/odisha-reporter/media/post_attachments/uploadimage/library/16_9/16_9_0/IMAGE_1674357756.jpg)
ରାହୁଲଙ୍କ ରାଲିରେ ଯୋଗ ଦେବେ ସିଦ୍ଧୁ!
କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାରେ ଯୋଗ ଦେବେ ନବଜୋତ ସିଂହ ସିଦ୍ଧୁ। ନିଜ ରାଲିରେ ସାମିଲ ହେବା ପାଇଁ ରାହୁଲ ସିଦ୍ଧୁଙ୍କୁ ଆମନ୍ତ୍ରିତ କରିଛନ୍ତି। କ୍ରିକେଟର୍ରୁ ରାଜନେତା ପାଲଟିଥିବା ନବଜୋତ ସିଂହ ସିଦ୍ଧୁ ଏବେ ଜେଲ୍ରେ ଅଛନ୍ତି । ସେ ଖୁବଶୀଘ୍ର ଜେଲ୍ରୁ ମୁକୁଳି ପାରନ୍ତି। ଆସନ୍ତା ଜାନୁଆରୀ ୨୬ ତଥା ଗଣତନ୍ତ୍ର ଦିବସରେ ସେ ଜେଲ୍ରୁ ମୁକ୍ତି ପାଇବେ ବୋଲି କୁହାଯାଉଛି।
ଏକ ମାମଲାରେ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ ୧ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ତେବେ ଜେଲ୍ରେ ତାଙ୍କର ଆଚାର ବ୍ୟବହାର ଭଲ ଥିବା ଯୋଗୁ ତାଙ୍କ ଜେଲ୍ ଦଣ୍ଡ ଏବେ ୪ ମାସ କୋହଳ ହୋଇପାରେ। ଫଳରେ ସିଦ୍ଧୁ ଜାନୁଆରୀ ୨୬ରେ ଜେଲ୍ରୁ ମୁକ୍ତି ପାଇପାରନ୍ତି। ଜେଲ୍ରୁ ବାହାରିବା ପରେ ସେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାର ସମାପନ ଉତ୍ସବରେ ଯୋଗ ଦେବାକୁ ଆମନ୍ତ୍ରିତ ହୋଇଛନ୍ତି।
ରିିପୋର୍ଟ ମୁତାବକ, ସିଦ୍ଧୁ ଜାନୁଆରୀ ୨୬ ଦିନ ୧୨ଟାରେ ଜେଲ୍ରୁ ମୁକୁଳି ପାରନ୍ତି। ପଞ୍ଜାବରେ ଜେଲ୍ରୁ ମୁକ୍ତ ପାଇଁ ଯେଉଁ ୧୫ ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଛି ସେଥିରେ ସିଦ୍ଧୁଙ୍କ ନାଁ ସାମିଲ ଅଛି।
ନିକଟରେ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌରଙ୍କୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କେସି ବେଣୁଗୋପାଲ ଓ ପ୍ରିୟଙ୍କା ଗାନ୍ଧି ଭେଟିଥିଲେ। ସିଦ୍ଧୁ ଜେଲ୍ରୁ ବାହାରିବା ପରେ ତାଙ୍କୁ ଦଳର ଦାୟିତ୍ୱ ଦିଆଯିବ ବୋଲି ରାହୁଲ ଗାନ୍ଧି ପଞ୍ଜାବରେ ନିଜର ଭାରତ ଯୋଡୋ ଯାତ୍ରା ସମୟରେ କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
