Advertisment

ଗୁଜରାଟରେ ଲାଗିଲା ପାକିସ୍ତାନ ଜାହାଜ; ବାହାରିଲା ୨ ହଜାର କୋଟି ଟଙ୍କାର ନିଶାଦ୍ରବ୍ୟ

ଗୁଜରାଟ ଉପକୂଳରେ ଜାହାଜ ଲାଗିଥିବା ବେଳେ ସେଥିରୁ ବାହାରିଲା ପୁଳା ପୁଳା ନିଶାଦ୍ରବ୍ୟ। ଜବତ ନିଶାଦ୍ରବ୍ୟର ପରିମାଣ ୩,୩୦୦ କେଜି ହୋଇଥିବା ବେଳେ ଏହାର ଆନ୍ତର୍ଜାତୀୟ ମୂଲ୍ୟ ୨ ହଜାର କୋଟିରୁ ଅଧିକ ହେବ ବୋଲି ଜଣାଯାଇଛି।

author-image
Niharika Rout
largest-drug-bust-near-gujarat-port-

largest-drug-bust-near-gujarat-port-

ପାକିସ୍ତାନରୁ ଭାରତରକୁ ଚାଲାଣ ହେଉଥିଲା ନିଶାଦ୍ରବ୍ୟ। ଏଥିପାଇଁ ପ୍ରସ୍ତତ ହୋଇଥିଲା ବ୍ଲୁ- ପ୍ରିଣ୍ଟ । ଗୁଜରାଟ ଉପକୂଳରେ ଜାହାଜ ଲାଗିଥିବା ବେଳେ ସେଥିରୁ ବାହାରିଲା ପୁଳା ପୁଳା ନିଶାଦ୍ରବ୍ୟ। ଜବତ ନିଶାଦ୍ରବ୍ୟର ପରିମାଣ ୩,୩୦୦ କେଜି ହୋଇଥିବା ବେଳେ ଏହାର ଆନ୍ତର୍ଜାତୀୟ ମୂଲ୍ୟ ୨ ହଜାର କୋଟିରୁ ଅଧିକ ହେବ ବୋଲି ଜଣାଯାଇଛି। ସମଗ୍ର ଭାରତରେ ଏକକାଳୀନ ଏତେ ପରିମାଣର ନିଶାଦ୍ରବ୍ୟ ମିଳିବାର ଏହା ପ୍ରଥମ ଘଟଣା ବୋଲି ଜଣାଯାଇଛି।

Advertisment

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ NCB ଅଧିକାରୀ, ଭାରତୀୟ ନୌସେନା ଟିମ୍‌ ଓ ଗୁଜରାଟ୍‌ର ଆଣ୍ଟି-ଟେରରିଜିମ ସ୍କ୍ୱାର୍ଡ ଗୁଜରାଟ ଉପକୂଳରେ ଦୁଇ ଦିନ ହେବ ଡେରା ପକାଇଥିଲେ। ସେମାନେ ତନ ତନ କରି କୂଳରେ ଲାଗୁଥିବା ସମସ୍ତ ଜାହାଜକୁ ଯାଞ୍ଚ କରୁଥିଲେ। ଏହାପରେ ପାକିସ୍ତାନରୁ ଆସିଥିବା ବୋଟ୍‌ଟି ଗୁଜରାଟ ଉପକୂଳରେ ପହଞ୍ଚିବା ପରେ ତାହାକୁ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା। ଏହାପରେ ଜାହାଜରୁ ଯାହା ବାହାରିଲା ତାକୁ ଦେଖି ତଦନ୍ତକାରୀ ଅଧିକାରୀଙ୍କ ଆଖି ଖୋସି ହୋଇ ଯାଇଥିଲା।

ଉକ୍ତ ଜାହାଜରୁ ଗଞ୍ଜେଇ ସମେତ ଆହୁରି ବହୁ ଭିନ୍ନ ଭିନ୍ନ ନିଶାଦ୍ରବ୍ୟ ବହୁ ପରିମାଣରେ ଜବତ ହୋଇଛି। ଏହି ସବୁ ନିଶାଦ୍ରବ୍ୟ ପ୍ୟାକେଟ ଉପରେ "Produce of Pakistan” ବୋଲି ଲେଖାଯାଇଛି। ସଙ୍ଗେସଙ୍ଗେ ତଦନ୍ତକାରୀ ଟିମ୍‌ ବୋଟ୍‌କୁ ସିଜ୍‌ କରିବା ସହ କ୍ରିଉ ସଦସ୍ୟଙ୍କ ସହ ଗୁଜରାଟର ପୋରବନ୍ଦରକୁ ନେଇ ଯାଇଥିବା ଜଣାଯାଇଛି। ସେଠାରେ ସେମାନଙ୍କୁ ଅଧିକ ପଚରାଉଚରା କରାଯାଉଥିବା ଜଣାଯାଇଛି।

Advertisment

ଏପରି ଏକ ବଡ଼ ଧରଣର ନିଶାଦ୍ରବ୍ୟ ଜବତ ପରେ ଗୃହ ମନ୍ତ୍ରୀ ଅମିତ ଶାହ ତଦନ୍ତକାରୀ ଟିମ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ନିଶାମୁକ୍ତ ଭାରତ ପାଇଁ ମୋଦିଙ୍କ ସ୍ୱପ୍ନକୁ ବାସ୍ତବରେ ପରିଣତ କରିବାରେ ଏହା ସହାୟକ ହେବ ବୋଲି କହିଛନ୍ତି।

Drugs Smuggling Gujrat