Advertisment

ନକ୍ସଲଙ୍କ ସହ ଏନ୍‌କାଉଣ୍ଟର, ଜଣେ ଯବାନ ସହିଦ

ସେହିପରି ନକ୍ସଲ ଗୁଳିରେ ଅନ୍ୟ ଜଣେ କନଷ୍ଟେବଳ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ହେଲିକପ୍ଟର ଯୋଗେ ରାୟପୁର ହସ୍ପିଟାଲକୁ ଏୟାଲିଫ୍ଟ କରାଯାଇଛି।

Naxal Encounter

Naxal Encounter

Advertisment

ଛତିଶଗଡ଼ର ସୁକ୍‌ମାରେ ଏନ୍‌କାଉଣ୍ଟର। ନକ୍ସଲଙ୍କ ସହ ସିଆର୍‌ପିଏଫ୍‌ ଯବାନ ମୁହାଁମୁହିଁ ହୋଇଛନ୍ତି। ଆଜି ସକାଳୁ ସିଆର୍‌ପିଏଫ୍ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୧୬୫ ବଟାଲିଅନର ଜଣେ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଛନ୍ତି। ସେହିପରି ନକ୍ସଲ ଗୁଳିରେ ଅନ୍ୟ ଜଣେ କନଷ୍ଟେବଳ ଗୁରୁତର ହୋଇଛନ୍ତି।

Advertisment

ମିଳିଥିବା ସୂଚନା ମୁତାବକ, ଆଜି ସକାଳ ୭ଟାରେ ଜଗରଗୁଣ୍ଡା ପୁଲିସ ଷ୍ଟେସନର ବେଦରେ କ୍ୟାମ୍ପରୁ ୧୬୫ ବଟାଲିଅନ୍‌ର ସିଆର୍‌ପିଏଫ୍‌ ଯବାନମାନେ ସର୍ଚ୍ଚ ଅପରେସନ୍‌ ପାଇଁ ବାହାରିଥିଲେ। ଏହି ସମୟରେ ସିଆର୍‌ପିଏଫ୍ ଟିମ୍‌ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ। ଏଥିରେ ସବ ଇନ୍ସପେକ୍ଟର ସୁଧାକର ରେଡ୍ଡୀ ଶହୀଦ ହୋଇଛନ୍ତି। ସେହିପରି କନଷ୍ଟେବଳ ରାମୁ ନକ୍ସଲ ଗୁଳିରେ ଆହତ ହୋଇଛନ୍ତି। ଆହତ ସୈନିକଙ୍କୁ ପ୍ରାଥମିକ ଚିକିତ୍ସା ପରେ ହେଲିକପ୍ଟର ଯୋଗେ ରାୟପୁର ହସ୍ପିଟାଲକୁ ଏୟାଲିଫ୍ଟ କରାଯାଇଛି।

ସେପଟେ ଏହି ମାମଲାରେ ୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ସିଆର୍‌ପିଏଫ୍, କୋବ୍ରା ଓ ଜିଲ୍ଲା ପୁଲିସ ଫୋର୍ସ ଦ୍ୱାରା ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

Advertisment

ସେପଟେ ଏହି ଘଟଣାକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ବୈଷ୍ଣୋଦେବ ସାଏ ସହିଦ ସବ୍‌ ଇନ୍‌ସପେକ୍ଟର ସୁଧାକର ରେଡ୍ଡୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏହି ଘଟଣାରେ ଆହତ ଯବାନ ରାମୁଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Chhattisgarh Naxal Attack CRPF
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe