Ship
ପାକିସ୍ତାନ ନାବିକଙ୍କୁ ସାହାଯ୍ୟର ହାତ ବଢାଇଲା ଭାରତୀୟ ନୌସେନା। ସୋମାଲିଆ ଉପକୂଳରୁ ଅପହୃତ ପାକିସ୍ତାନର ୧୯ ଜଣ ନାବିକଙ୍କ ସୁରକ୍ଷିତ ଉଦ୍ଧାର କରିଛି। ଭାରତୀୟ ଯୁଦ୍ଧ ଜାହାଜ INS ସୁମିତ୍ରା ଏହି ସାହସିକତା ଦେଖାଇଛି।
୩୬ ଘଣ୍ଟା ମଧ୍ୟରେ ଭାରତୀୟ ଯୁଦ୍ଧ ଜାହାଜ ହାଇଜ୍ୟାକ୍ ହୋଇଥିବା ଦୁଇଟି ଜାହାଜକୁ ଉଦ୍ଧାର କରିଥିବା ନେଇ ଭାରତୀୟ ନୌସେନା କହିଛି।
ସୋମବାର ସୋମାଲିଆ ଉପକୂଳରେ ଇରାନର ପତାକା ଲାଗିଥିବା ଏକ ମତ୍ସ୍ୟଜୀବୀ ଜାହାଜ FV Al ନୀମିରେ ଥିବା ୧୧ ଜଣ ସଶସ୍ତ୍ର ବାହିନୀ ଆମେରିକାର ମସ୍ୟଜୀବୀ ଜାହାଜକୁ ହାଇଜ୍ୟାକ କରିନେଇଥିଲେ। ଏଥିରେ ୧୯ ଜଣ ପାକିସ୍ତାନ କ୍ରୁ ସଦସ୍ୟ ଥିଲେ। ଭାରତୀୟ ଯୁଦ୍ଧ ଜାହାଜ INS ସୁମିତ୍ରା ନୌସୈନିକ ସେମାନଙ୍କୁ ଅଟକାଇ ପାକିସ୍ତାନ ବନ୍ଧକଙ୍କୁ ମୁକ୍ତ କରିବାକୁ ବାଧ୍ୟ କରିଥିଲା।
#INSSumitra Carries out 2nd Successful #AntiPiracy Ops – Rescuing 19 Crew members & Vessel from Somali Pirates.
Having thwarted the Piracy attempt on FV Iman, the warship has carried out another successful anti-piracy ops off the East Coast of Somalia, rescuing Fishing Vessel Al… https://t.co/QZz9bCihaUpic.twitter.com/6AonHw51KX— SpokespersonNavy (@indiannavy) January 30, 2024
ଏହାପରେ ପାକିସ୍ତାନର ୧୯ ଜଣ କ୍ରୁ ସଦସ୍ୟ ସୁରକ୍ଷିତ ମୁକ୍ତ ହୋଇଥିଲେ। ନିକଟରେ ବ୍ରିଟିଶର ଜାହାଜକୁ ମଧ୍ୟ ରକ୍ଷା କରିଥିଲା ଭାରତୀୟ ନୌସେନା।
ଜାନୁଆରୀ ୨୬ରେ ୟେମନର ଇରାନ ସମର୍ଥିତ ହାଉତିମାନେ ଗଫ୍ ଅଫ୍ ଆଡେନରେ ବ୍ରିଟିଶ ଜାହାଜ ଉପରକୁ ମିସାଇଲ ମାଡ଼ କରିଥିଲେ। ମିସାଇଲ ମାଡ଼ ପରେ ଜାହାଜରେ ନିଆଁ ଲାଗିଯାଇଥିଲା। ଏଥିରେ ଭାରତର ୨୨ ଜଣ ସଦସ୍ୟଙ୍କ ସମେତ ଜଣେ ବାଂଲାଦେଶ ନାଗରିକ ଥିଲେ। ଭାରତୀୟ ନୌସେନାର ଯୁଦ୍ଧ ଜାହାଜ INS ବିଶାଖାପାଟନମ ସୈନ୍ୟମାନେ ଗଭୂର ସମୁଦ୍ରରେ ପହଞ୍ଚି ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
