Advertisment

ଛତିଶଗଡ଼ ବିଧାନସଭା ନିର୍ବାଚନ: ଭୋଟ୍‌ର ତିନି ଦିନ ପୂର୍ବରୁ ବିଜେପି ନେତାଙ୍କୁ ହତ୍ୟା କଲେ ନକ୍ସଲ

ନିର୍ବାଚନ ପ୍ରଚାର କରିବାକୁ ଯାଇଥିବା ବେଳେ ନକ୍ସଲମାନେ ଏହି ବିଜେପି ନେତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।

Ratan Dubey

Ratan Dubey

Advertisment

ଛତିଶଗଡ଼ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌କୁ ଆଉ ତିନି ଦିନ ବାକି ଥିବା ବେଳେ ଆଜି ଜଣେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି ନକ୍ସଲ। ମୃତ ବିଜେପି ନେତାଙ୍କ ନାଁ ରତନ ଦୁବେ। ସେ ବିଜେପିର ନାରାୟଣପୁର ଜିଲ୍ଲା ଶାଖାର ଉପ-ସଭାପତି ଥିଲେ।

Advertisment

ରତନ ଦୁବେ ନାରାୟଣପୁର ଜିଲ୍ଲାର କୌଶଲନାର ଅଞ୍ଚଳକୁ ନିର୍ବାଚନ ପ୍ରଚାର କରିବାକୁ ଯାଇଥିବା ବେଳେ ତାଙ୍କୁ ନକ୍ସଳମାନେ ହତ୍ୟା କରିଥିଲେ ବୋଲି ଜଣାପଡ଼ିଛି। ପୁଲିସ୍‌ର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନଭେମ୍ବର ୭ ତାରିଖରେ ଭୋଟ୍ ଗ୍ରହଣ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନଭେମ୍ବର ୧୭ ତାରିଖରେ ଭୋଟ୍ ଗ୍ରହଣ ହେବ।

Advertisment

ଯେଉଁ ୨୦ଟି ବିଧାନସଭା ଆସନ ପାଇଁ ନଭେମ୍ବର ୭ ତାରିଖରେ ଭୋଟ୍ ଗ୍ରହଣ କରାଯିବ, ତା’ ଭିତରେ ନାରାୟଣପୁର ମଧ୍ୟ ରହିଛି। ଛତିଶଗଡ଼ ବିଧାନସଭାରେ ୯୦ଟି ଆସନ ରହିଛି।

Bjp Naxal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe