Advertisment

ଓଓ୍ୱେସୀ ବ୍ରଦର୍ସଙ୍କୁ ଖୋଲାଖୋଲି ଧମକ ଦେଲେ ବିଜେପି ନେତା, କାର୍ଯ୍ୟାନୁଷ୍ଠାନ ଦାବି

AIMIM ନେତା ଓ୍ୱାରିସ ପଠାନ ନବନୀତ ରାଣାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ନିର୍ବାଚନ କମିଶନଙ୍କୁ ଦାବି କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Navneet Rana

Navneet Rana

ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଜୋରସୋର୍‌ରେ ଚାଲିଛି ପ୍ରଚାର। ପ୍ରଚାର ମୈଦାନକୁ ମାଳମାଳ ହେଭିଓ୍ୱେଟ୍‌ ନେତା ଓହ୍ଲାଇ ଘନ ଘନ ରୋଡ୍‌ ଶୋକ କରୁଛନ୍ତି। ଏହି ସମୟରେ ନେତାଙ୍କ ବିବାଦୀୟ ବୟାନ ଓ ହେଟ୍‌ ସ୍ପିଚ୍‌ ମାମଲା ସାମ୍ନାକୁ ଆସିଛି। ପ୍ରକୃତରେ ମହାରାଷ୍ଟ୍ରର ଅମରାବତୀ ସାଂସଦ ନବନୀତ ରାଣା ହାଇଦ୍ରାବାର ବିଜେପି ପ୍ରାର୍ଥୀ ମାଧବୀ ଲତାଙ୍କ ସମର୍ଥନରେ ପ୍ରଚାର କରିଥିଲେ। ଏହି ସମୟରେ ସେ ଓଓ୍ୱେସୀ ବ୍ରଦର୍ସଙ୍କୁ ଖୋଲାଖୋଲି ଧମକ ଦେଇ ବିବାଦ ଘେରକୁ ଟାଣି ହୋଇଛନ୍ତି।

Advertisment

ପ୍ରକୃତରେ ବିଜେପି ସାଂସଦ ନବନୀତ ରାଣା ତେଲେଙ୍ଗାନାରେ ଏକ ଜନସଭାକୁ ସମ୍ବୋଧିତ କରି ଓଓ୍ୱେସୀ ବ୍ରଦର୍ସଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ‘ଛୋଟେ(ଅକବରଦୁଦ୍ଦିନ ଓଓ୍ୱେସୀ) କହିଥିଲେ ଯେ ୧୫ ମିନିଟ ପାଇଁ ପୁଲିସକୁ ହଟାନ୍ତୁ, ତା’ହେଲେ ଆମେ କ'ଣ କରିପାରିବୁ ତାହା ଦେଖାଇବୁ। ମୁଁ ଛୋଟେ(ସାନ)ଙ୍କୁ କହିବାକୁ ଚାହିଁବି ତୁମକୁ ୧୫ ମିନିଟ ଲାଗିବ। ହେଲେ ଆମକୁ କେବଳ ୧୫ ସେକେଣ୍ଡ ଲାଗିବ। ଯଦି ପୁଲିସକୁ ୧୫ ସେକେଣ୍ଡ ପାଇଁ ହଟାଇ ଦିଆଯାଏ ତେବେ ସାନ (ଅକବରଦୁଦ୍ଦିନ ଓଓ୍ୱେସୀ) ଏବଂ ବଡ଼ (ଆସଦଦୁଦ୍ଦିନ ଓଓ୍ୱେସୀ) ଜାଣିପାରିବେ ନାହିଁ ଯେ ସେମାନେ କେଉଁଠାରୁ ଆସିଛନ୍ତି ଏବଂ କେଉଁଠାକୁ ଯିବେ।’

ନବନୀତ ରାଣାଙ୍କ ଏହି ବୟାନକୁ ନେଇ ବିବାଦ ଉପୁଜିଛି। ତାଙ୍କର ଏହି ବୟାନକୁ ନେଇ ଏଆଇଏମ୍‌ଆଇଏମ୍‌ ନେତା ଅସଦଦ୍ଦୁନି ଓଓ୍ୱେସୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଁ କହିବାକୁ ଚାହୁଁଛି ଆପଣ ୧୫ ସେକେଣ୍ଡ ବଦଳରେ ଏକ ଘଣ୍ଟା ସମୟ ନିଅନ୍ତୁ।  ପ୍ରଧାନମନ୍ତ୍ରୀଙ୍କ ପାଖରେ ଏହି ଅଧିକାର ଅଛି। ଆମେ ପ୍ରସ୍ତୁତ, ଆମେ ଭୟ କରୁନାହୁଁ। ଆପଣଙ୍କ ଭିତରେ ମାନବିକତା କେତେ ବାକି ଅଛି ତାହା ଦେଖିବାକୁ ଚାହୁଁ, ଆମକୁ କୁହ କେଉଁଠିକୁ ଆସିବୁ, ଆମେ ପ୍ରସ୍ତୁତ ଅଛୁ।

Advertisment

ଅନ୍ୟପଟେ AIMIM ନେତା ଓ୍ୱାରିସ ପଠାନ ନବନୀତ ରାଣାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ନିର୍ବାଚନ କମିଶନଙ୍କୁ ଦାବି କରିଛନ୍ତି। ସେ କହିଛନ୍ତି, ୧୫ ସେକେଣ୍ଡ ପାଇଁ ପୁଲିସକୁ ହଟାଇ କ'ଣ କରିବେ, ସମସ୍ତ ମୁସଲମାନଙ୍କୁ ମାରି ଦେବ କି? ପୁଲିସ ପ୍ରଶାସନ କ'ଣ କରୁଛି? କାହିଁକି ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନହିଁ। ନିର୍ବାଚନ କମିଶନ କ’ଣ କରୁଛନ୍ତି? ନିର୍ବାଚନ ଆୟୋଗ ଏହି ବୟାନ ଉପରେ ରାଣାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

ଯଦି ୱାରିସ୍ ପଠାନ୍ ଏହି କଥା କହିଥାନ୍ତେ, ତେବେ ବର୍ତ୍ତମାନ ସୁଦ୍ଧା ଆକାଶ ଛିଣ୍ଡି ପଡିଥାନ୍ତା। ମୋ ବିରୁଦ୍ଧରେ ଏଫ୍ଆଇଆର୍ ରୁଜୁ କରି ମୋତେ ଜେଲ୍‌କୁ ପଠାଇ ସାରିଥାନ୍ତେ। ବର୍ତ୍ତମାନ କାହିଁକି ସମସ୍ତେ ଚୁପ୍ ଅଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ପ୍ରକୃତରେ ୨୦୧୨ରେ ଆସଦଦୁଦ୍ଦିନ ଓଓ୍ୱେସୀଙ୍କ ସାନ ଭାଇ ଅକବରଦୁଦ୍ଦିନ ଓଓ୍ୱେସୀ ଏକ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ ଯେ ୧୫ ମିନିଟ ପାଇଁ ପୁଲିସକୁ ହଟାନ୍ତୁ। କାହାର ଶକ୍ତି କେତେ ତାହା ଆମେ ଦେଖାଇଦେବୁ। ତେବେ ଏହି ମାମଲାରେ ପୁଲିସ ତାଙ୍କୁ ଗିରଫ କରିଥିଲା। ପରେ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅକବରଦୁଦ୍ଦିନଙ୍କ ଏହି ପୁରୁଣା ବିବାଦୀୟ ବୟାନକୁ ନେଇ ନବନୀତ ଓଓ୍ୱେସୀ ବ୍ରଦର୍ସଙ୍କୁ ଟାର୍ଗେଟ୍‌ କରିଛନ୍ତି।

Asaduddin Owaisi AkbarUddin Owaisi Loksabha Election 2024 Navneet Rana