Advertisment

ନକ୍ସଲଙ୍କ ହାତରେ ଡ୍ରୋନ, ସୁରକ୍ଷାକର୍ମୀଙ୍କ ଉପରେ ରଖୁଛନ୍ତି ନଜର

ଛତିଶଗଡ଼ର ବସ୍ତରରେ ସକ୍ରିୟ ଥିବା ନକ୍ସଲ ସଂଗଠନ ପାଖରେ ୧୦ରୁ ଅଧିକ ଡ୍ରୋନ ଥିବା ସୂଚନା ମିଳିଛି।

Drone

Drone

Advertisment

ନକ୍ସଲମାନେ ଡ୍ରୋନ ଉଡ଼ାଇ ସୁରକ୍ଷାକର୍ମୀଙ୍କ ଉପରେ ରଖୁଛନ୍ତି ନଜର। ଛତିଶଗଡ଼ ଓ ତେଲେଙ୍ଗାନାର ନକ୍ସଲ ମାନେ ଡ୍ରୋନ ମାଧ୍ୟମରେ ଯବାନ ଓ ସେମାନଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତରରେ ସକ୍ରିୟ ଥିବା ନକ୍ସଲ ସଂଗଠନ ପାଖରେ ୧୦ରୁ ଅଧିକ ଡ୍ରୋନ ଥିବା ସୂଚନା ମିଳିଛି। ସିଆରପିଏଫ୍ ଯବାନ ଅପରେସନ୍ ପାଇଁ ଯାଇଥିବା ବେଳେ ସୁକମା, ବିଜାପୁର ଓ ନାରାୟଣପୁରରେ ଡ୍ରୋନ୍ ଦେଖିବାକୁ ପାଇଥିଲେ।

Advertisment

ତେଲେଙ୍ଗାନାର ଚେର୍ଲା ନିକଟରେ ମାଓବାଦୀ ନାଗେଶ୍ୱରା ରାଓ, ମଲ୍ଲିକାର୍ଜୁନା ରାଓ ଏବଂ ପଙ୍ଗୁଲୁ ଉମାଶଙ୍କରଙ୍କୁ ପୁଲିସ ଗିରଫ କରିବା ପରେ ଡ୍ରୋନ ସଂପର୍କିତ ସତ୍ୟତା ପଦାକୁ ଆସିଛି। ସେମାନଙ୍କଠାରୁ ଗୋଟିଏ ଡ୍ରୋନ୍ ଜବତ କରାଯାଇଥିଲା। ତେଣୁ ନକ୍ସଲମାନେ ଡ୍ରୋନ୍ ବ୍ୟବହାର କରଥିବା ସ୍ପଷ୍ଟ ହୋଇଛି। ଆଉ ଏହା ଚିନ୍ତାଜନକ ବିଷୟ ହୋଇଛି। 

Naxal Naxal Activities
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe