representational image
ସୁରକ୍ଷାକର୍ମୀଙ୍କ ମାଡ଼ରେ ଦୋହଲି ଯାଇଥିବା ନକ୍ସଲ ସଂଗଠନ ଏବେ ପୁଣି ନିଜର ଦବଦବା ଦେଖାଇବାକୁ ଚେଷ୍ଟା କରିଛନ୍ତି। ଏହିକ୍ରମରେ ମାଓବାଦୀମାନେ ଛତିଶଗଡ଼(Chhatisgarh)ର ବିଜାପୁରରେ ଜଣେ ବିଜେପି କର୍ମୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି।
ସୋମବାର ରାତିରେ ବିଜେପି(Bjp) କର୍ମୀ ସତ୍ୟମ ପୁନେମଙ୍କୁ ନକ୍ସଲମାନେ ତାଙ୍କୁ ତଣ୍ଟି ଚିପି ମାରି ଦେଇଛନ୍ତି। ପୁଲିସ୍ର ସୂଚନାଦାତା ଭାବେ ସତ୍ୟମ କାମ କରୁଥିବା ଆଶଙ୍କା କରି ନକ୍ସଲମାନେ ଏପରି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ସତ୍ୟମଙ୍କୁ ହତ୍ୟା କରିବା ପରେ ସ୍ଥାନୀୟ ଲୋକଙ୍କୁ ପୁଲିସ୍ ଠାରୁ ଦୂରେଇ ରହିବାକୁ ଚେତାବନୀ ଦେଇଛନ୍ତି।
ସତ୍ୟମ ପୁନେମ କିଏ?
ଇଲିମିଡି ପୁଲିସ ଷ୍ଟେସନ ଅନ୍ତର୍ଗତ ମୁଜାଲକାଙ୍କେର ଗାଁର ବାସିନ୍ଦା ହେଉଛନ୍ତି ସତ୍ୟମ। ସେ ବିଜେପି ସହ ଜଡ଼ିତ ଓ ସ୍ଥାନୀୟ କର୍ମୀ ଭାବେ ସେ ଦୀର୍ଘ ସମୟ ହେଲା କାମ କରି ଆସୁଥିଲେ। ନିଜ ଅଞ୍ଚଳରେ ସେ ବେଶ ସକ୍ରିୟ ରହିବା ସହ ଲୋକଙ୍କ ସହ ସବୁବେଳେ ମିଳାମିଶା କରୁଥିଲେ।
ନିଜର ରାଜନୀତିକ ଉପସ୍ଥିତିକୁ ସେ ଦୃଢ଼ କରୁଥିବା ବେଳେ ନକ୍ସଲମାନେ ତାଙ୍କୁ ପୁଲିସ ଇନଫିର୍ମର ସନ୍ଦେହ କରୁଥିଲେ। ଏହାର ବଦଲା ନେବାକୁ ସେମାନେ ସୁଯୋଗ ଅପେକ୍ଷାରେ ରହିଥିଲେ।
ସତ୍ୟମ ପୁନେମଙ୍କ ସହ କ’ଣ ଘଟିଥିଲା?
ଅକ୍ଟୋବର ୧୩ ତାରିଖରେ ସତ୍ୟମଙ୍କୁ ମୁଜାଲକାଙ୍କେର ଗାଁରେ ନକ୍ସଲମାନେ ତଣ୍ଟି ଚିପି ହତ୍ୟା କରିଛନ୍ତି। ତାଙ୍କ ମୃତଦେହ ନିକଟରୁ ଗୋଟିଏ ହାତ ଲେଖା ଚିଠି ମିଳିଛି। ଏଥିରେ ସତ୍ୟମଙ୍କୁ ମାଡେଡ ଏରିଆ କମିଟି ପକ୍ଷରୁ ହତ୍ୟା କରାଯାଇଥିବା ଉଲ୍ଲେଖ କରାଯାଇଛି।
ଏଥିରେ ମାଓବାଦୀମାନେ(Naxal) ଦାବି କରିଛନ୍ତି ଯେ ସତ୍ୟମ ପୁନେମ ଚେତାବନୀ ସତ୍ତ୍ୱେ ପ୍ରଶାସନକୁ ସହାୟତା କରି ଆସୁଥିଲେ। ସେ ପୁଲିସ୍କୁ ସବୁ ସୂଚନା ଦେଉଥିଲେ। ତେଣୁ ତାଙ୍କୁ ହତ୍ୟା କରାଯାଇଛି। ଘଟଣା ସାମ୍ନାକୁ ଆସିବା ପରେ ଗୋଟିଏ ପୁଲିସ୍ ଟିମ ସେଠାରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।
ଏହାପୂର୍ବରୁ ଗତବର୍ଷ ବିଜେପିର ପୂର୍ବତନ ମଣ୍ଡଳ ସାଧାରଣ ସମ୍ପାଦକ ବୀରଝୁ ତାରାମଙ୍କୁ ମାଓବାଦୀମାନେ ସରଖେଡା ଗାଁରେ ଗୁଳି ମାରି ହତ୍ୟା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/14/naxal-2025-10-14-14-26-26.jpg)