Advertisment

୧୦ ମାସ ପରେ ଜେଲରୁ ମୁକୁଳିଲେ ସିଦ୍ଧୁ

ଆଜି ପଞ୍ଜାବର ପଟିଆଲା ଜେଲ୍‌ରୁ ସେ ମୁକୁଳିଛନ୍ତି।

author-image
Tapas Behera
Navjot Sidhu

Navjot Sidhu

ଅପେକ୍ଷାର ଅନ୍ତ ଘଟିଛି। ଜେଲର ରହିବାର ୧୦ ମାସ ପରେ ଜେଲରୁ ମୁକୁଳିଛନ୍ତି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ଆଜି ପଞ୍ଜାବର ପଟିଆଲା ଜେଲ୍‌ରୁ ସେ ମୁକୁଳିଛନ୍ତି। ରୋଡ ରେଜ ମାମଲାରେ ତାଙ୍କୁ ଏକ ବର୍ଷ ସଜା ହୋଇଥିଲା। ହେଲେ ଶନିବାର ୧ ବର୍ଷ ପୂରଣର ୪୮ ଦିନ ପୂର୍ବରୁ ସେ ମୁକୁଳି ଯାଇଛନ୍ତି। ଏହି ସମୟରେ ଜେଲ ବାହାରେ ସିଦ୍ଧୁଙ୍କ ପ୍ରଶଂସକଙ୍କର ଭିଡ ଲାଗିଥିଲା। ଢୋଲ ବଜାଇ ତାଙ୍କର ସ୍ୱାଗତ କରାଯାଇଥିଲା। ଜେଲ ବାହାରକୁ ଆସି ସିଦ୍ଧୁ କହିଥିଲେ ଏବେ ଲୋକତନ୍ତ୍ର ବୋଲି କିଛି ନାହିଁ। ପଞ୍ଜାବରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି। ପଞ୍ଜାବକୁ ଦୁର୍ବଳ କରିବାକୁ ଚେଷ୍ଟା କଲେ ଦୁର୍ବଳ ହୋଇଯିବ।ନୀଳ କୁର୍ତ୍ତା ଏବଂ ପଗଡି ପିନ୍ଧି ସିଦ୍ଧୁ ହାତରେ ଏକ ବହି ଧରି ଜେଲରୁ ବାହାରକୁ ଆସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ୫୯ ବର୍ଷୀୟ ପୂର୍ବତନ କ୍ରିକେଟରଙ୍କୁ ଜେଲ୍‌ରୁ ମୁକୁଳିବା ପରେ ସ୍ୱାଗତ ପାଇଁ ପଟିଆଲା ଜେଲ ବାହାରେ ଅନେକ କଂଗ୍ରେସ ନେତା ଓ ସମର୍ଥକଙ୍କ ଭିଡ଼ ଜମିଥିଲା। ଅନେକ ସ୍ଥାନରେ ନବଜୋତ ସିଦ୍ଧୁଙ୍କର ପୋଷ୍ଟର ଏବଂ ହୋର୍ଡିଂ ଲଗାଇ ତାଙ୍କର ସ୍ୱାଗତ କରିଛନ୍ତି।

Advertisment

ସୂଚନା ଅନୁଯାୟୀ, ୧୯୮୮ ମସିହାରେ ସିଦ୍ଧୁ ତାଙ୍କ ବନ୍ଧୁଙ୍କ ସହ ମିଶି ଜଣେ ବ୍ୟକ୍ତିଙ୍କୁ ମାରପିଟ୍ କରିଥିଲେ । ଏହାପରେ ବ୍ୟକ୍ତିଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ହେଲେ ପୋଷ୍ଟମର୍ଟମ ରିପୋର୍ଟ ମୁତାବକ ସେହି ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା ।ଏହି ମାମଲାରେ ସିଦ୍ଧୁଙ୍କୁ ତଳକୋର୍ଟ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲା । ହେଲେ ସମାନ ମାମଲାରେ ହାଇକୋର୍ଟ ସିଦ୍ଧୁଙ୍କୁ ୩ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲା । ଏହାପରେ ସିଦ୍ଧୁଙ୍କ ତରଫରୁ ହାଇକୋର୍ଟଙ୍କ ରାୟ ଉପରେ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା ।

ହେଲେ ୨୦୧୮ ମେ’୧୫ ତାରିଖରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବଦଳାଇ ଦେଇଥିଲେ । ଏହି ମାମଲାରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କ ଉପରେ ମାତ୍ର ୧ହଜାର ଟଙ୍କା ଜରିମାନା ଲଗାଇଥିଲେ ।ହେଲେ ମୃତକଙ୍କ ପରିବାର ଲୋକେ ୨୦୧୮ ମସିହାରେ ସୁପ୍ରିମକୋର୍ଟର ଏହି ରାୟ ଉପରେ ପୁଣିଥରେ ବିଚାର କରିବାକୁ ଆବେଦନ କରାଯାଇଥିଲା । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ୨୦୨୨ ମେ’୧୯ ତାରିଖରେ ସିଦ୍ଧୁଙ୍କୁ ୧ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲା ଏହା ପୂର୍ବରୁ ୨୦୧୮ ମସିହାରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଏହି ମାମଲାରେ ଦୋଷମୁକ୍ତ କରିଥିଲେ । କିନ୍ତୁ ମାମଲାର ପୁନର୍ବିଚାର ପାଇଁ ପୀଡ଼ିତ ବ୍ୟକ୍ତିର ପରିବାର ନିବେଦନ କରିଥିଲେ ।

Advertisment
India