/odisha-reporter/media/post_attachments/uploadimage/library/16_9/16_9_0/IMAGE_1699107966.jpg)
Ratan Dubey
ଛତିଶଗଡ଼ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍କୁ ଆଉ ତିନି ଦିନ ବାକି ଥିବା ବେଳେ ଆଜି ଜଣେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି ନକ୍ସଲ। ମୃତ ବିଜେପି ନେତାଙ୍କ ନାଁ ରତନ ଦୁବେ। ସେ ବିଜେପିର ନାରାୟଣପୁର ଜିଲ୍ଲା ଶାଖାର ଉପ-ସଭାପତି ଥିଲେ।
Advertisment
ରତନ ଦୁବେ ନାରାୟଣପୁର ଜିଲ୍ଲାର କୌଶଲନାର ଅଞ୍ଚଳକୁ ନିର୍ବାଚନ ପ୍ରଚାର କରିବାକୁ ଯାଇଥିବା ବେଳେ ତାଙ୍କୁ ନକ୍ସଳମାନେ ହତ୍ୟା କରିଥିଲେ ବୋଲି ଜଣାପଡ଼ିଛି। ପୁଲିସ୍ର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନଭେମ୍ବର ୭ ତାରିଖରେ ଭୋଟ୍ ଗ୍ରହଣ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନଭେମ୍ବର ୧୭ ତାରିଖରେ ଭୋଟ୍ ଗ୍ରହଣ ହେବ।
Advertisment
ଯେଉଁ ୨୦ଟି ବିଧାନସଭା ଆସନ ପାଇଁ ନଭେମ୍ବର ୭ ତାରିଖରେ ଭୋଟ୍ ଗ୍ରହଣ କରାଯିବ, ତା’ ଭିତରେ ନାରାୟଣପୁର ମଧ୍ୟ ରହିଛି। ଛତିଶଗଡ଼ ବିଧାନସଭାରେ ୯୦ଟି ଆସନ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
