Advertisment

ବିଜେପି ନେତାଙ୍କୁ ନିର୍ମମ ଭାବେ ହତ୍ୟା କଲେ ନକ୍ସଲ, ମୃତଦେହ ଉପରେ ରଖିଲେ ଧମକପୂର୍ଣ୍ଣ ଚିଠି

ଛତିଶଗଡ଼ରେ ନକ୍ସଲମାନେ ଆଜି ବିଜେପି ନେତା ତଥା ପୂର୍ବତନ ସରପଞ୍ଚ କାକା ଅର୍ଜୁନଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି।

Naxal

Naxal

Advertisment

ଛତିଶଗଡ଼ରେ ନକ୍ସଲମାନେ ଆଜି ବିଜେପି ନେତା ତଥା ପୂର୍ବତନ ସରପଞ୍ଚ କାକା ଅର୍ଜୁନଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ବସ୍ତର ଡିଭିଜନରେ ତାଙ୍କୁ ହତ୍ୟା କରିବା ପରେ ସେମାନେ ଅର୍ଜୁନଙ୍କ ମୃତଦେହକୁ ରାସ୍ତା ମଝିରେ ପକାଇ ଦେଇଛନ୍ତି। ଏଥିସହ ମୃତଦେହ ଉପରେ ଗୋଟିଏ ଧମକପୂର୍ଣ୍ଣ ଚିଠି ଛାଡ଼ି ଯାଇଛନ୍ତି। ଏହାକୁ ନେଇ ପୂରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି।

Advertisment

ଏପରି ହତ୍ୟାକାଣ୍ଡକୁ ଛତିଶଗଡ଼ ବିଜେପି ସାଧାରଣ ସମ୍ପାଦକ ଓପି ଚୌଧୁରୀ ନିନ୍ଦା କରିଛନ୍ତି। ଏଥିସହ ସେ କଂଗ୍ରେସ ସରକାରଙ୍କୁ ଘଟଣା ପାଇଁ ଦାୟୀ କରିଛନ୍ତି। ସେ କହିଛନ୍ତି, “ନକ୍ସଲଙ୍କୁ କଂଗ୍ରେସର ସମର୍ଥନ ବିନା ବସ୍ତର ଡିଭିଜନରେ ବିଜେପିର ବରିଷ୍ଠ ପଦାଧିକାରୀଙ୍କ ରାଜନୀତିକ ଟାର୍ଗେଟ ହତ୍ୟା ସମ୍ଭବ ନୁହେଁ। ବିଜେପି ନେତାଙ୍କୁ ଟାର୍ଗେଟ କରିବା ପାଇଁ କଂଗ୍ରେସ ସେମାନଙ୍କ ସହ ହାତ ମିଳାଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମୁଁ ଏହାକୁ ଦୃଢ଼ ନିନ୍ଦା କରୁଛି।”

ଅନ୍ୟପକ୍ଷରେ ଛତିଶଗଡ଼ କଂଗ୍ରେସ ମୁଖପାତ୍ର ଧନଞ୍ଜୟ ସିଂହ ଠାକୁର ହତ୍ୟାକାଣ୍ଡକୁ ନିନ୍ଦା କରିବା ସହ ବିଜେପି ପୂରା ପ୍ରସଙ୍ଗକୁ ଅଯଥା ରାଜନୀତିକରଣ କରୁଥିବା ସେ କହିଛନ୍ତି।

Advertisment
Naxal ବିଜେପି ନେତାଙ୍କୁ ହତ୍ୟା

ଶ୍ରୀ ଠାକୁର କହିଛନ୍ତି, “ ନିଜ ଦଳର ନେତାଙ୍କ ହତ୍ୟାକୁ ନେଇ ବିଜେପି ଯେଉଁ ଭଳି ରାଜନୀତି କରିବାକୁ ଚେଷ୍ଟା କରୁଛି, ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ। ଛତିଶଗଡ଼ରେ ରମଣ ସିଂହଙ୍କ ଶାସନ ବେଳେ କେମିତି ନକ୍ସଲବାଦ ବଢ଼ିଥିଲା, ସେକଥା କିଏ କେମିତି ଭୁଲିବ? ଭୂପେଶ ବାଘେଲ ସରକାର ଆଜିର ଘଟଣାକୁ ନିନ୍ଦା କରିବା ସହ ମୃତକଙ୍କ ପରିବାର ଲୋକଙ୍କ ସହ ରହିଛନ୍ତି।”

Bjp Naxal Congress Chhattisgarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe