Advertisment

ପୁଲିସ କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ, ପାଲଟା ଜବାବ ଦେଲେ ଯବାନ

ଛତିଶଗଡ଼ ବିଜାପୁର ଜିଲ୍ଲାର ପାମେଡ ଥାନା ନକ୍ସଲ ପ୍ରବଣ ଜିଡପାଲୀ ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି।

author-image
Madhupriya Mistry
Naxal Attack

Naxal Attack

ନୂତନ ପୁଲିସ କ୍ୟାମ୍ପ ଉପରେ ନକ୍ସଲଙ୍କ ଅତର୍କିତ ଆକ୍ରମଣ। ରକେଟ୍‌ ଲଞ୍ଚରରେ ପାଲଟା ଜବାବ ଦେଲେ ଯବାନ। ଛତିଶଗଡ଼ ବିଜାପୁର ଜିଲ୍ଲାର ପାମେଡ ଥାନା ନକ୍ସଲ ପ୍ରବଣ ଜିଡପାଲୀ ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି।

Advertisment

ସୂଚନା ମୁତାବକ, ବିଜାପୁର ଜିଲ୍ଲାର ଜିଡପାଲୀ ଗାଁରେ ଦୁଇ ଦିନ ତଳେ ନୂତନ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ହୋଇଥିଲା। ତେବେ ଗତକାଲି ରାତି ପ୍ରାୟ ସାଢେ ୮ଟା ବେଳେ ନକ୍ସଲମାନେ ପୁଲିସକୁ ଟାର୍ଗେଟ୍‌ କରି ଉକ୍ତ କ୍ୟାମ୍ପ ଉପରେ ଅତର୍କିତ ଗୁଳିବର୍ଷା କରିଥିଲେ। ନକ୍ସଲମାନେ ବ୍ୟାରେଲ ଗ୍ରେନେଡ ଲଞ୍ଚର (BGL) ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ର ଜାରି ଚାରି ଘଣ୍ଟା ଧରି କ୍ୟାମ୍ପ ଉପରେ ଗୁଳି ମାଡ଼ କରିଥିଲେ।

ତେବେ ଯବାନମାନେ ନକ୍ସନମାନଙ୍କୁ ଏହାର ପାଲଟା ଜବାବ ଦେଇଥିଲେ। ନକ୍ସଲଙ୍କ ଉପରେ ରକେଟ୍‌ ଲଞ୍ଚର ଜରିଆରେ ହମ୍‌ଲା କରିଥିଲେ ଯବାନ। ଏହାପରେ ସେମାନେ ଛତ୍ରଭଙ୍ଗ ଦେଇଥିଲେ। ଏହି ଆକ୍ରମଣରେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ଜାରି ରହିଛି।

Advertisment
Chhattisgarh Naxal Attack