Advertisment

କ୍ୟାନ୍‌ସର୍‌ ପାଇଁ 'ସ୍ପେଶାଲ ଡାଏଟ୍‌'କୁ ବିରୋଧ, ସିଦ୍ଧୁଙ୍କ ପତ୍ନୀଙ୍କୁ ୮୫୦ କୋଟିର ନୋଟିସ୍‌

ସ୍ପେଶାଲ୍ ଡାଏଟ୍ ସହାୟତାରେ କ୍ୟାନସରରୁ ସୁସ୍ଥ ହୋଇଥିବା ଦାବି କରିବା ପରେ, ନବଜୋତ କୌର ସିଦ୍ଧୁଙ୍କୁ ୮୫୦ କୋଟି ଟଙ୍କାର ନୋଟିସ୍ ପଠାଇଛି ଛତିଶଗଡ଼ ସିଭିଲ୍ ସୋସାଇଟି।

author-image
Madhupriya Mistry
ଅଦ୍ୟତନ ହୋଇଛି
Navjot Singh Sidhu and his wife

Navjot Singh Sidhu and his wife

ଘରୋଇ ଚିକିତ୍ସାରେ କ୍ୟାନ୍‌ସର ଭଲ ହେଉଥିବା ଦାବି କରିବା ଏବେ ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କୁ ମହଙ୍ଗା ପଡିଛି। ତାଙ୍କ ପତ୍ନୀଙ୍କ ବିରୋଧରେ ଜାରି ହୋଇଚି ୮୫୦ କୋଟି ଟଙ୍କାର ନୋଟିସ୍‌। ସ୍ପେଶାଲ୍ ଡାଏଟ୍ ସହାୟତାରେ କ୍ୟାନସରରୁ ସୁସ୍ଥ ହୋଇଥିବା ଦାବି କରିବା ପରେ, ନବଜୋତ କୌର ସିଦ୍ଧୁଙ୍କୁ ୮୫୦ କୋଟି ଟଙ୍କାର ନୋଟିସ୍ ପଠାଇଛି ଛତିଶଗଡ଼ ସିଭିଲ୍ ସୋସାଇଟି।

Advertisment

ସେ କରିଥିବା ଦାବିକୁ ସିଦ୍ଧ କରିବା ପାଇଁ ୭ ଦିନ ଭିତରେ ପ୍ରମାଣ ନଦେଲେ, ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଚେତାବନୀ ଦିଆଯାଇଛି। ଏଥିସହ ଦାବିରେ ସତ୍ୟତା ନଥିଲେ କ୍ଷମା ମାଗିବାକୁ କୁହାଯାଇଛି। ବହୁ ଡାକ୍ତର ମଧ୍ୟ ଏଭଳି ଦାବିକୁ ଦୃଢ଼ ବିରୋଧ କରିଛନ୍ତି ଏବଂ ଏହା ବିଜ୍ଞାନ ଆଧାରିତ ନୁହେଁ ବୋଲି କହିଛନ୍ତି।

ସପ୍ତାହେ ତଳେ ସାମ୍ବାଦିକ ସମ୍ମିଳନୀରେ ନବଜୋତ ସିଂହ ସିଦ୍ଧୁ ଏବଂ ତାଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ କହିଥିଲେ ଯେ, ବ୍ରେଷ୍ଟ କ୍ୟାନସର ଚତୁର୍ଥ ଷ୍ଟେଜରୁ ଆରୋଗ୍ୟ ପାଇଁ କେମୋ ଥେରାପି ସହ ଅସ୍ତ୍ରୋପଚାର ବି ହୋଇଥିଲା। ତେବେ ଏଥିସହ ସ୍ପେଶାଲ ଡାଏଟ୍ ଭାବେ ସେ ସକାଳୁ ଖାଲି ପେଟରେ ଉଷୁମ ଲେମ୍ବୁ ପାଣିରେ କଞ୍ଚା ହଳଦୀ ଓ ଗୋଟିଏ ପାଖୁଡା ରସୁଣ ଖାଉଥିଲେ।

Advertisment

ଅଧଘଣ୍ଟା ପରେ ୧୦ରୁ ୧୨ଟି ନିମ୍ବ ପତ୍ର ଓ ତୁଳସୀ ପତ୍ର ସହ ଅଦା, ଡାଲଚିନି ଓ ଗୋଲମରିଚ ଖାଉଥିଲେ। ଶ୍ୱେତସାର ଯୁକ୍ତ ଖାଦ୍ୟ, ଚିନି, କ୍ଷୀର, ରିଫାଇନ୍ ତେଲ ବନ୍ଦ କରିବା ସହ ସନ୍ଧ୍ୟା ସାଢେ ୬ଟା ସୁଦ୍ଧା ଡିନର କରୁଥିଲେ। ଖାଇବାରେ ଲମ୍ବା ବ୍ୟବଧାନ କର୍କଟ କୋଷକୁ ମାରିବାର କ୍ଷମତା ରଖୁଥିବାରୁ ୧୪ ଘଣ୍ଟା ଖାଲି ପେଟରେ ରହୁଥିଲେ। ତେବେ ଏଭଳି ଦାବିକୁ ଭ୍ରମାତ୍ମକ ବୋଲି ନୋଟିସରେ ଦର୍ଶାଇଛି ଛତିଶଗଡ଼ ସିଭିଲ୍ ସୋସାଇଟି।