Advertisment

ପୂର୍ବତନ ସାଂସଦଙ୍କୁ ଆକ୍ରମଣ ଉଦ୍ୟମ, ଫିଙ୍ଗିଲେ ଚୌକି

ମହାରାଷ୍ଟ୍ର ଅମରାବତୀରେ ବିଜେପିର ପୂର୍ବତନ ସାଂସଦ ନବନୀତ ରାଣାଙ୍କ ଏକ ପ୍ରଚାର ସଭା ବେଳେ ଜୋରଦାର ହଙ୍ଗାମା ହୋଇଛି।

Navneet Rana

Navneet Rana

Advertisment

ଆଉ ଦୁଇ ଦିନ ପରେ ପଡ଼ିବ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭୋଟ୍। ଏଥିପାଇଁ କମ୍ପୁଛି ପ୍ରଚାର ମୈଦାନ। ଘନ ଘନ ସଭା କରୁଛନ୍ତି ନେତା ମନ୍ତ୍ରୀ। ମୈଦାନରେ ହେଭିଓ୍ୱେଟ୍‌ ନେତାଙ୍କ ଚାଲିଛି ପ୍ରଚାର। ଏହାରି ଭିତରେ ଏକ ପ୍ରଚାର ସଭା ବେଳେ ପୂର୍ବତନ ସାଂସଦଙ୍କ ଉପରକୁ ଆକ୍ରମଣ ଉଦ୍ୟମ ହୋଇଛି। ସଭା ମଝିରେ ତାଙ୍କ ଉପରକୁ ଫିଙ୍ଗା ଯାଇଛି ଚୌକି। ମହାରାଷ୍ଟ୍ର ଅମରାବତୀରେ ବିଜେପିର ପୂର୍ବତନ ସାଂସଦ ନବନୀତ ରାଣାଙ୍କ ଏକ ପ୍ରଚାର ସଭାରେ ଶନିବାର ଏଭଳି କିଛି ହଙ୍ଗାମା ହୋଇଛି।

Advertisment
Chair Thrownଘଟଣା ବେଳର ଦୃଶ୍ୟ

ପ୍ରକୃତରେ ଶନିବାର ଅମରାବତୀରେ ଜିଲ୍ଲାର ଦରିଆପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖାଲାର ଗ୍ରାମରେ ନିର୍ବାଚନ ପ୍ରଚାର ରାଲି କରିଥିଲେ ବିଜେପି ନେତ୍ରୀ ନବନୀତ ରାଣା। ଯୁବ ସ୍ୱାଭିମାନ ପାର୍ଟିର ପ୍ରାର୍ଥୀ ରମେଶ ବୁନ୍ଦିଲେଙ୍କ ସମର୍ଥନରେ ଏହି ସଭା ଆୟୋଜିତ ହୋଇଥିଲା। ଏହି ସଭାରେ ପ୍ରବଳ ଭିଡ଼ ଜମିଥିଲା। ଲୋକମାନେ ବସିବା ପାଇଁ ଅଣାଯାଇଥିବା ଚୌକିକୁ ପରସ୍ପରକୁ ଫିଙ୍ଗିଥିଲେ। ଏପରିକି ନବନୀତ ରାଣାଙ୍କ ଉପରକୁ ମଧ୍ୟ ଚୌକି ଫିଙ୍ଗା ଯାଇଥିଲା। ତେବେ ସେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।

ସ୍ଥିତି ବିଗିଡିବା ପରେ ପୂର୍ବତନ ସାଂସଦ ନବନୀତ ରାଣା ଖଲ୍ଲାର ପୁଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିଥିଲେ। ସଭାରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ। ନବନୀତ୍ ରାଣା କହିଛନ୍ତି ଯେ ଯଦି ଆକ୍ରମଣକାରୀଙ୍କୁ ଗିରଫ କରାନଯାଏ ତେବେ ସମଗ୍ର ହିନ୍ଦୁ ସମ୍ପ୍ରଦାୟ ରାସ୍ତାକୁ ଓହ୍ଲାଇବ। ସେପଟେ ପୁଲିସ ଅଭିଯୋଗକୁ ଆଧାର କରି ଖଲ୍ଲାର ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏଥିସହ ଖଲ୍ଲାର ଗ୍ରାମରେ ବହୁ ସଂଖ୍ୟକ ପୁଲିସ ମୁତୟନ କରାଯାଇଛି।

Advertisment

କହିରଖୁ ଯେ, ଗତ ମାସ ଅକ୍ଟୋବରରେ ପୂର୍ବତନ ସାଂସଦ ନବନୀତ ରାଣାଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା ଏବଂ ୧୦ କୋଟି ଟଙ୍କା ଦାବି କରାଯାଇଥିଲା। ନବନୀତ ରାଣାଙ୍କ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆମୀର ନାମକ ଜଣେ ବ୍ୟକ୍ତି ଅମରାବତୀର ପୂର୍ବତନ ସାଂସଦଙ୍କୁ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଏକ ଚିଠି ପଠାଇ ଟଙ୍କା ମାଗିଥିଲା।

Navneet Rana Amaravati Maharashtra Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe