Advertisment

ଜେଲରେ ଥିବା ସିଦ୍ଧୁଙ୍କ ପତ୍ନୀଙ୍କୁ କ୍ୟାନସର, ଇମୋସନାଲ ହୋଇ ଟ୍ୱିଟ କଲେ

ସେ ଏହି ଖବରକୁ ଟ୍ୱିଟ କରି ସମସ୍ତଙ୍କୁ ସୂଚନା ଦେଇଛନ୍ତି। ସେହିପରି ତାଙ୍କର ଏପରି ସମୟରେ ସିଦ୍ଧୁ ଜେଲରେ ଥିବାରୁ କୌର ଭାବପ୍ରବଣ ହୋଇ ଉଠିଛନ୍ତି।

Navjot Singh Sidhu

Navjot Singh Sidhu

Advertisment

କ୍ରିକେଟରରୁ ରାଜନେତା ବନିଥିବା ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ଷ୍ଟେଜ ୨ କ୍ୟାନସର ରୋଗରେ ପୀଡ଼ିତ। ସେ ଏହି ଖବରକୁ ଟ୍ୱିଟ କରି ସମସ୍ତଙ୍କୁ ସୂଚନା ଦେଇଛନ୍ତି। ସେହିପରି ତାଙ୍କର ଏପରି ସମୟରେ ସିଦ୍ଧୁ ଜେଲରେ ଥିବାରୁ କୌର ଭାବପ୍ରବଣ ହୋଇ ଉଠିଛନ୍ତି। ସେ ଲେଖିଛନ୍ତି, “ସେ(ନବଜୋତ ସିଂହ ସିଦ୍ଧୁ) ଯେଉଁ ଅପରାଧ ପାଇଁ ଜେଲରେ ଅଛନ୍ତି, ସେ କେବେ ହେଲେ ସେଇଟା କରି ନଥିଲେ।

Advertisment

ଯେଉଁମାନେ ସବୁ ସାମିଲ ଅଛନ୍ତି ସମସ୍ତଙ୍କୁ କ୍ଷମା କରିଦିଅ। ତୁମକୁ ସବୁଦିନେ ବାହାରେ ରହି ତୁମଠାରୁ ଅଧିକ ଅପେକ୍ଷା କରିଛି। ସବୁବେଳେ ତୁମ ଯନ୍ତ୍ରଣା ଉଭୟ ହେଉଯାଉ ବୋଲି ଚାହୁଁଛି।”

ସେ ଆହୁରି କହିଛନ୍ତି, “ତୁମକୁ ଅପେକ୍ଷା କରିଛି। ତୁମକୁ ନ୍ୟାୟ ବାରମ୍ବାର ମିଳୁନାହିଁ। ସତ୍ୟ ବହୁତ ଶକ୍ତିଶାଳୀ। କିନ୍ତୁ ଏହା ତୁମର ପରୀକ୍ଷା ବାରମ୍ବାର ନେଉଛି। ଏଇଟା କଳିଯୁଗ। ତୁମକୁ ଆଉ ଅପେକ୍ଷା କରିପାରୁନି। କାରଣ ଏହା ଷ୍ଟେଜ ୨ କ୍ୟାନସର। ଆଜି ଛୁରୀ ତଳକୁ(ଅପରେସନ) ଯାଉଛି। କାହାର ବି ଦୋଷ ନାହିଁ। କାରଣ ଏହା ଭଗବାନ ଦେଉଥିବା ଯନ୍ତ୍ରଣା।”

Advertisment

ତାଙ୍କ ଟ୍ୱିଟ ଉପରେ ପ୍ରତିକ୍ରିୟା ଦେଇ କଂଗ୍ରେସର ପଞ୍ଜାବ ସଭାପତି ଅମରିନ୍ଦର ସିଂହ ରାଜା ଲେଖିଛନ୍ତି, “ମୁଁ ଦୁଃଖିତ ଯେ ଆପଣ ସର୍ଜରୀ କରିବାକୁ ଯାଉଛି। ଠିକଣା ସମୟରେ ଏହା ଚିହ୍ନଟ ହୋଇଛି। ଆପଣଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ୱେହଗୁରୁ ମେହର କରନା।”

ସିଦ୍ଧୁ ୩୪ ବର୍ଷ ପୁରୁଣା ମାମଲାରେ ୨୦୨୨ ମେ’ ମାସରୁ ପଟିଆଲା କେନ୍ଦ୍ରୀୟ ଜେଲରେ ରହିଛନ୍ତି। ଗୋଟିଏ ହିଟ ଆଣ୍ତ ରନ ମାମଲାରେ ସିଦ୍ଧୁ ଦୋଷୀ ସାବ୍ୟସ୍ତ ହୋଇ ବର୍ଷକ ପାଇଁ ଜେଲଦଣ୍ଡ ପାଇଛନ୍ତି।

Navjot Singh Sidhu Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe