Naxal
ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁରରେ ଘଟିଛି ଲୋମହର୍ଷଣକାରୀ ଘଟଣା। ଜଣେ ବିଜେପି ନେତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି ନକ୍ସଲମାନେ । ହତ୍ୟାର ଶିକାର ହୋଇଥିବା ଜଣେ ବିଜେପି ନେତାଜଣକ ତିରୁପତି କଟଲା ବୋଲି ଜଣାଯାଇଛି। ସେ ଜନପଦ ପଞ୍ଚାୟତ ସମିତି ସଦସ୍ୟ ଥିଲେ।
Advertisment
ଏହି ଘଟଣା ଗତ ରାତିରେ ତୋୟନାର ଗାଁରେ ଘଟିଛି। ଉକ୍ତ ଗାଁରେ ହେଉଥିବା ଏକ ବିବାହ ଉତ୍ସବରେ ତିରୁପତି କଟଲା ଯୋଗ ଦେଇଥିଲେ। ମାତ୍ର ବିବାହ ଉତ୍ସବରୁ ସେ ବାହାରକୁ ଆସିଥିବା ବେଳେ ପୂର୍ବରୁ ଜଗି ରହିଥିବା ନକ୍ସଲମାନେ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ବିଜାପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ ବର୍ଷକ ମଧ୍ୟରେ ନକ୍ସଲଙ୍କ ଦ୍ୱାରା ୭ ବିଜେପି ନେତା ହତ୍ୟାର ଶିକାର ହୋଇ ସାରିଲେଣି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
