Advertisment

କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ସୁରକ୍ଷା ହ୍ରାସ

ଜେଲରୁ ବାହାରିବା ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କାଣ୍ଟଛାଣ୍ଟ କରାଯାଇଛି।

Sidhu

Sidhu

Advertisment

ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ସୁରକ୍ଷା ହ୍ରାସ ପାଇଛି। ଜେଲରୁ ବାହାରିବା ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କାଣ୍ଟଛାଣ୍ଟ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କ ସୁରକ୍ଷାକୁ କମାଇ ଦେଇଛନ୍ତି। ପୂର୍ବରୁ ସିଦ୍ଧୁଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ଦିଆଯାଉଥିବା ବେଳେ ବର୍ତ୍ତମାନ ଏହାକୁ ହ୍ରାସ କରାଯାଇ ୱାଇ ପ୍ଲସ୍‌ କରାଯାଇଛି। ଗତ ବର୍ଷ ଓସିଦ୍ଧୁ ଜେଲ ଯାଇଥିଲା ବେଳେ ତାଙ୍କ ପାଖରେ ଜେଡ୍‌+ ସୁରକ୍ଷା ରହିଥିଲା। କିନ୍ତୁ ସାଢ଼େ ୧୦ମାସ ପରେ ଜେଲରୁ ବାହାରିବା ପରେ ତାଙ୍କ ସୁରକ୍ଷାକୁ କମାଇ ଦିଆଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ସିଦ୍ଧୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋର ସୁରକ୍ଷା ହ୍ରାସ କରାଯାଇଛି। ପ୍ରଥମେ ଜଣେ ସିଦ୍ଧୁ (ସିଦ୍ଧୁ ମୁସେ ୱାଲା)ଙ୍କୁ ହତ୍ୟା କରାଗଲା, ଏବେ ଅନ୍ୟ ଜଣକୁ ମଧ୍ୟ ହତ୍ୟା କରିଦିଅ ବୋଲି ନବଜୋତ ସିଂ ସିଦ୍ଧୁ କହିଛନ୍ତି।

Advertisment

ନିକଟରେ ଦଶ ମାସ ଜେଲରେ ରହିବା ପରେ ଆଜି ପଞ୍ଜାବର ପଟିଆଲା ଜେଲ୍‌ରୁ ମୁକୁଳିଛନ୍ତି ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ୧୯୮୮ ମସିହାର ଏକ ରୋଡ୍‌ ରେଜ୍‌ ମାମଲାରେ ସିଦ୍ଧୁଙ୍କୁ ଜେଲ୍‌ଦଣ୍ଡ ହୋଇଥିଲା। ଗତ ବର୍ଷ ମେ ମାସରେ ସୁପ୍ରିମକୋର୍ଟ ନବଜୋତ ସିଂହ ସିଦ୍ଧୁଙ୍କୁ ୩୪ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ ଏକ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ।୧୯୮୮ ଡିସେମ୍ବର ୨୭ ତାରିଖରେ ପଟିଆଲା ବାସିନ୍ଦା ଗୁରନାମ ସିଂହଙ୍କ ସହ ପାର୍କିଂକୁ ନେଇ ସିଦ୍ଧୁଙ୍କ ବିବାଦ ହୋଇଥିଲା। ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ରୂପିନ୍ଦର ସିଂ ସାନ୍ଧୁ ଗୁରନାମ ସିଂଙ୍କୁ ତାଙ୍କ କାରରୁ ଟାଣି ଆଣି ତାଙ୍କୁ ଧକ୍କା ଦେଇଥିଲେ, ଫଳରେ ତାଙ୍କ ଶରୀରରେ ଆଘାତ ଲାଗିଥିଲା । ପରେ ହସ୍ପିଟାଲରେ ଗୁରନାମ ସିଂହଙ୍କ ମୃତ୍ୟୁ ଘଟିଥିଲା। ତେବେ ଜଣେ ପ୍ରତ୍ୟକ୍ଷଦର୍ଶୀ ଗୁରନାମ ସିଂହଙ୍କ ମୁଣ୍ଡରେ ମାଡ଼ ମାରି ହତ୍ୟା କରାଯାଇଥିବା ପ୍ରକାଶ କରିଥିଲେ ।

ଏହା ପୂର୍ବରୁ ୨୦୧୮ ମସିହାରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଏହି ମାମଲାରେ ଦୋଷମୁକ୍ତ କରିଥିଲେ । କିନ୍ତୁ ମାମଲାର ପୁନର୍ବିଚାର ପାଇଁ ପୀଡ଼ିତ ବ୍ୟକ୍ତିର ପରିବାର ନିବେଦନ କରିଥିଲେ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe