ରଗ୍ସ ଚାଲାଣ କରୁଥିବା ବେଳେ ଧରା ପଡ଼ିଲେ ଜାତୀୟସ୍ତରର ରେସଲର୍‌

ବିଶେଷ ସୂତ୍ରରୁ ଦୁଇ ନିଶା ଦ୍ରବ୍ୟ ଚାଲାଣକାରୀ ୱାଜିରାବାଦ ଫ୍ଲାଏଓଭର ନିକଟକୁ ଆସୁଥିବା ଖବର ମିଳିଥିଲା।

Drugs

Drugs

Advertisment

ମର୍ସିଡିଜ୍‌ରେ ନିଶା ଦ୍ରବ୍ୟ ଚାଲାଣା କରୁଥିବା ବେଳେ ଜାତୀୟ ସ୍ତରର ଜଣେ ରେସଲର ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଛି। ଉତ୍ତର ଦିଲ୍ଲୀରୁ ଏମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ଡ୍ରଗ୍ସ ଜବତ କରାଯାଇଛି।

Advertisment

ପୁଲିସ୍‌ କହିଛି ଯେ ଡ୍ରଗ୍‌ ଚାଲାଣକାରୀମାନେ ହିମାଚଳ ପ୍ରଦେଶର ଗୋଟିଏ ଗାଁରୁ ମଲାନା କ୍ରିମ କିଣୁଥିଲେ। ଏହାକୁ ଦିଲ୍ଲୀ ଓ ଦେଶର ବିଭିନ୍ନ ରାଜ୍ୟରେ ବିକ୍ରି କରୁଥିଲେ। ଏହିକ୍ରମରେ ଏବେ ସେମାନେ ସମାନ ପଦକ୍ଷେପ ନେବାକୁ ଯୋଜନା କରିଥିଲେ। ବିଶେଷ ସୂତ୍ରରୁ ଦୁଇ ନିଶା ଦ୍ରବ୍ୟ ଚାଲାଣକାରୀ ୱାଜିରାବାଦ ଫ୍ଲାଏଓଭର ନିକଟକୁ ଆସୁଥିବା ଖବର ମିଳିଥିଲା।

ଏହି ସୂଚନା ମିଳିବା ପରେ ପୁଲିସ୍‌ ଆଲର୍ଟ ମୋଡକୁ ଚାଲି ଆସିଥିଲା। ନିଶା ବେପାରୀଙ୍କୁ ଧରିବା ପାଇଁ ଯୋଜନା କରାଯାଇଥିଲା ଓ ଗୋଟିଏ ମର୍ସିଡିଜ୍‌ କାର୍‌କୁ ଯାଞ୍ଚ ପାଇଁ ଅଟକା ଯାଇଥିଲା।

Advertisment

କାର୍‌ ଭିତରେ ଦୁଇ ଜଣ ଯୁବକ ବସିଥିଲେ। ଜଣେ ହେଲେ ହନୁମନ୍ତେ ଓ ଆଉ ଜଣେ ହେଲେ ଆନନ୍ଦ ଅହମଦ। ହନୁମନ୍ତେଙ୍କ ଘର ସିଭିଲ ଲାଇନ୍ସରେ ଓ ଅହମଦ ଜାମିଆ ନଗରର ବାସିନ୍ଦା। ସେମାନଙ୍କ ଠାରୁ ୧୦ ଲକ୍ଷ ଟଙ୍କାର ଡ୍ରଗ୍ସ ପୁଲିସ୍‌ ଜବତ କରିଛି।

ଇନସପେକ୍ଟର ସନ୍ଦୀପ ତୁଶିରଙ୍କ ନେତୃତ୍ୱରେ ଗଠିତ ଟିମ ଦୁଇ ଯୁବକଙ୍କୁ ଗିରଫ କରିଛି। ହନୁମନ୍ତେ କହିଛନ୍ତି ଯେ ସେ ଜୟପୁରରୁ ଗ୍ରାଜ୍ୟୁଏଟ କରିଛନ୍ତି। ରେସଲିଂରେ ସେ ଏକଦା ଜୁନିୟର ଅନ୍ତର୍ଜାତୀୟ ଇଭେଣ୍ଟ ଓ ଜାତୀୟ ସୁପର ହେଭିୱେଲ ବର୍ଗରେ ଲଢ଼େଇ କରିଥିଲେ।

ତେବେ ୨୦୧୪ରେ ସେ ଆହତ ହେବାରୁ ତାଙ୍କ ଜୀବନର ଗତିପଥ ବଦଳି ଯାଇଥିଲା। ଆହତ ସମସ୍ୟା ଦେଇ ଗତି କରିବା ବେଳେ ସେ ନିଶା ସେବନ କରୁଥିବା ଲୋକଙ୍କ ହାବୁଡ଼ରେ ପଡ଼ିଥିଲା। ଶେଷରେ ସେ ଧଳା ଜହର ନେବା ଆରମ୍ଭ କରିଥିଲେ।

ପ୍ରଥମେ ସେ ଦିଲ୍ଲୀରୁ ଡ୍ରଗ୍ସ କିଣୁଥିଲେ। କିନ୍ତୁ ଏଠାରେ ଅଧିକ ଟଙ୍କାରେ ଧଳା ଜହର ବିକ୍ରି ହେଉଥିଲା। ତେଣୁ ସେ ସିଧାସଳଖ ହିମାଚଳ ପ୍ରଦେଶରରୁ ଡ୍ରଗ୍ସ କିଣିବାକୁ ନିଷ୍ପତ୍ତି ନେଇଥିଲେ। ସେ ମଲାନାରୁ ନିଜ ପାଇଁ ଓ କିଛି ଡ୍ରଗ୍ସ ବିକ୍ରି କରିବା ପାଇଁ ଆଣିଥିବା ପୁଲିସ୍‌ ଆଗରେ ସ୍ୱୀକାର କରିଛନ୍ତି।

ଅନ୍ୟପକ୍ଷରେ ଅହମଦ ଜଣେ କାର ମେକାନିକ ଓ ତାଙ୍କର ଗୋଟିଏ ଗ୍ୟାରେଜ ମଧ୍ୟ ରହିଥିଲା। ଲକଡାଉନ ବେଳେ ସେ ହନୁମନ୍ତେଙ୍କୁ ଭେଟିଥିଲେ ଓ ଅଧିକ ଟଙ୍କା ଆୟ କରିବା ଲୋଭରେ ସେ ବେଆଇନ ନିଶାଦ୍ରବ୍ୟ କାରବାର ଚାଲାଣରେ ସାମିଲ ହୋଇଥିଲେ।

Drugs Case Drugs Smuggling
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe